ପିତୃ ପକ୍ଷରେ ଏପରି ସଙ୍କେତ ମିଳୁଥିଲେ ହୋଇଯାଆନ୍ତୁ ସାବଧାନ୍
Pitru Paksha 2024: ପିତୃ ପକ୍ଷରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ପୂର୍ଣ୍ଣିମାରୁ ଆରମ୍ଭ ହୋଇଥାଏ । ଏହି ସମୟରେ ଲୋକମାନେ ସେମାନଙ୍କର ପୂର୍ବପୁରୁଷମାନଙ୍କୁ ସ୍ମରଣ କରି ତର୍ପଣ କରିଥାନ୍ତି । ମାନ୍ୟତା ରହିଛି ପିତୃ ପକ୍ଷରେ ତର୍ପଣ ଓ ପିଣ୍ତଦାନ ଆଦି କରିବା ଦ୍ୱାରା ପିତୃ ଦେବତା ପ୍ରସନ୍ନ ହୋଇଥାନ୍ତି । ପିତୃ ପକ୍ଷରେ ପିତୃପୁରୁଷଙ୍କ ଆତ୍ମାର ଶାନ୍ତି ପାଇଁ ତର୍ପଣ ଆଦି କରାଯାଏ । ତେବେ ଏହି ସମୟରେ କିଛି ଜିନିଷ କରିବା ପାଇଁ ବାରଣ କରାଯାଏ । ସାଧାରଣତଃ ଯେଉଁମାନେ ଶ୍ରାଦ୍ଧ ଦେବେ ସେମାନେ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ ।
ପିତୃ ପକ୍ଷ ସମୟରେ ନୂଆ ପୋଷାକ କିଣିବା କିମ୍ବା ପିନ୍ଧିବା ଅନୁଚିତ୍ । ସେହିପରି କୌଣସି ପ୍ରକାରର ଶୁଭ କାମ କରାଯାଏ ନାହିଁ । ସେପ୍ଟେମ୍ବର 19, 2024 ଗୁରୁବାର ହେଉଛି ଶ୍ରାଦ୍ଧ ଦେବାର ଦ୍ୱିତୀୟ ଦିନ ।

ଶ୍ରାଦ୍ଧ ଦେବା ସମୟରେ ଧ୍ୟାନରେ ରଖନ୍ତୁ ଏହି କଥା
ଯଦି ଶ୍ରାଦ୍ଧ ଦେବା ସମୟରେ କାଉ ଆସି ଖାଦ୍ୟ ଖାଉଛି ତେବେ ଆପଣ ଜାଣିବେ ଯେ, ପିତୃ ପୁରୁଷ ସନ୍ତୁଷ୍ଟ ଅଛନ୍ତି ବୋଲି ସୂଚନା ମିଳିଥାଏ । ଯଦି ଶ୍ରାଦ୍ଧ ସମୟରେ କାଉ ଘରର ଛାତ ଉପରେ ବସିଥାଏ ବା ଗଛ ଉପରେ ବସିଥାଏ ତେବେ ଏହାର ଅର୍ଥ ହେଉଛି କି ଆପଣଙ୍କ ଘରେ ପିତୃ ପୁରୁଷଙ୍କ ଆଶୀର୍ବାଦ ରହିଛି । ଯଦି ଶ୍ରାଦ୍ଧ ସମୟରେ ଆପଣଙ୍କ ଘରର ଆଖ ପାଖରେ କାଉ ମୁହଁରେ କିଛି କାଠି ଥିବାର ଦେଖିଲେ ପିତୃ ପୁରୁଷ ଆପଣଙ୍କ ଉପରେ ପ୍ରସନ୍ନ ଥିବାର ସଙ୍କେତ ମିଳିଥାଏ ।
ସେହିପରି ଏହି ସମୟରେ ଯଦି ଆପଣ ନିଜ ପିତୃ ପୁରଷ ଦୁଃଖି ଥିବାର ସ୍ୱପ୍ନ ଦେଖୁଛନ୍ତି ତେବେ ଏହାର ଅର୍ଥ ଆପଣଙ୍କ ପୂର୍ବପୁରୁଷମାନେ ଆପଣଙ୍କ ଉପରେ ରାଗିଛନ୍ତି । ସେହପରି କୁହାଯାଏ ଯେ ପୂର୍ବପୁରୁଷ କ୍ରୋଧିତ ଥିଲେ, ସେହି ଘରେ ହଠାତ୍ ସମସ୍ତ ପ୍ରକାର ବାଧା ସୃଷ୍ଟି ହେବାକୁ ଲାଗାଥାଏ । ସେହି ଘର ସହିତ ଜଡିତ ଲୋକଙ୍କର ପ୍ରତ୍ୟେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥାଏ । ଘର ଲୋକଙ୍କ ଦେହ ଖରାପ ହୋଇଥାଏ ।
କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।












Click it and Unblock the Notifications