ଆଜି ଠାରୁ ଆରମ୍ଭ ନବରାତ୍ରୀ , ଆକ୍ଟୋବର 5ରେ ଶାରଦୀୟ ଦୁର୍ଗାପୂଜା
ଆଜି ଠାରୁ ପ୍ରବିତ୍ର ନବରାତ୍ରୀ ପାଳୁଛନ୍ତି ଦେଶବାସୀ। ଆଶ୍ୱୀନ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇ ଅକ୍ଟୋବର 4 ଯାଏଁ ଚାଲିବ ।
ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଜି ଠାରୁ ପ୍ରବିତ୍ର ନବରାତ୍ରୀ ପାଳୁଛନ୍ତି ଦେଶବାସୀ। ଆଶ୍ୱୀନ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇ ଅକ୍ଟୋବର 4 ଯାଏଁ ଚାଲିବ । ଆସନ୍ତାମାସ 5 ତାରିଖରେ ଧରାବତରଣ କରିବେ ମାଆ ଦୁର୍ଗା । ଦେଶର ବିଭିନ୍ନ ପ୍ରାନ୍ତରେ ପାଳନ ହେବ ଦୁର୍ଗାପୂଜା । ଏନେଇ ଜୋରସୋରରେ ଚାଲିଛି ପ୍ରସ୍ତୁତି । ତେବେ ନବରାତ୍ରୀର ନଅ ଦିନ ଯାକ ମା ଦୁର୍ଗାଙ୍କର 9ଟି ସ୍ୱରୂପକୁ ବିଧି ବିଧାନର ସହ ପୂଜାର୍ଚ୍ଚନା କରାଯିବାର ପୁରୁଣା ପରମ୍ପରା ରହିଛି । ନବରାତ୍ରୀ ଘଟ ସ୍ତାପନାରୁ ଆରମ୍ଭ ହୋଇ ଅଷ୍ଟମୀ ଏବଂ ନବମୀ ତିଥିରେ କନ୍ୟା ପୂଜା ସହିତ ଶେଷ ହୁଏ ।

ମହାଳୟା ଅମାବାସ୍ୟା ସହ ପିତୃପକ୍ଷ ସମାପ୍ତ ହେବା ପରେ ଆରମ୍ଭ ହୁଏ ନବରାତ୍ରୀ । ଚଳିତବର୍ଷ ଆଶ୍ୱୀନ ନବରାତ୍ରୀର ଖାସ୍ ମହତ୍ତ୍ବ ରହିଛି । କାରଣ ପ୍ରଥମ ଦିନ ଶୁଭ ଯୋଗର ସଂଯୋଗ ରହିଛି । ଏହାସହିତ ଚଳିତ ଥର ମାଆ ହାତୀ ଉପରେ ବସି ଧରାପୃଷ୍ଠକୁ ଆଗମନ କରିବେ । ହାତୀ ଶୁଭ ସଂକେତ ନେଇ ଆସିଥାଏ ବୋଲି ବିଶ୍ବାସ ରହିଛି। ଏଥରକ ଶାରଦୀୟ ନବରାତ୍ରୀର ପ୍ରଥମ ଦିନ ଦୁଇଟି ଶୁଭ ଯୋଗର ସଂଯୋଗ ରହିଛି । ଯୋଗରେ ମାଆ ଦୁର୍ଗାଙ୍କ ପୂଜା କରିବା ଦ୍ୱାରା ଭାଗ୍ୟ ବଦଳିଥାଏ ବୋଲି ରହିଛି ବିଶ୍ବାସ ।
ଆସନ୍ତୁ ଜାଣିବା ଯୋଗ ଏବଂ ଏହାର ମହତ୍ତ୍ବ ବିଷୟରେ...
ଶୁକ୍ଳ ଯୋଗ: 25 ସେପ୍ଟମ୍ବର ସକାଳ 9ଟା 6 ରୁ 26 ସେପ୍ଟମ୍ବର ସକାଳ 8 ଟା 6 ମିନିଟ ଯାଏଁ ରହିଛି ।
ମହତ୍ତ୍ବ : ଏହି ଯୋଗରେ ହେବାକୁ ଥିବା ସମସ୍ତ କାର୍ଯ୍ୟ ବିନା ବାଧାରେ ପୂରଣ ହୋଇଥାଏ । ଏହି ଯୋଗରେ ବ୍ୟକ୍ତିଙ୍କରମନ୍ତ୍ର ସାଧନା ସିଦ୍ଧି ହୋଇଥାଏ ।
ବ୍ରହ୍ମ ଯୋଗ : 26 ସେପ୍ଟମ୍ବର ସକାଳ 8ଟା 6 ରୁ 27 ସେପ୍ଟମ୍ବର ସକାଳ 6ଟା 44 ମିନିଟ ଯାଏଁ ରହିଛି ।
ମହତ୍ତ୍ବ : ଏହି ଯୋଗରେ ପ୍ରତ୍ୟେକ ବାଧାକୁ ଦୂର କରିବାର କ୍ଷମତା ରହିଥାଏ । ଏହି ଯୋଗରେ ମା ଦୁର୍ଗାଙ୍କ ପୂଜା କରିବା ଦ୍ୱାରା ଶତୃଙ୍କୁ ସାମ୍ନା କରିବାର ଶକ୍ତି ମିଳିଥାଏ ।












Click it and Unblock the Notifications