ଆଜି ରଜ ସଂକ୍ରାନ୍ତି, ଦୋଳି ଖେଳିରେ ମାତିଛନ୍ତି କୁଆଁରୀ
ଆଜି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି । ପହିଲି ରଜକୁ ମନଭରି ଉପଭୋଗ କରିବା ପରେ ଆଜି ବି ସମାନ ଭାବରେ ସଜବାଜ ହୋଇ ଦିନଟିକୁ ପାଳନ କରିଛନ୍ତି ସଭିଏଁ ।
ଭୁବନେଶ୍ବର : ଆଜି ରଜ ସଂକ୍ରାନ୍ତି ବା ମିଥୁନ ସଂକ୍ରାନ୍ତି । ପହିଲି ରଜକୁ ମନଭରି ଉପଭୋଗ କରିବା ପରେ ଆଜି ବି ସମାନ ଭାବରେ ସଜବାଜ ହୋଇ ଦିନଟିକୁ ପାଳନ କରିଛନ୍ତି ସଭିଏଁ । ସଂକ୍ରାନ୍ତି ଯୋଗୁଁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି ।

ନୂଆ ପୋଷାକ ପିନ୍ଧି ସଜବାଜ ହୋଇ ସମସ୍ତେ ଭଗବାନଙ୍କୁ ପୂଜା କରିଛନ୍ତି । ଦୁଇବର୍ଷ ପରେ ପ୍ରଥମ ଦିନରେ ଜମିଥିଲା ରଜ ମଉଜ । ଗାଁଠୁ ନେଇ ସହର ସବୁଠି ପହିଲି ରଜକୁ ମନଭରି ପାଳିଥିଲେ ସଭିଏଁ । ଦୋଳି ଖେଳିବା ସହିତ ପୋଡପିଠା ଓ ରଜପାନର ମହକରେ ମହକି ଉଠିଥିଲା ଘର। ରଜରେ କବାଡି, ଲୁଡୋ ପାଲିର ଜମିଥିଲା ଆସର । ଆଜି ଦ୍ବିତୀୟ ଦିନକୁ ବି ଧୁମଧାମରେ ପାଳୁଛନ୍ତି ସଭିଏଁ ।












Click it and Unblock the Notifications