For Quick Alerts
Turn On Notification  
For Daily Alerts
Oneindia App Download

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ : ପ୍ରଭୁ ଲୋକନାଥ ପଙ୍କରୁ ଉଦ୍ଧାର ହୋଇ ଦେଉଛନ୍ତି ଦର୍ଶନ

ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଆଜିର ଦିନରେ ପୁରୀର ଲୋକନାଥ ପଙ୍କରୁ ଉଦ୍ଧାର ହୋଇ ଦର୍ଶନ ଦେଇଛନ୍ତି

|

ପୁରୀ : ଆଜି ପବିତ୍ର ପଙ୍କୋଦ୍ଧାର ଏକାଦଶୀ । ଆଜିର ଦିନରେ ପୁରୀର ଲୋକନାଥ ପଙ୍କରୁ ଉଦ୍ଧାର ହୋଇ ଦର୍ଶନ ଦେଇଛନ୍ତି । ଭାରତ ବର୍ଷରେ ଏହି ଗୋଟିଏ ଶୈବ କ୍ଷେତ୍ର ଯେଉଁଠି ଏହି ପଙ୍କୋଦ୍ଧାର ଏକାଦଶୀ ପାଳନ କରାଯାଏ । ବର୍ଷ ତମାମ୍ ବେଲ ପତ୍ର, ଛାଞ୍ଚି, କଦଳୀ ଦେବ ଦେବ ମହାଦେବଙ୍କ ମସ୍ତକରେ ରହିଥାଏ । ଆଜି ଏହାକୁ ଉଦ୍ଧାର କରାଯାଏ । ବିଶ୍ୱାସ ଅଛି ଏହି ପଙ୍କ ଦେହରେ ଲାଗିଲେ ନାନା ସମସ୍ୟା ଓ ପାପରୁ ମୁକ୍ତି ମିଳିଥାଏ । ପାଦ ଠାରୁ ମସ୍ତକ ଯାଏଁ ମହାପ୍ରଭୁଙ୍କର ପଙ୍କ ଦେଖିବାକୁ ମିଳେ ।

ଲୋକନାଥ ମନ୍ଦିର

ଆଜି ଗୋଟିଏ ଦିନ ଫାଲୁଗ ମାସ କୃଷ୍ଣ ପକ୍ଷ ଏକାଦଶୀରେ ମହାପ୍ରଭୁଙ୍କର ଲିଙ୍ଗ ଦର୍ଶନ ହୁଏ । ପଙ୍କୋଦ୍ଧାର ଏକାଦଶୀକୁ ଦୃଷ୍ଟିରେ ରଖି ଲୋକନାଥଙ୍କ ମନ୍ଦିରରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଭକ୍ତମାନେ କିଭଳି ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆଜି ରାତି 10 ଟା ଯାଏଁ ଭକ୍ତମାନେ ଲୋକନାଥଙ୍କ ଦର୍ଶନ କରି ପାରିବେ ।
ବିଶ୍ୱାସ ଅଛି ରୋଗ ବ୍ୟାଧିକୁ ହରଣ କରନ୍ତି ଲୋକନାଥ । ମଣିଷ ଶରୀର ସମସ୍ତ ପାପ ପଙ୍କକୁ ଲୋକନାଥ ବାହାର କରିଥାନ୍ତି । ରାତି 3 ଟାରୁ ଆଜି ଦ୍ୱାର ଫିଟା ହୋଇଥିଲା । ମଙ୍ଗଳ ଆରତୀ ଏହାପରେ ମଇଲମ, ସକାଳ ଧୂପ ଓ ଦ୍ୱିପହର ଧୂପ ପରେ ପଙ୍କ ଉଦ୍ଧାର କରାଯାଇଛି । ଭକ୍ତମାନଙ୍କର ଗମ୍ବୀରା ଭିତରକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଆଜି ଗୋଟିଏ ଦିନ ଲୋକନାଥ ଦର୍ଶନ ଦେଉଥିବାରୁ ଏଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଭକ୍ତଙ୍କ ସମାଗମ ଦେଖିବାକୁ ମିଳେ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Panka Udhara Ekadashi Observes in Lokanatha Temple Puri
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X