ପାଖେଇ ଆସୁଛି ନବରାତ୍ରୀ; ଘରକୁ ଆଣନ୍ତୁ ଏହି ସବୁ ଜିନିଷ, ଶୁଭ ହେବ ଦିନ
ନବରାତ୍ରୀ ପ୍ରତିବର୍ଷ ଶରତ ଋତୁରେ ପାଳନ କରାଯାଇଥାଏ । ଏହା ବିଭିନ୍ନ କାରଣରୁ ଏବଂ ଭାରତୀୟ ସାଂସ୍କୃତିକ କ୍ଷେତ୍ରର ବିଭିନ୍ନ ଭାଗରେ ଭିନ୍ନ ଭିନ୍ନ ଭାବରେ ପାଳନ କରାଯାଇଥାଏ । ତାତ୍ତ୍ୱିକ ଭାବେ ଚାରୋଟି ଋତୁକାଳୀନ ନବରାତ୍ରୀ ରହିଛି । ତେବେ ସାଧାରଣତଃ ମୌସୁମୀ ପରବର୍ତ୍ତୀ ଶାରଦୀୟ ନବରାତ୍ରୀ ପ୍ରଧାନ ।
ବସନ୍ତ ଓ ଶରତ ଋତୁରେ ଦେବୀ ଆରାଧନା କରାଯାଏ । ଚୈତ୍ର ଶୁକ୍ଳ ଏବଂ ଆଶ୍ୱିନ ଶୁକ୍ଳ ପ୍ରତିପଦଠାରୁ ନବମୀ ପର୍ଯ୍ୟନ୍ତ ନଗଗୌରୀ ବା ନବଦୁର୍ଗା (ଶୈଳପୁତ୍ରୀ, ବ୍ରହ୍ମଚାରିଣୀ, ଚନ୍ଦ୍ରଘଣ୍ଟା, କୁଷ୍ମାଣ୍ଡା, ସ୍କନ୍ଧମାତା, କାତ୍ୟୟନୀ, କାଳରାତ୍ରୀ, ମହାଗୌରୀ)ଙ୍କ ପୂଜା ଅନୁଷ୍ଠିତ ହୁଏ ।

ଶରତ ନବରାତ୍ର: ଆଶ୍ୱିନ ଶୁକ୍ଳ ପ୍ରତିପଦ ତିଥିରୁ ନବମୀ ପର୍ଯ୍ୟନ୍ତ
ମାଟିର ଘର
ଏହି ସମୟରେ ଯଦି ଆପଣଙ୍କୁ ମାଟିର ଘର ମିଳିଯାଏ ତେବେ ନିଶ୍ଚିତ କିଣି ଆଣନ୍ତୁ। ନଚେତ ଘରେ ନିଜେ ମାଟିରେ ଘରଟିଏ ତିଆରି କରନ୍ତୁ। ଏହାକୁ ପୂଜା ଦିନମାନଙ୍କରେ ମାଙ୍କ ନିକଟରେ ରଖନ୍ତୁ। ଏପରି କରିବା ଦ୍ୱାରା ସମ୍ପତ୍ତି ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି । ଏଥିସିହତ ପରିବାରରେ ଥିବା ବାଦିବାବାଦ ସମାଧାନ ହୋଇଯାଏ ।
ଶୃଙ୍ଗାର
ଦୁର୍ଗା ମାଆଙ୍କୁ ଶୃଙ୍ଗାର ହେବାକୁ ଖୁବ ପସନ୍ଦ । ତେଣୁ ବିବାହିତ ମହିଳାମାନେ ନବରାତ୍ରି କାଳରେ ମାଆ ଦୁର୍ଗାଙ୍କୁ ନାଲି ଓଢଣୀ ସହିତ ସୁହାଗ ସାମଗ୍ରୀ ଅର୍ପିତ କରନ୍ତୁ। ଏପରି କରିବା ଦ୍ୱାରା ସ୍ୱାମୀଙ୍କ ଆୟୁଷ ବୃଦ୍ଧି ହୋଇଥାଏ । କୁମାରୀମାନେ ଏପରି କରିବା ଦ୍ବାରା ଭଲ ବର ପ୍ରାପ୍ତ ହୋଇଥାଏ ।
ପତାକା
ନବରାତ୍ରୀର ପ୍ରଥମ ଦିନରେ ତିନିକୋଣିଆ ପତାକା କିଣି ଘରକୁ ଆଣିଲେ ଏହା ଶୁଭଦାୟକ ବୋଲି କୁହାଯାଏ । ପତାକାକୁ ସମସ୍ତେ ବିଜୟର ପ୍ରତିକ ବୋଲି ମାନିଥାନ୍ତି । ତେଣୁ ଏପରି କରିବା ଦ୍ବାରା ଆପଣ କେଉଁ ବି ସ୍ଥାନରେ ହାରିବେ ନାହିଁ । ପ୍ରଥମ ଦିନରେ ଏହି ପତାକା କିଣି ନଅ ଦିନ ପର୍ଯ୍ୟନ୍ତ ପୂଜା କରନ୍ତୁ । ଦେଖିବା ଆପଣଙ୍କର ସମସ୍ତ ମନୋକାମନା ପୂରଣ ହେବ।
ରୂପା ସାମଗ୍ରୀ
ନବରାତ୍ର କାଳରେ ଘରକୁ ରୂପାର ଯେ କୌଣସି ବି ସାମଗ୍ରୀ କିଣିଆଣିଲେ ସୌଭାଗ୍ୟ ମିଳିଥାଏ ବୋଲି ବିଶ୍ବାସ ରହିଛି। ଏମିତିରେ ରୂପା ସମୃଦ୍ଧିର ପ୍ରତୀକ ହୋଇଥାଏ। ଏଣୁ ନବରାତ୍ରି ଦିନମାନଙ୍କରେ ଘରକୁ ରୂପା ଅଳଙ୍କାର, ବାସନକୁସନ ବା ଏପରି କିଛି କ୍ରୟ କରି ଆଣିଲେ ଘରର ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ। ମାଆଙ୍କୁ ଅର୍ପଣ କରି ଏହି ଜିନିଷ ଆପଣ ପରବର୍ତ୍ତୀ ସମୟରେ ବ୍ୟବହାର କରିବା ଦ୍ବାରା ଆପଣଙ୍କୁ ଲାଭ ମିଳିଥାଏ ।












Click it and Unblock the Notifications