କପିଲ୍ ଶର୍ମାଙ୍କ ଶୋ'ରେ ହେଲ ନବଜୋତ ସିଂ ସିଦ୍ଧୁଙ୍କ ଏଣ୍ଟ୍ରୀ !
ଚର୍ଚ୍ଚାରେ ରହିଥାଏ କମେଡି କିଙ୍ଗ୍ କପିଲ ଶର୍ମାଙ୍କ ଶୋ' । ବର୍ତ୍ତମାନ ଶୋ'ର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ନବଜୋତ ସିଂ ସିଦ୍ଧୁଙ୍କୁ ଏହି ଶୋ'ରେ ଅତିଥି ଭାବେ ଦେଖିବାକୁ ମିଳୁଛି । କପିଲଙ୍କ ଶୋ'ରେ ସିଦ୍ଧୁ ନିଜ ପତ୍ନୀଙ୍କ ସହ ନଜର ଆସୁଛନ୍ତି । ତେବେ ସିଦ୍ଧୁଙ୍କୁ ଦର୍ଶକ ଖୁବ୍ ଚକିତ ହୋଇ ଯାଇଛନ୍ତି । ତେବେ ଅର୍ଚ୍ଚନା ପୁରାଣ ସିଂହ ଙ୍କ ସ୍ଥାନ ନେଲେ କି ସିଦ୍ଧୁ । ଏନେଇ ଏବେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି ।

କିଛି ବିବାଦ ପରେ ସିଦ୍ଧୁ କପିଲଙ୍କ ଶୋ'ରୁ ଦୂରେଇ ରହିଥିଲେ । ଯାହା ପରେ ଅର୍ଚ୍ଚନା ପୁରଣ ସିଂ ତାଙ୍କ ସ୍ଥାନ ନେଇଥିଲେ। ଏବେ କପିଲଙ୍କ ନୂଆ ଶୋ' ଦ ଗ୍ରେଟ୍ ଇଣ୍ଡିଆନ୍ କପିଲ୍ ଶୋ'ରେ ପୁଣି ସିଦ୍ଧୁ ପହଁଚି ଯାଇଛନ୍ତି । ସେ ତାଙ୍କ ପତ୍ନୀଙ୍କ ସହ ଶୋ'ରେ ନଜର ଆସିଥିଲେ। ଏହି ଶୋ'ରେ ତାଙ୍କ ସହ ହରଭଜନ ସିଂ ମଧ୍ୟ ନଜର ଆସିଥିଲେ।
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ ନବଜୋତ ସିଂ ସିଦ୍ଧୁ ଅର୍ଚ୍ଚନା ପୁରଣ ସିଂଙ୍କ ଚେୟାରରେ ବସିଥିବାର ଦେଖିବା ପାଇଁ ମିଳୁଛି ।
ଭିଡିଓରେ ଦେଖିବା ପାଇଁ ମିଳୁଛି ଯେ, ନବଜୋତ ସିଂ ସିଦ୍ଧୁ ପ୍ରବେଶ କରିବା ମାତ୍ରେ ଦର୍ଶକଙ୍କ ଉତ୍ସାହ ବଢି ଯାଉଛି । ଶୋ'ରେ କପିଲ ମଧ୍ୟ ସିଦ୍ଧୁଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଏହା ପରେ ନବଜୋତ ସିଂ ସିଦ୍ଧୁ କପିଲଙ୍କୁ କୁହନ୍ତି - ସାବଧାନ ରୁହ, ମୁଁ ନବଜୋତ ସିଂ ସିଦ୍ଧୁ । ଏହା ପରେ ଅର୍ଚ୍ଚନା ପୁରଣ ସିଂହ ଦୌଡ଼ି ଆସି କପିଲଙ୍କୁ କୁହନ୍ତି - ସର୍ଦ୍ଦାର ସାହେବଙ୍କୁ କୁହ ମୋ ଚେୟାରରୁ ଉଠିବାକୁ ।
ଏହା ପରେ ହରଭଜନ ସିଂଙ୍କୁ ମଧ୍ୟ ଶୋ'ରେ ଦେଖିବା ପାଇଁ ମିଳୁଛି । ଉଭୟ କ୍ରିକେଟର ଶୋ'ରେ ଖୁବ୍ ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥିଲା । ଶୋ'ରେ ନବଜୋତ ସିଂ ସିଦ୍ଧୁଙ୍କ ପତ୍ନୀ ମଧ୍ୟ ନଜର ଆସୁଛନ୍ତି । ସେ କହିଛନ୍ତି ଯେ ଆମ ବିବାହର 32 ବର୍ଷ ବିତିଗଲାଣି । ସେହିପରି ଶୋ'ରେ ନବଜୋତ ସିଂ ସିଦ୍ଧୁ ବହୁତ ମସ୍ତି କରୁଥିବାର ଦେଖିବା ପାଇଁ ମିଳିଥିଲା । ଶୋ'ରେ ଚେୟାରକୁ ନେଇ ଝଗଡ଼ା ହେଉଥିବା ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications