ଆରମ୍ଭ ହେଲା ନବରାତ୍ରୀ: ପ୍ରଥମ ଦିନରେ ପୂଜା ପାଇବେ ମା' ଶୈଳପୁତ୍ରୀ, ଏହି ଫୁଲ ଅର୍ପଣ କରନ୍ତୁ
Navratri 2024: ଆଶ୍ୱିନ ଶୁକ୍ଳ ପକ୍ଷ ପ୍ରତିପଦା ତିଥିରେ ଶାରଦୀୟ ନବରାତ୍ରୀ ଆରମ୍ଭ ହୋଇଥାଏ । ଆଜି ନବରାତ୍ରୀରେ ପ୍ରଥମ ଦିନ, ନଅ ଦିନ ଯାକ ମା ଦୁର୍ଗାଙ୍କର 9ଟି ସ୍ୱରୂପକୁ ବିଧି ବିଧାନର ସହ ପୂଜାର୍ଚ୍ଚନା କରାଯିବାର ପୁରୁଣା ପରମ୍ପରା ରହିଛି । ତେବେ ପ୍ରତିଦିନ ଦେବୀଙ୍କୁ ତାଙ୍କର ପ୍ରିୟ ଫୁଲ ଅର୍ପଣ କରିବା ଦ୍ୱାରା ଭକ୍ତଙ୍କୁ ଅନେକ ଲାଭ ମିଳିଥାଏ । ନବବ୍ରତ ସମୟରେ ମା'ଙ୍କୁ ଏହି 9 ଟି ଫୁଲ ଅର୍ପଣ କରନ୍ତୁ
ପ୍ରଥମ ଦିନ: ନବରାତ୍ରୀର ପ୍ରଥମ ଦିନରେ ମା ଶୈଳପୁତ୍ରୀଙ୍କୁ ପୂଜା କରାଯାଏ । ମାଆ ଶୈଳପୁତ୍ରୀଙ୍କ ପ୍ରିୟ ଫୁଲ ହେଉଛି ଧଳା କନିଆରି । ମାନ୍ୟତା ରହିଛି ମା'ଙ୍କୁ ଏହି ଫୁଲ ଅର୍ପଣ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ସ୍ଥିରତା ଆସିବା ସହ ଚାପ ଦୂର ହୋଇଥାଏ ।
ଦ୍ୱିତୀୟ ଦିନ - ଶାରଦୀୟ ନବରାତ୍ର ପର୍ବର ୨ୟ ଦିନ ମାଆ ବ୍ରହ୍ମଚାରିଣୀଙ୍କ ପୂଜାର୍ଚ୍ଚନା କରାଯାଏ । ଏହି ଦିନ ମା'ଙ୍କ ପାଖରେ ନାଗଲିଙ୍ଗ ଫୁଲ, ଧଳା ମନ୍ଦାର, ପଦ୍ମ, ଆଦି ଫୁଲ ଅର୍ପଣ କରନ୍ତୁ । ଏହା ବୁଦ୍ଧି ଏବଂ ଜ୍ଞାନ ବୃଦ୍ଧି କରେ । ବ୍ୟବସାୟରେ ମିଳିବ ଅଜସ୍ର ଲାଭ ।
ତୃତୀୟ ଦିନ : ଅପରାଜିତା ଫୁଲ ସହିତ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କରନ୍ତୁ । କୁହାଯାଏ ଏହା ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ । ଅର୍ଥର ଅଭାବ ରହିନଥାଏ ।

ଚତୁର୍ଥ ଦିନ: ମାଆ କୁଷ୍ମାଣ୍ଡାଙ୍କୁ ହଳଦିଆ ରଙ୍ଗର ଫୁଲ ଯେପରି ହଳଦିଆ ରଙ୍ଗର ମନ୍ଦାର, କୁସୁମ ଫୁଲ କିମ୍ବା କୌଣସି ହଳଦିଆ ଫୁଲ ଚଢାନ୍ତୁ । ଯାହା ଦ୍ୱାରା ମାତା ପ୍ରସନ୍ନ ହୋଇ ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟର ସୁଫଳ ଦିଅନ୍ତି ।
