ଆଜି ନବରାତ୍ରୀର ଶେଷ ଦିନ: ସିଦ୍ଧିଦାତ୍ରୀଙ୍କ ରୂପରେ ପୂଜା ପାଉଛନ୍ତି ମା'
Navaratri 2023: ଆଜି ନବରାତ୍ରୀର ଶେଷ ଦିନ । ଚଳଚଞ୍ଚଳ ପଲ୍ଲୀଠୁ ସହର । ଆଜି ମଣ୍ତପରେ ମହାମାୟାଙ୍କ ମହାନବମୀ ପୂଜା ହେଉଥିବା ବେଳେ ଆଜି ଶକ୍ତିପୀଠରେ ହେଉଛି ଦଶମୀ ପୂଜା । ସକାଳୁ ସକାଳୁ ମା'ଙ୍କର ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଆଜି ଅପରାଜିକା ପୂଜା, ଚଣ୍ତୀପାଛ, କୁମାରୀ ପୂଜା ଆଜି କରାଯିବ ଏବଂ ଅପରାହ୍ନରେ ଚଣ୍ତୀ ଆହୂତି ଦିଆଯିବ ।
ତେବେ ଶେଷଦିନରେ ମା' ସିଦ୍ଧିଦାତ୍ରୀଙ୍କ ପୂଚାର୍ଚ୍ଚନା କରାଯାଏ । ସମ୍ପୁର୍ଣ୍ଣ ଉତ୍ସର୍ଗୀକୃତ ଭାବରେ ମାଆଙ୍କ ଉପାସନା କଲେ ଭକ୍ତଙ୍କର ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଆଜି କନ୍ୟା ପୂଜନ କରାଯାଇଥାଏ । ୯ ବର୍ଷ ଭିତରେ ଥିବା ନଅ ଜଣ ବାଳିକାଙ୍କୁ ନବଦୁର୍ଗା ଭାବରେ ସଜ୍ଜିତ କରାଯାଇ ସେମାନଙ୍କର ପୂଜାର୍ଚ୍ଚନା କରାଯାଏ । ରାତିରେ ହୋମ ଓ ଉତ୍ସର୍ଗ ବଳି ଅର୍ପଣ କରି ନବରାତ୍ର ବ୍ରତର ସମାପନ କରାଯାଏ । ନବ ଦୁର୍ଗାଙ୍କ ମଧ୍ୟରେ ସିଦ୍ଧିଦାତ୍ରୀ ଅନ୍ତିମ ସେଥି ପାଇଁ ଶେଷ ଦିନ ମାଆ ସିଦ୍ଧିଦାତ୍ରୀ ରୂପରେ ଦର୍ଶନ ଦିଅନ୍ତି ।

ସାଧକକୁ ସର୍ବ କର୍ମରେ ଯିଏ ସିଦ୍ଧି ପ୍ରଦାନ କରନ୍ତି ସେ ହେଉଛନ୍ତି ମାଆ ସିଦ୍ଧିଦାତ୍ରୀ । ମହାଭାରତ ଯୁଦ୍ଧରେ ଭଗବାନଙ୍କ ପରାମର୍ଶରେ ଅର୍ଜୁନ ଜୟଲାଭ ପାଇଁ ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରିଥିଲେ । ମହାଦେବୀ ତୁଷ୍ଟ ହୋଇ ଅର୍ଜୁନଙ୍କୁ ସିଦ୍ଧି ଦାତ୍ରୀ ଜନନୀ ରୂପେ ଦର୍ଶନ ଦେଇ ଆଶିଷ ପ୍ରଦାନ କରିଥିଲେ । ବିଶ୍ୱର ସମସ୍ତ ଜୀବ, ଯୋଗୀ, ଭୋଗୀ, ଭକ୍ତ,ଗୃହୀ, ତପସ୍ୱୀ ଏପରିକି ବ୍ରହ୍ମା, ମହାଦେବଙ୍କ ପର୍ଯ୍ୟନ୍ତ ସିଦ୍ଧିଲାଭ କରିଥାନ୍ତି ।
ମାଆ ସିଦ୍ଧିଦାତ୍ରୀଙ୍କ କରୁଣା ବଳରେ ମାର୍କଣ୍ଡେୟ ପୁରାଣରେ ଅଣିମା, ମହିମା, ଲଂଘିମା, ପ୍ରାପ୍ତି, ପ୍ରାକମ୍ୟ, ଈଶିତ୍ବ ଆଦି ଆଠ ସିଦ୍ଧି ବିଷୟରେ କୁହା ଯାଇଛି । ଏହି ସିଦ୍ଧି ପ୍ରଦାନ କରୁଥିବା ଦେବୀ ସିଦ୍ଧିଦାତ୍ରୀ । ସେ ସିଂହ ବାହିନୀ, ଚତୁର୍ଭୁଜା ଏବଂ ପ୍ରସନ୍ନ ବଦନା । ମାଆ ଦୁର୍ଗାଙ୍କର ଏହି ରୁପକୁ ସମସ୍ତେ ସିଦ୍ଧି ପ୍ରାପ୍ତି ପାଇଁ ଆରାଧନା କରିଥାନ୍ତି ।












Click it and Unblock the Notifications