ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା'
ଶୈଳପୁତ୍ରୀ ବେଶରେ ଦର୍ଶନ ଦେଉଛନ୍ତି ମା',ମାଆ ଦୁର୍ଗାଙ୍କର ପ୍ରଥମ ସ୍ବରୂପ ହେଲା ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ
ଓମ୍ ବନ୍ଦେ ବାଞ୍ଛିତ ଲାଭାୟ
ଚନ୍ଦ୍ରାର୍ଦ୍ଧକୃତ ଶେଖରାମ୍ ।
ବୃଷାରୁଢ଼ାଂ ଶୁଳଧରାଂ
ଶୈଳପୁତ୍ରୀଂ ଯଶସ୍ୱିନୀମ୍।
ମାଆ ଦୁର୍ଗାଙ୍କର ପ୍ରଥମ ସ୍ବରୂପ ହେଲା ଶୈଳପୁତ୍ରୀ । ଶୈଳପୁତ୍ରୀଙ୍କ ଉପାସନାରୁ ହିଁ ଶାରଦୀୟ ନବରାତ୍ରର ଆରମ୍ଭ ହୋଇଥାଏ । ଦେବୀ ଶୈଳପୁତ୍ରୀ ଗିରିରାଜ ହିମାଳୟଙ୍କ ପୁତ୍ରୀ । ଧଳା ଏବଂ ଦିବ୍ୟ ସ୍ବରୂପ ସଦୃଶ ଦେବୀ ବୃଷବ ଉପରେ ବିଦ୍ୟମାନ ହୋଇଥାନ୍ତି । ଦେବୀ ଶୈଳପୁତ୍ରୀଙ୍କ ଡାହାଣ ହାତରେ ତ୍ରିଶୂଳ ଏବଂ ବାମ ହାତରେ ପଦ୍ମ ଫୁଲ ସୁଶୋଭିତ । ପୁରାଣ ଅନୁସାରେ ଦେବୀ ଶୈଳପୁତ୍ରୀ ପୂର୍ବଜନ୍ମରେ ଦକ୍ଷ ପ୍ରଜାପତିଙ୍କ ପୁତ୍ରୀ ସତୀ ଥିଲେ । ଯାହାଙ୍କର ବିବାହ ଭବବାନ ଶିବଙ୍କ ସହ ହୋଇଥିଲା ।
ସତୀଙ୍କ ପିତା ଦକ୍ଷଙ୍କ ଦ୍ବାରା ଆୟୋଜିତ ଦକ୍ଷଯଜ୍ଞରେ ଭଗବାନ ଶିବଙ୍କୁ ଆମନ୍ତ୍ରଣ କରାଯାଇନଥିଲେ । ଅପରପକ୍ଷରେ ଯଜ୍ଞ ବେଳେ ଶିବଙ୍କର ଅପମାନ ମଧ୍ୟ ହୋଇଥିଲା । ଫଳରେ ଶିବପତ୍ନୀ ସତୀ ଯଜ୍ଞ ଅଗ୍ନିରେ ନିଜ ଶରୀରକୁ ଭସ୍ମ କରିଦେଇଥିଲେ । ପର ଜନ୍ମରେ ସେ ଗିରିରାଜ ହିମାଳୟ ପୁତ୍ରୀ ରୂପରେ ଅବତାରିତ ହେଲେ ଏବଂ ପରେ ଶୈଳପୁତ୍ରୀ ବୋଲି ବିଦିତ ହେଲେ । ଦେବୀ ଶୈଳପୁତ୍ରୀଙ୍କୁ ପାର୍ବତୀ ମଧ୍ୟ କୁହାଯାଏ । ଯିଏ ଭଗବାନ ଶଙ୍କରଙ୍କର ଅର୍ଦ୍ଧାଙ୍ଗିନୀ ।

ମାଆଙ୍କ ଦିବ୍ୟ ସ୍ବରୂପର ଧ୍ୟାନ କରିବା ଦ୍ବାରା ମନ ପରିମାର୍ଜିତ ହୁଏ । ବିନମ୍ରତା ଓ ସୌମ୍ୟତାର ବିକାଶ ହୋଇଥାଏ । ମାଆଙ୍କ ଏହି ସ୍ବରୂପ ଜୀବନରେ ଅନାସକ୍ତ ରହିବା ପାଇଁ ସନ୍ଦେଶ ଦେଇଥାଏ । କଠିନ ସଂଘର୍ଷରେ ମଧ୍ୟ ଧର୍ଯ୍ୟ, ଆଶା ଏବଂ ବିଶ୍ବାସର ସହ ଆଗକୁ ବଢିବାକୁ ପ୍ରରଣା ଦେଇଥାଏ । ମାଆଙ୍କ ଶ୍ବେତ ସ୍ବରୂପ ଆମକୁ ସତ୍ ପ୍ରବୃତି ପାଇଁ ମାର୍ଗଦର୍ଶନ କରିଥାଏ । ମାଆ ବୃଷଭ ଉପରେ ବିଦ୍ୟମାନ । ବୃଷଭ ହେଉଛନ୍ତି ଧର୍ମର ପ୍ରତୀକ । ସତ୍ ପ୍ରବୃତି ହିଁ ଧର୍ମ । ଯାହା ଆମକୁ ସତ ପଥରେ ଯିବା ପାଇଁ ସନ୍ଦେଶ ଦେଇଥାଏ । ବାମ ହାତରେ ପଦ୍ମ ଆମକୁ ପବିତ୍ର କାମ କରିବାକୁ ସନ୍ଦେଶ ଦେଇଥାଏ । ଡାହାଣ ହାତରେ ଥିବା ତ୍ରିଶୂଳ ମଣିଷ ମଧ୍ୟରେ ଥିବା ଦୈହିକ, ଦୈବିକ ଏବଂ ଭୌତିକ ବିକୃତିକୁ ନଷ୍ଟ କରିଥାଏ ।
