ମୟୂରପୁଚ୍ଛ ବଦଳାଇବ ଆପଣଙ୍କ ଭାଗ୍ୟ , ୮ ଟି ପୁଚ୍ଛ ରଖନ୍ତୁ ଏହି ଦିଗରେ

ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ମୟୂରପୁଚ୍ଛକୁ ସୌଭାଗ୍ୟର ପ୍ରତୀକ ବୋଲି କୁହାଯାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ଦକ୍ଷିଣ-ପୂର୍ବ ଦିଗରେ ମୟୂରପୁଚ୍ଛ ରଖିଲେ ଘରେ ସକାରାତ୍ମକ ଊର୍ଜ୍ଜା ଉତ୍ପନ୍ନ ହୋଇଥାଏ। ଆଉ ଯଦି ଘରେ ରାହୁ ଦୋଷ ଥାଏ, ତେବେ ୮ଟି ମୟୂରପୁଚ୍ଛକୁ ଘରର ଉତ୍ତର-ପୂର୍ବ ଦିଗରେ ଥିବା କବାଟରେ ଲଗାଇଦେଲେ ଶୁଭଫଳ ମିଳିଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି।

Peacock

ଧ୍ୟାନଦେବେ ଯିବା ଆସିବା ସମୟରେ ଯେମିତି ସମସ୍ତଙ୍କର ଦୃଷ୍ଟି ଏହି କବାଟ ଉପରେ ପଡୁଥିବ। ଘରେ ଟଙ୍କା ପଇସାର ଅଭାବ ଦେଖାଯାଉଥିଲେ, ଶୁଭଦିନ ଦେଖି ଘରକୁ ମୟୂରପୁଚ୍ଛଟିଏ କିଣିଆଣି ଠାକୁର ଘରେ ରଖିଦେବେ। ଆଉ କିଣିଲାବେଳେ ପ୍ରଭୁ ଶ୍ରୀ କୃଷ୍ଣଙ୍କର ନାମ ନେଇ ମୟୂରପୁଚ୍ଛ କିଣିଲେ ଘରେ ଧନର ଅଭାବ ରହେନାହିଁ ବୋଲି ବିଶ୍ୱାସ ରହିଛି। ଉତ୍ତର ଦିଗର ସ୍ବାମୀ ହେଲେ କୁବେର। ତେଣୁ ଏହି ଦିଗରେ ଟ୍ରେଜେରି ହେଉ ଅବା ଆଲମିରା ରଖିବା ଶୁଭ। କିନ୍ତୁ ଯଦି ଭୁଲ୍‌ବଶତଃ ଘରର ଦକ୍ଷିଣ ଦିଗରେ ଏହା ରହିଯାଇଛି, ତା'ହେଲେ ଆଲମିରା ହେଉ ଅବା ଟ୍ରେଜେରି ଭିତରେ ମୟୂରପୁଚ୍ଛକୁ ସିଧା ଭାବେ ଠିଆ କରି ରଖିଦେଲେ; ଘରେ ଧନର ଅଭାବ ଦେଖାଯାଇ ନଥାଏ ବୋଲି ବିଶ୍ୱାସ କରାଯାଏ। ପିଲାଙ୍କ ଷ୍ଟଡି ରୁମ୍‌ ହେଉ ଅଥବା ସେମାନଙ୍କ ପଢା ଟେବୁଲ୍‌ ଉପରେ ମୟୂରପୁଚ୍ଛ ରଖିଲେ ସେମାନଙ୍କର ଏକାଗ୍ରତା ବୃଦ୍ଧି ପାଇଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+