ଚଳିତ ବର୍ଷ କେଉଁ ତାରିଖରେ ପାଳନ କରାଯିବ ଇଦ-ଉଲ-ଫିତର

Eid-ul-Fitr: ଇଦ-ଉଲ-ଫିତର ଯାହାକୁ ଇଦ୍ ବୋଲି ମଧ୍ୟ କୁହାଯାଏ । ଏହା ଇସଲାମ ଧର୍ମରେ ଏକ ବଡ଼ ପର୍ବ। ଏହା ପବିତ୍ର ରମଜାନ ମାସର ଶେଷରେ ପାଳନ କରାଯାଏ। ଏହି ପର୍ବର ତାରିଖ ଚନ୍ଦ୍ରର ଦୃଶ୍ୟମାନତା ଉପରେ ନିର୍ଭର କରେ।

ଇସଲାମିକ କ୍ୟାଲେଣ୍ଡର ଅନୁସାରେ, ରମଜାନ ପରେ ଶାୱାଲ ମାସର ପ୍ରଥମ ତାରିଖରେ ଇଦ-ଉଲ-ଫିତର ପାଳନ କରାଯାଏ। ଚନ୍ଦ୍ରର ଦୃଶ୍ୟମାନତା ଆଧାରରେ ଇଦର ତାରିଖ ସ୍ଥିର କରାଯାଏ। ଯଦି ୩୦ ମାର୍ଚ୍ଚ, ୨୦୨୫ ରାତିରେ ଚନ୍ଦ୍ର ଦେଖାଯାଏ, ତେବେ ଇଦ୍ ୩୧ ମାର୍ଚ୍ଚ ୨୦୨୫ ରେ ପାଳନ କରାଯିବ। ସେହିପରି ଯଦି ୩୧ ମାର୍ଚ୍ଚ ୨୦୨୫ରେ ଚନ୍ଦ୍ର ଦୃଶ୍ୟମାନ ହୁଏ ତେବେ ଇଦ୍ ୧ ଏପ୍ରିଲ ୨୦୨୫ ମଙ୍ଗଳବାର ଦିନ ପାଳନ କରାଯିବ।

Eid

ସାଉଦି ଆରବ, ୟୁଏଇ, କତାର ଏବଂ କୁୱେତ ସମେତ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଏବଂ ଆମେରିକା, ୟୁକେ, ଫ୍ରାନ୍ସ ଏବଂ ଜର୍ମାନୀ ଭଳି ପାଶ୍ଚାତ୍ୟ ଦେଶଗୁଡ଼ିକ ମାର୍ଚ୍ଚ ୨୯ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଯଦି ଏହି ଦିନ ଚନ୍ଦ୍ର ଦେଖାଯାଏ, ତେବେ ଇଦ୍ ମାର୍ଚ୍ଚ ୩୦ରେ ପାଳନ କରାଯିବ। ଇଦ୍-ଉଲ୍-ଫିତର ଉପଲକ୍ଷେ ସ୍ୱତନ୍ତ୍ର ସରକାରୀ ଛୁଟି ମଧ୍ୟ ରହିଛି ।

ସାଉଦି ଆରବରେ ମାର୍ଚ୍ଚ ୩୦ ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଚାରି ଦିନର ସରକାରୀ ଛୁଟି ଘୋଷଣା କରାଯାଇଛି । ଏପ୍ରିଲ ୩ ତାରିଖରୁ କାର୍ଯ୍ୟ ପୁନର୍ବାର ଆରମ୍ଭ ହେବ। ତେବେ ଘରୋଇ କ୍ଷେତ୍ରର କର୍ମଚାରୀମାନେ ମୋଟ ଛଅ ଦିନ ଛୁଟି ମିଳିବ । ସଂଯୁକ୍ତ ଆରବ ଏମିରେଟ୍ସ (UAE) ଶାୱଲ ୧ ରୁ ୩ ତାରିଖ ପର୍ଯ୍ୟନ୍ତ ତିନି ଦିନର ଛୁଟି ନିଶ୍ଚିତ କରିଛି। ଯଦି ରମଜାନ ୩୦ ଦିନ ପର୍ଯ୍ୟନ୍ତ ଚାଲିବ ।

କତାର ଏବଂ ବାହାରିନ ସମେତ ଅନ୍ୟାନ୍ୟ ଗଲ୍ଫ କର୍ପୋରେସନ କାଉନସିଲ (GCC) ଦେଶଗୁଡ଼ିକ ମଧ୍ୟ ତିନିରୁ ଛଅ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି । ଇସଲାମ ଧର୍ମରେ ଇଦ-ଉଲ-ଫିତରର ବିଶେଷ ମହତ୍ତ୍ୱ ଅଛି। ସାଧାରଣତଃ ଏହି ମାସ ୩୦ ଦିନର ହୋଇଥାଏ, ଯାହା ଚନ୍ଦ୍ର ଦେଖିବା ସହିତ ଆରମ୍ଭ ଏବଂ ଶେଷ ହୁଏ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+