ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହେଲେ ହୃଷୀକେଶ ମଲ୍ଲିକ

ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହେଲେ ହୃଷୀକେଶ ମଲ୍ଲିକ । ପୂର୍ବରୁ ଡକ୍ଟର ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ ।

ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀର ନୂତନ ସଭାପତି ହେଲେ ହୃଷୀକେଶ ମଲ୍ଲିକ । ପୂର୍ବରୁ ଡକ୍ଟର ହରିହର ମିଶ୍ର ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଥିଲେ । ସେହିପରି ଓଡ଼ିଶା ସାହିତ୍ୟ ଏକାଡେମୀର ଉପସଭାପତି ହେଲେ ସଂଗ୍ରାମ ଜେନା । ଓଡ଼ିଶା ପ୍ରଶାସନିକ ସେବାର ଅଧିକାରୀ ପ୍ରବୋଧ କୁମାର ରାଉତ ସମ୍ପାଦକ ହୋଇଛନ୍ତି ।

Hrishikesh Mallick

ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ କର୍ମକର୍ତ୍ତା ଚୟନ କରାଯାଇଛି । ଶ୍ରୀମତି ଅରୁଣା ମହାନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ନୂଆ ସଭାପତି ମନୋନୀତ ହୋଇଛନ୍ତି । ନାଟ୍ୟକାର ମନ୍ମଥ କୁମାର ଶତପଥୀ ହୋଇଛନ୍ତି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ଉପସଭାପତି ।

Odisha Sahitya Akademi

ସେହିଭଳି ଲଳିତ କଳା ଏକାଡେମୀ ପାଇଁ କର୍ମକର୍ତ୍ତା ଚୟନ କରାଯାଇଛି । ଲଲିତ କଳା ଏକାଡେମୀର ଉପସଭାପତି ହୋଇଛନ୍ତି ଶ୍ରୀନିବାସ ପଢ଼ିହାରୀ ଓ ପଞ୍ଚାନନ ସାମଲ ସମ୍ପାଦକ ଚୟନ ହୋଇଛନ୍ତି । ଓଡ଼ିଶା ଉର୍ଦ୍ଦୁ ଏକାଡେମୀର ସମ୍ପାଦକ ହୋଇଛନ୍ତି ଡକ୍ଟର ସୟଦ ମୁସିର ଆଲମ । ମୁଖ୍ୟମନ୍ତ୍ରୀ ଏହି ଚୟନକୁ ଅନୁମୋଦନ ପ୍ରଦାନ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+