For Quick Alerts
Turn On Notification  
For Daily Alerts
Oneindia App Download

"ଇଙ୍କ୍ ଫ୍ରମ୍ ନାଇଟ୍ ସ୍କାଏଜ୍" ଶୀର୍ଷକ ଏକ କବିତା ପୁସ୍ତକ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

By Staff
|

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ "ଇଙ୍କ୍ ଫ୍ରମ୍ ନାଇଟ୍ ସ୍କାଏଜ୍" ଶୀର୍ଷକ ଏକ କବିତା ପୁସ୍ତକ ଉନ୍ମୋଚନ କରିଛନ୍ତି। ଯୁବ କବି ମହିମା ସେଠୀଙ୍କ ଦ୍ବାରା ସଙ୍କଳିତ ୧୧୦ଗୋଟି କବିତା ଏଥିରେ ସ୍ଥାନିତ ହୋଇଛି। ଏହି କବିତାଗୁଡିକ ଜୀବନ ସହ ମାନବର ସମ୍ପର୍କ, ସଂସାର ସହ ଜଡ ତଥା ଅଭୌତିକ ପଦାର୍ଥର ସମ୍ବନ୍ଧରେ ମହିମାଙ୍କ ଅଭିବ୍ୟକ୍ତିକୁ ପ୍ରତିଫଳିତ କରୁଛି। ଆଇଆଇଟି ବମ୍ବେରୁ ବି-ଟେକ୍ କରିଥିବା ମହିମାଙ୍କ ଏହା ପ୍ରଥମ କବିତା ସଂକଳନ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମହିମାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଅଧିକ ସୃଜନଶୀଳ ହେବାକୁ କାମନା କରିଛନ୍ତି।

Ink from Night Skies

ଯୁବ କବି ମହିମାଙ୍କ ପ୍ରଥମ କବିତା ସଂକଳନରେ ବିଶେଷ କରି ପ୍ରକୃତି, ମାନବ, ଭୌତିକ ତଥା ପାର୍ଥିବ ଜୀବନ, ପଦାର୍ଥ ଓ ବିଷୟଗୁଡିକ ସ୍ଥାନିତ ହୋଇ ମାନବ ଜୀବନ ସହ ନିବିଡତାକୁ ବ୍ୟାଖ୍ୟା କରୁଛି। ଯୁବ କବି ମହିମା ବିଭିନ୍ନ ମାନବୀୟ ପ୍ରସଙ୍ଗଗୁଡିକୁ ଅତି ସୂକ୍ଷ୍ମ ଭାବରେ ପ୍ରତିଫଳିତ କରିଛନ୍ତି ନିଜ କବିତା ଗୁଡିକରେ । କବିଙ୍କ ଅଭିବ୍ୟକ୍ତି ଅତି ସୁନ୍ଦର ଭାବରେ ପ୍ରତିଫଳିତ ହୋଇଛି ତାଙ୍କ କବିତାରେ। ୱାନ ଇଣ୍ଡିଆ ପରିବାର ପକ୍ଷରୁ ତାଙ୍କୁ ଶୁଭେଚ୍ଛା।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Odisha CM releases book "Ink From Night Skies"
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X