ପିତୃପୁରୁଷଙ୍କ ଫଟୋ କେଉଁ ଦିଗରେ ଲଗାଇବେ ? ପଢନ୍ତୁ ଆଉ ଜାଣନ୍ତୁ

ପିତୃପୁରୁଷଙ୍କ ଫଟୋକୁ ହଲ୍ କିମ୍ବା ମୁଖ୍ୟ ବାସଗୃହର ଦକ୍ଷିଣ-ପଶ୍ଚିମ କିମ୍ବା ପଶ୍ଚିମ କାନ୍ଥରେ ରଖିବା ଅଧିକ ଲାଭଦାୟକ । ପୂର୍ବ ଦିଗ କିମ୍ବା ଉତ୍ତର-ପୂର୍ବ କୋଣରେ ପିତୃପୁରୁଷଙ୍କ ଫଟୋ ରଖିବା ପରିବାରକୁ ଅସୁବିଧାରେ ପକାଇପାରେ କାରଣ ଏହା ଦେବତା ଓ ଦେବୀଙ୍କ ଦିଗ ହୋଇପାରେ ଓ ଏହି ଭୁଲ ହେତୁ ସେମାନେ କ୍ରୋଧିତ ହୋଇପାରନ୍ତି । ଏହା ସହିତ ଦକ୍ଷିଣ ଦିଗ ପୂର୍ବପୁରୁଷଙ୍କ ଦିଗ ଭାବରେ ବିବେଚନା କରାଯାଏ । ହେଲେ ଦେବତାମାନଙ୍କର ପୂଜା ସ୍ଥାନରେ ପିତୃପୁରୁଷଙ୍କ ଫଟୋ କେବେବି ରଖନ୍ତୁ ନାହିଁ ।

ପିତୃପୁରୁଷଙ୍କ ଫଟୋରେ ଧୂଳି ରହିବା ଉଚିତ୍ ନୁହେଁ । ପିତୃପୁରୁଷଙ୍କ ଫଟୋକୁ ସମ୍ମାନର ସହିତ ଓ ସଠିକ୍ ଦିଗରେ ରଖନ୍ତୁ । ଫଟୋରେ ରଖାଯାଇଥିବା ଫୁଲମାଳ ନଷ୍ଟ ହେବା ଉଚିତ୍ ନୁହେଁ । ସମୟ ସମୟରେ ଫୁଲମାଳ ବଦଳାନ୍ତୁ ।

ରୋଷେଇ ଘର, ଶୋଇବା ଘର ଓ ସିଡ଼ିରେ ପିତୃପୁରୁଷଙ୍କ ଫଟୋ ରଖିବା ନିଷେଧ । ଏହା ପାରିବାରିକ କଳହକୁ ବଢାଇଥାଏ । ଜୀବଜନ୍ତୁଙ୍କ ଫଟୋ ସହିତ ପିତୃପୁରୁଷଙ୍କ ଫଟୋ ରଖିବା ଉଚିତ୍ ନୁହେଁ ।

Pitru_Paksha

ପିତୃପୁରୁଷଙ୍କ ଫଟୋକୁ ବହୁତ ଗୁରୁତ୍ୱ ଦିଆଯାଇଛି । ଯଦି ପିତୃପୁରୁଷଙ୍କ ଫଟୋ ସଠିକ୍ ଦିଗରେ ଓ ସଠିକ୍ ସ୍ଥାନରେ ରଖାଯାଏ, ତେବେ ଏହା ବହୁତ ଲାଭ ଦିଏ ।

ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ ।

ଚଳିବ ବର୍ଷ ସେପ୍ଚେମ୍ବର ୨୯ରୁ ଆରମ୍ଭ ହୋଇ ଅକ୍ଟୋବର ୧୪ ତାରିଖରେ ଶେଷ ହେବ ପିତୃପକ୍ଷ । ଓଡିଆ ମାସ ଅନୁଯାୟୀ ଏହା ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇ ଆଶ୍ୱୀନ ମାସ ଅମାବାସ୍ୟା ପର୍ୟ୍ୟନ୍ତ ରହିବ । ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+