Get Updates
Get notified of breaking news, exclusive insights, and must-see stories!

Ratha Yatra 2024: ଦେବସ୍ନାନ ପୂର୍ଣ୍ଣିମାରେ କାହିଁକି ହୁଏ ଗଜାନନ ବେଶ ? ଜାଣନ୍ତୁ, ଏହା ପଛର ରହସ୍ୟ

Ratha Yatra 2024: ଦିନକ ପରେ ଦେବସ୍ନାନ ପୂର୍ଣ୍ଣିମା । ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ବିରାଜିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ଦିନ ପବିତ୍ର ଜ୍ୟେଷ୍ଠ ପୂର୍ଣ୍ଣିମା ବା ଦେବସ୍ନାନ ପୂର୍ଣ୍ଣିମା । ଦଇତାପତି ସେବାୟତ ମାନେ ଠାକୁରଙ୍କୁ ଧାଡି ପହଣ୍ଡିରେ ଆଣି ସ୍ନାନବେଦୀରେ ବିରାଜମାନ କରିବେ । ଏହା ପରେ ଆରମ୍ଭ ହେବ ଦେବସ୍ନାନ । ଏହାପରେ ଗଜାନନ ବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ତେବେ ଆସନ୍ତୁ ଜାଣିବା, କଣ ଏହି ଗଜାନନ ବେଶ ? କାହିଁକି ହୁଏ ଏହି ବେଶ ?

ସ୍ନାନ ମଣ୍ଡପରେ ବିଜେ ହେବା ପରେ ଯଥାବିଧି ପୂଜାର୍ଚ୍ଚନା କରାଯାଇଥାଏ । ସୁନା କୂଅରୁ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ହାତୀବେଶ ତଥା ଗଜାନନ ବେଶରେ ଦର୍ଶନ ଦେଇଥାନ୍ତି । ତେବେ ଏହି ଦିନରେ ଗଜାନନ ବେଶ ହେବାର ଏକ କିମ୍ବଦନ୍ତୀ ରହିଛି ।

Ratha yatra 2024 Gajanan besha

ଦେବସ୍ନାନ ପୂର୍ଣ୍ଣିମାରେ କାହିଁକି ଗଜାନନ ବେଶ ?

ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା ।

ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୁଲ ବୁଝିପାରିଲେ । ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ । ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି ।

ସେହି ଦିନଠାରୁ ହିଁ ମହାପ୍ରଭୁ ଜଗନ୍ନାଥ କୃଷ୍ଣ ଗଣପତି ରୂପରେ ଓ ପ୍ରଭୁ ବଳଭଦ୍ର ଧବଳ ଗଣପତି ରୂପରେ ଦର୍ଶନ ଦେଇଥିଲେ । ସେହି ଦିନଠାରୁ ଶ୍ରୀ ଗଣପତି ଭଟ୍ଟଙ୍କ ' ଗଣପତି ବେଶ' ସ୍ମାରକୀ ସ୍ୱରୂପ ଏହି ବେଶ ହୋଇଆସୁଛି । ମହାସ୍ନାନ ହେବା ପରେ ଠାକୁରଙ୍କ ପାଖରେ ଭୋଗ ହୋଇଥାଏ । ଏହାପରେ ଦର୍ଶନ ପାଇଁ ସର୍ବସାଧାରଣଙ୍କୁ ଅନୁମତି ଦିଆଯାଏ । ତେବେ ଆଜି ମଧ୍ୟ ଠାକୁରଙ୍କୁ ପାଖରେ ମହାରାଜା ଦିବ୍ୟସିଂହ ଦେବ ଛେରା ପହଁରା କରିବାର ବିଧି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+