ପଞ୍ଚମ ଦିନ: ସ୍କନ୍ଧମାତା ଦେବୀ ମଧ୍ୟ ହଳଦିଆ ଫୁଲକୁ ପସନ୍ଦ କରନ୍ତି । ମାନ୍ୟତା ରହିଛି ଯେ ମା'ଙ୍କୁ ଏହି ଦିନ ହଳଦିଆ ଫୁଲ ଅର୍ପଣ କରି ପୂଜାର୍ଚ୍ଚନା କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ପିଲାମାନଙ୍କୁ ସୁଫଳ ମିଳିବା ସହ ଘରେ ସୁଖ ଶାନ୍ତି ରହିଥାଏ ।
ଷଷ୍ଠୀ ଦିନ: ମାଆ କାତ୍ୟାୟନୀଙ୍କର ପୂଜା ବରକୋଳି ଗଛର ଫୁଲରେ କରିବା ଦ୍ୱାରା ଦେବୀ ଅଧିକ ପ୍ରସନ୍ନ ହୁଅନ୍ତି ଏବଂ ବିବାହର ଦେଖା ଦେଉଥିବା ବାଧା ଦୂର ହୋଇଥାଏ ।
ସପ୍ତମୀ ଦିନ : ନବରାତ୍ରୀ ପୂଜାର ସପ୍ତମ ଦିନ ମା' କାଳରାତ୍ରୀଙ୍କ ପୂଜା କରିଥାନ୍ତି ଭକ୍ତମାନେ । ଏହି ଦିନ ମା'ଙ୍କୁ ବିଧିବିଧା, ଭକ୍ତି ଭାବରେ ପୂଜା କଲେ ମା' ପ୍ରସନ୍ନ ହୋଇଥାନ୍ତି ଓ ଭକ୍ତଙ୍କୁ ଆର୍ଶୀବାଦ ଦେଇଥାନ୍ତି । ମାନ୍ୟତା ରହିଛି ସପ୍ତମୀ ତିଥିରେ ମା'ଙ୍କ ପାଖରେ କୁସୁମ ଫୁଲ ବା ରାତିର ରାଣୀ କୁହାଯାଉଥିବା ଜାସମିନ ଫୁଲ ଅର୍ପଣ କରନ୍ତୁ । ବିଶେଷ କରି ଏହି ଦିନ ମା'ଙ୍କ ପୂଜା ରାତିରେ କରାଯାଏ । ଏହା ଶତ୍ରୁମାନଙ୍କୁ ସାମ୍ନା କରିବାକୁ ଶକ୍ତି ପ୍ରଦାନ କରେ ବୋଲି ବିଶ୍ୱାସ ରହିଛି
ଅଷ୍ଟମୀ ଦିନ: ମହା ଅଷ୍ଟମୀ ଦିନ ମା' ମହାଗୌରୀଙ୍କ ରୂପରେ ପୂଜା ପାଆନ୍ତି । ଏହି ଦିନ ମଲ୍ଲି ଫୁଲ ମା'ଙ୍କ ପାଖରେ ଅର୍ପଣ କରନ୍ତୁ । ଏହା ଦାମ୍ପତ୍ୟ ଜୀବନରେ ମଧୁରତା ଆଣିଥାଏ ଏବଂ ପରିବାରରେ ଏକତା ମଧ୍ୟ ବୃଦ୍ଧି କରିବ ।
ନବମି ଦିନ : ମହାନାବମୀ ହେଉଛି ନବବ୍ରତୀର ଶେଷ ଦିନ । ଏହି ଦିନ ମାଆ ସିଦ୍ଧିଦାତ୍ରୀଙ୍କୁ ଚମ୍ପା ଫୁଲ ଦେଇ ପୂଜାର୍ଚ୍ଚନା କରନ୍ତୁ । ସୁଫଳ ମିଳିବ ।












Click it and Unblock the Notifications