ଆଜି ପହିଲି ରଜ,ପୋଡ ପିଠାରେ ମହକୁଛି ଓଡିଆ ଘର
ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ସବୁଆଡ଼େ ରଜର ମହକ। ବିଶେଷ କରି କୁଆଁରୀ ଝିଅମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ।
ଭୁବନେଶ୍ୱର: ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ। ରଜ ଉତ୍ସବର ଆଜି ହେଉଛି ପହିଲି ରଜ। ଏହି ପର୍ବ ପାଇଁ ଚାରିଆଡ଼େ ଉତ୍ସବ ମୁଖର। ସବୁଆଡ଼େ ରଜର ମହକ। ବିଶେଷ କରି କୁଆଁରୀ ଝିଅମାନଙ୍କ ମଧ୍ୟରେ ଅଧିକ ଉତ୍ସାହ ।

ସୋମବାର ଥିଲା ସଜବାଜ। ଝିଅମାନେ ଅଳତା, କୁଙ୍କୁମ, ମେହେନ୍ଦୀ ଲଗାଇ ସଜ ହୋଇଛନ୍ତି। ଆଜିଠୁ ପିଠା ପଣା ଖାଇ କରିବେ ରଜ ମଉଜ। ଝିଅମାନେ ନୂଆ ଡ୍ରେସ୍ ପିନ୍ଧି ଦୋଳି ଖେଳିବାରେ ବ୍ୟସ୍ତ ରହିବେ। ଏହା ସହିତ ସାଙ୍ଗସାଥୀଙ୍କ ମେଳରେ ପୁଚି ଖେଳିବା ସହ ପାଖ ପଡିଶାଙ୍କ ଘରକୁ ବୁଲିଯିବେ ଓ ଏକାଠି ହୋଇ ଲୁଡୁ ଖେଳିବେ।ଘରେ ଘରେ ଜମିବ ଦୋଳି ସାଙ୍ଗକୁ ପିଠାପଣାର ଆସର। ପିଠା ଭିତରେ ରଜରେ ପୋଡ ପିଠା ନହେଲେ , ଯେପରି ଅଧୁରା ଲାଗେ । ପ୍ରତ୍ୟେକଙ୍କ ଘରେ ପୋଡ ପିଠା ତିଆରି ହୋଇଥାଏ ।
ଅନ୍ୟପକ୍ଷରେ ପୁରୁଷମାନେ ତାସ୍ ଓ କବାଡି ଖେଳରେ ମାତିବେ। ପିଠା ସହ ରଜରେ ପାନର ବେଶ୍ ଆକର୍ଷଣ ରହିଛି। ରଜ ପାନ ବିନା ଏହି ଉତ୍ସବ ଫିକା ପଡ଼ିଥାଏ। ତେଣୁ ରଜ ପାନ ଲାଗି ଓଡିଶା ର ବିଭିନ୍ନ ବଜାରରେ ସ୍ୱତନ୍ତ୍ର ଦୋକାନ ମଧ୍ୟ ଖୋଲିଛି। ରଜ ପାଇଁ ଦୋକାନ ବଜାର ଠାରୁ ଆରମ୍ଭ କରି ପ୍ରତି ଟି ଓଡ଼ିଆ ଘରେ ଲାଗିଛି ଭିଡ। ଖୁବ୍ ଆନନ୍ଦ ଉଲ୍ଲାସ ର ସହ ଏହି ପର୍ବ ମନାଉଛନ୍ତି ଓଡ଼ିଶାବାସୀ।












Click it and Unblock the Notifications