ଆସନ୍ତାକାଲି ଚନ୍ଦ୍ର ଗ୍ରହଣ: ଗର୍ଭବତୀ ମହିଳାମାନେ ରୁହନ୍ତୁ ସତର୍କ, କରନ୍ତୁ ନାହିଁ ଏହି କାର୍ଯ୍ୟ

Lunar Eclipse: ଆସନ୍ତାକାଲି ଲାଗିବା ପାଇଁ ଯାଉଛି ଚଳିତ ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଗ୍ରହଣର ସ୍ପର୍ଶ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରି ୧ ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ଅକ୍ଟୋବର ୨୮ ତାରିଖ ଅପରାହ୍ନ ୪ ଘଟିକା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ୨୯ ତାରିଖ ରାତ୍ର ୨ଟା ୨୪ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ ।

ଚନ୍ଦ୍ରଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ମନ୍ଦିରର କବାଟ ବନ୍ଦ ରହିଥାଏ । ତବେ ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ହେଉ, ଏହାକୁ ଦେଖିବା ପାଇଁ ସମସ୍ତଙ୍କର ବହୁତ ଆଗ୍ରହ ରହିଥାଏ ହେଲେ କିଛି ରାଶିର ଲୋକଙ୍କୁ ଏହାକୁ ଦେଖିବା ପାଇଁ ବାରଣ କରାଯାଇଥାଏ । ସେହିପରି ଗର୍ଭବତୀ ମହିଳାମାନେ ଆଜିର ଦିନ ଅର୍ଥାତ୍ ଚନ୍ଦ୍ରଗ୍ରହଣରେ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ କେଉଁ ସମସ୍ତ ଜିନିଷଗୁଡ଼ିକର ଯତ୍ନ ନେବା ଉଚିତ୍ ।

Lunar Eclipse

ଗ୍ରହଣ ସମୟରେ ଗର୍ଭବତୀ ମହିଳାଙ୍କୁ ଚନ୍ଦ୍ରକୁ ନ ଦେଖିବା ପାଇଁ କଡା ପରାମର୍ଶ ଦିଆଯାଇଛି କାରଣ ଏଥିରେ କ୍ଷତିକାରକ କିରଣ ରହିଥାଏ ଯାହା ଆଖି ଓ ଶିଶୁ ଉପରେ ପ୍ରଭାବ ପକାଇପାରେ ।

ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ନିଜ ଘର ଭିତରେ ରହିବା ଉଚିତ୍। ମାନ୍ୟତା ରହିଛି ଗର୍ଭବତୀ ମହିଳାମାନଙ୍କୁ ଯଦି କୌଣସି କାରଣରୁ ଘରୁ ବାହାରକୁ ଯିବାକୁ ପଡେ ତେବେ ସେମାନଙ୍କ ପେଟରେ ଗୋବର ଲଗାଇବା ଉଚିତ୍, କିନ୍ତୁ ଯଦି ଆପଣ ଏହା କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ପେଟରେ ଟିକା ଲଗାଇପାରିବେ । ଏହା କରିବା ଦ୍ୱାରା ଶିଶୁର ଉପରେ କୌଣସି ନାକାରତ୍ମକ ପ୍ରଭାବ ପଡିନଥାଏ ।

ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଅନୁଚିତ୍ । ଶିଶୁର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫଳ କିମ୍ବା ଲାଇଟ୍ ଖାଦ୍ୟ ଖାଇପାରିବେ । ତୀକ୍ଷ୍ଣ ବସ୍ତୁ ଯେପରିକି କଇଁଚି, ଛୁଞ୍ଚି, ଛୁରୀ ଇତ୍ୟାଦି ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ପିଲା ଉପରେ ଗ୍ରହଣ ଖଣ୍ଡିଆର ପ୍ରଭାବ ପଡିପାରେ । ଛୁଞ୍ଚି ସୂତାରେ ଲୁଗା ସିଲାଇ କରନ୍ତୁ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+