କେଉଁ ତାରିଖରେ ପାଳନ କରାଯିବ ମହାଶିବରାତ୍ରୀ, ଜାଣନ୍ତୁ କାହିଁକି ଚଢାଯାଏ ବେଲପତ୍ର

Mahashivratri 2025: ଶିବରାତ୍ରି ପର୍ବ ସାରା ଭାରତରେ ଉତ୍ସାହ ଏବଂ ଭକ୍ତିର ସହିତ ପାଳନ କରାଯାଏ। ଭଗବାନ ଶିବଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ଏହି ପର୍ବ ହିନ୍ଦୁ ଧର୍ମର ପ୍ରମୁଖ ପର୍ବ ମଧ୍ୟରୁ ଗୋଟିଏ। ଏଥର ମହାଶିବରାତ୍ରିର ଉପବାସ ୨୬ ଫେବୃଆରୀ ବୁଧବାର ଦିନ ପାଳନ କରାଯିବ। ଫାଲଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥି ୨୫ ଫେବୃଆରୀ ମଧ୍ୟରାତ୍ରିରୁ ଶିବରାତ୍ରୀ ଆରମ୍ଭ ହେବ।

ସମୁଦ୍ର ମନ୍ଥନ ପରେ ହଳାହଳ ବିଷ ସମଗ୍ର ସୃଷ୍ଟିକୁ ନଷ୍ଟ କରିବାକୁ ବସିଥାଏ। ଦେବତାମାନେ ଚିନ୍ତିତ ହୋଇ ଭଗବାନ ବିଷ୍ଣୁଙ୍କ ଶରଣାପନ୍ନ ହୁଅନ୍ତି। ନାରାୟଣ ନିଜର ଇଷ୍ଟ ସଦାଶିବ ଶଙ୍କରଙ୍କୁ ସ୍ମରଣ କରନ୍ତି । ସୃଷ୍ଟିକୁ ବିଷ ବଳୟରୁ ମୁକ୍ତ କରିବାକୁ ସଦାଶିବ ବିଷ ପାନ କରିବାକୁ ନିଷ୍ପତ୍ତି କରନ୍ତି।

mahashivratri 2025

ପ୍ରଭୁ ବିଷ ପାନ କରନ୍ତି କିନ୍ତୁ ବିଷକୁ ଗର୍ଭସ୍ଥ ନ କରି କଣ୍ଠରେ ଧାରଣ କାରନ୍ତି । ପ୍ରଭୁଙ୍କ ନୂଆ ନାମ ହୁଏ ନୀଳକଣ୍ଠ। କିନ୍ତୁ ବିଷ ଜ୍ୱାଳାରେ ପ୍ରଭୁ ଶଙ୍କର ମୂର୍ଛିତ ହୁଅନ୍ତି । ଦେବତାମାନେ ଦୁଃଖରେ ମ୍ରିୟମାଣ ହୋଇ ତମାମ ରାତି ଉଜାଗର ହୋଇ ପ୍ରଭୁଙ୍କୁ ସୁସ୍ଥ ଅବସ୍ଥାରେ ଦେଖିବାକୁ ଦୀପଜାଳି ପ୍ରତୀକ୍ଷା କରନ୍ତି। ଯାହା ପରେ ଆରମ୍ଭ ହୁଏ, ଶିବରାତ୍ରି ପରମ୍ପରା ।

ମହାଶିବରାତ୍ରୀରେ ଭଗବାନ ଶିବଙ୍କ ଉପରେ ବେଲପତ୍ର ଚଢାଇବା ଦ୍ୱାରା ଭୋଳାଶଙ୍କର ପ୍ରସନ୍ନ ହୋଇଥାନ୍ତି । ଫାଲଗୁନ୍ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀ ମାସରେ ପଡେ ମହାଶିବରାତ୍ରୀ । ଶିବ ଭକ୍ତମାନେ ଏହି ଶିବରାତ୍ରୀକୁ ବର୍ଷସାରା ଅପେକ୍ଷା କରନ୍ତି । ଏହି ଦିନ ବହୁ ସଂଖ୍ୟକ ଲୋକ ଶିବଙ୍କ ଉପବାସ କରନ୍ତି ଏବଂ ପୂଜା କରନ୍ତି । ଭଗବାନ ଶିବ ଖୁବ୍ ଶୀଘ୍ର ତାଙ୍କ ଭକ୍ତମାନଙ୍କ ଉପରେ ସନ୍ତୁଷ୍ଟ ହୁଅନ୍ତି । ମହାଶିବରାତ୍ରୀରେ ଭଗବାନ ଶିବଙ୍କୁ ପ୍ରସନ୍ନ କରିବା ପାଇଁ ବିଶେଷ ପ୍ରକାରର ସାମଗ୍ରୀ ଅର୍ପଣ କରାଯାଏ । ଏଥିମଧ୍ୟରୁ ଗୋଟିଏ ହେଉଛି ବେଲପତ୍ର । ମହାଶିବରାତ୍ରୀରେ ଭଗବାନ ଶିବଙ୍କ ଉପାସନା ବେଲପତ୍ର ବିନା ଅସମ୍ପୂର୍ଣ୍ଣ ବୋଲି ମାନ୍ୟତା ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+