For Quick Alerts
Turn On Notification  
For Daily Alerts
Oneindia App Download

ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହେଲେ ହୃଷୀକେଶ ମଲ୍ଲିକ

ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହେଲେ ହୃଷୀକେଶ ମଲ୍ଲିକ । ପୂର୍ବରୁ ଡକ୍ଟର ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ ।

|

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହେଲେ ହୃଷୀକେଶ ମଲ୍ଲିକ । ପୂର୍ବରୁ ଡକ୍ଟର ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ । ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ହେଲେ ସଂଗ୍ରାମ ଜେନା । ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ପ୍ରବୋଧ କୁମାର ରାଉତ ସମ୍ପାଦକ ହୋଇଛନ୍ତି ।

Hrishikesh Mallick

ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ କର୍ମକର୍ତ୍ତା ଚୟନ କରାଯାଇଛି । ଶ୍ରୀମତି ଅରୁଣା ମହାନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ ସଭାପତି ମନୋନୀତ ହୋଇଛନ୍ତି । ନାଟ୍ୟକାର ମନ୍ମଥ କୁମାର ଶତପଥୀ ହୋଇଛନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ।

Odisha Sahitya Akademi

ସେହିଭଳି ଲଳିତ କଳା ଏକାଡେମୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ଲଲିତ କଳା ଏକାଡେମୀର ଉପସଭାପତି ହୋଇଛନ୍ତି ଶ୍ରୀନିବାସ ପଢ଼ିହାରୀ ଓ ପଞ୍ଚାନନ ସାମଲ ସମ୍ପାଦକ ଚୟନ ହୋଇଛନ୍ତି । ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ହୋଇଛନ୍ତି ଡକ୍ଟର ସୟଦ ମୁସିର ଆଲମ । ମୁଖ୍ୟମନ୍ତ୍ରୀ ଏହି ଚୟନକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
new president of the Odisha Sahitya Akademi is Hrishikesh Mallick
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X