ମାଁ ଶୈଳପୁତ୍ରୀ ପୂଜନ ମନ୍ତ୍ର
ଧ୍ୟାନଂ: ବନ୍ଦେ ବାଞ୍ଚ୍ଛିତଲାଭାୟ ଚନ୍ଦ୍ରାର୍ଧକୃତଶେଖରାମ୍ ।
ବୃଷାରୂଢାଂ ଶୂଲଧରାଂ ଶୈଲପୁତ୍ରୀଂ ଯଶସ୍ୱିନୀମ୍ ॥
.ପୂର୍ଣେନ୍ଦୁନିଭାଙ୍ଗୌରୀଂ ମୂଲାଧାରସ୍ଥିତାଂ ପ୍ରଥମଦୁର୍ଗାଂ ତ୍ରିନେତ୍ରାମ୍ ।
ପଟାମ୍ବରପରିଧାନାଂ ରତ୍ନକିରୀଟାଂ ନାନାଲଙ୍କାରଭୂଷିତାମ୍ ॥
.ପ୍ରଫୁଲ୍ଲବଦନାଂ ପଲ୍ଲବାଧରାଂ କାନ୍ତକପୋଲାଂ ତୁଙ୍ଗକୁଚାମ୍ ।
କମନୀୟାଂ ଲାବଣ୍ୟସ୍ନେହମୁଖୀଂ କ୍ଷୀଣମଧ୍ୟାଂ ନିତମ୍ବନୀମ୍ ॥
.ସ୍ତୋତ୍ରମ୍ : ପ୍ରଥମଦୁର୍ଗା ତ୍ୱଂ ହି ଭବସାଗରତାରିଣୀ ।
ଧନ ଐଶ୍ୱର୍ୟଦାୟିନୀ ଶୈଲପୁତ୍ରୀ ପ୍ରଣମାମ୍ୟହମ୍ ॥
.ତ୍ରିଲୋକଜନନୀ ତ୍ୱଂ ହି ପରମାନନ୍ଦପ୍ରଦାୟିନୀ ।
ସୌଭାଗ୍ୟାରୋଗ୍ୟଦାୟନୀ ଶୈଲପୁତ୍ରୀ ପ୍ରଣମାମ୍ୟହମ୍ ॥
.ଚରାଚରେଶ୍ୱରୀ ତ୍ୱଂ ହି ମହାମୋହବିନାଶିନୀ ।
ଭୁକ୍ତିମୁକ୍ତିଦାୟନୀ ଶୈଲପୁତ୍ରୀ ପ୍ରଣମାମ୍ୟହମ୍ ॥
.କବଚମ୍: ଓଙ୍କାରଃ ମେ ଶିରଃ ପାତୁ ମୂଲାଧାରନିବାସିନୀ ।
ହ୍ରୀଙ୍କାରଃ ପାତୁ ଲଲାଟେ ବୀଜରୂପା ମହେଶ୍ୱରୀ ॥
.ଶ୍ରୀକାରଃ ପାତୁ ବଦନେ ଲଜ୍ଜାରୂପା ମହେଶ୍ୱରୀ ।
ହୂଙ୍କାରଃ ପାତୁ ହୃଦୟେ ତାରିଣୀ ଶକ୍ତିଃ ସ୍ୱଧୃତା ॥
.ଫଟ୍କାରଃ ପାତୁ ସର୍ବାଙ୍ଗେ ସର୍ବସିଦ୍ଧିଫଲପ୍ରଦା ।
-
APSEZ ର ବଡ଼ ସଫଳତା: 500 ମିଲିୟନ୍ ଟନ୍ କାର୍ଗୋ ହ୍ୟାଣ୍ଡଲିଂ ସୀମା ଅତିକ୍ରମ -
Adani Ports ର ବଡ଼ ରେକର୍ଡ: 500 ମିଲିୟନ୍ ଟନ୍ କାର୍ଗୋ ପାର, 2030 ମଧ୍ୟରେ 1 ବିଲିୟନ୍ ଟନ୍ ଲକ୍ଷ୍ୟ -
IPL-2026 : କୋଲକାତାକୁ ଭେଟିବ ହାଇଦ୍ରାବାଦ୍ : ପ୍ରଥମ ବିଜୟ ଲକ୍ଷ୍ୟରେ ଉଭୟ ଟିମ୍ -
ଶନିବାର ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଲାଗିପାରେ ମୋହର -
IPL 2026: ପଞ୍ଜାବର ଦ୍ବିତୀୟ ବିଜୟ, ଧୋନୀଙ୍କ ଅନୁପସ୍ଥିତିରେ ପୁଣି ହାରିଲା CSK







Click it and Unblock the Notifications