Get Updates
Get notified of breaking news, exclusive insights, and must-see stories!

ଆଜି ନବରାତ୍ରର ପଞ୍ଚମ ଦିନ: ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି ମା'

ଆଜି ନବରାତ୍ରର ପଞ୍ଚମ ଦିନ: ସ୍କନ୍ଧମାତା ବେଶରେ ଦର୍ଶନ ଦେଉଛନ୍ତି ମା'

Navaratri 2022:ନବରାତ୍ରୀଙ୍କ ପଞ୍ଚମ ଦିନ ମାତା ସ୍କନ୍ଧମାତା ଉପାସନା କରାଯାଏ । ମାନ୍ୟତା ରହିଛି ଯେ ମା' ଦୁର୍ଗାଙ୍କ ପଞ୍ଚମ ରୂପ ଦେବୀ ସ୍କନ୍ଧମାତାଙ୍କୁ ପୂଜା କରିବା ଦ୍ୱାରା ଭକ୍ତଙ୍କ ସମସ୍ତ ଇଚ୍ଛା ପୂରଣ ହୋଇଥାଏ । ଏହାସହ ମାଆଙ୍କୁ ମୋକ୍ଷର ଦ୍ୱାର ଉନ୍ମୁକ୍ତକାରିଣୀ ବୋଲି ମଧ୍ୟ କୁହାଯାଏ । ମା'ଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ଜୀବନ ସୁଖରେ ପରିପୂର୍ଣ୍ଣ ହୋଇଥାଏ ।

Navaratri 2022

ମା ସ୍କନ୍ଧମାତାଙ୍କ ପୂଜା
ସୂର୍ଯ୍ୟୋଦୟ ପୂର୍ବରୁ ସ୍ନାନ କରିବା ପରେ ସବୁଜ ପୋଷାକ ପିନ୍ଧନ୍ତୁ ଏବଂ ଦେବୀଙ୍କୁ ସବୁଜ ଚୁଡି଼, ସବୁଜ ଶାଢୀ, ମେହେନ୍ଦି, ସିନ୍ଦୁର, ଅକ୍ଷତ ଅର୍ପଣ କରନ୍ତୁ । ମାନ୍ୟତା ରହିଛି ମା'ଙ୍କୁ ଏହି ଦିନ ହଳଦିଆ ଫୁଲ ଅର୍ପଣ କରି ପୂଜାର୍ଚ୍ଚନା କଲେ ସନ୍ତାନ ପ୍ରାପ୍ତି ହୋଇଥାଏ ଏବଂ ପିଲାମାନଙ୍କୁ ସୁଫଳ ମିଳିବା ସହ ଘରେ ସୁଖ ଶାନ୍ତି ରହିଥାଏ । ସ୍କନ୍ଦମାତାଙ୍କ ପୂଜାରେ ସବୁଜ ରଙ୍ଗ ବ୍ୟବହାର କରନ୍ତୁ । ବିଶ୍ୱାସ ଅନୁଯାୟୀ, ଦେବୀ ଏଥିରେ ଅତ୍ୟନ୍ତ ସନ୍ତୁଷ୍ଟ ହୁଅନ୍ତି । ସବୁଜ ରଙ୍ଗ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦିଏ । ଧୂପ-ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା'ଙ୍କ ଆଳତୀ କରନ୍ତୁ । ମା'ଙ୍କ ପାଖରେ ମିଠା ଏବଂ ପାଞ୍ଚ ପ୍ରକାରର ଫଳ ଭୋଗ ଲାଗି କରନ୍ତୁ । ମା' । ମାଆଙ୍କ ଅତ୍ୟନ୍ତ ପ୍ରିୟ କଦଳୀ ଉପଭୋଗ କରନ୍ତୁ । ଖିରି ପ୍ରସାଦ ମଧ୍ୟ ଅର୍ପଣ କରିପାରିବେ । ଶେଷରେ ମା'ଙ୍କ ପାଖରେ ଧ୍ୟାନ କରିବା ଭୁଲନ୍ତୁ ନାହିଁ ।

ଦେବତାଙ୍କ ପ୍ରାର୍ଥନାରେ ତୃପ୍ତହୋଇ ମହାଦେବୀ ଉମା ରୂପେ ହିମାଳୟପତ୍ନୀ ମେନାଙ୍କ ଗର୍ଭରେ ଜନ୍ମ ହେଲେ । ଦେବୀ ଉମା ଓ ଶିବଙ୍କର ମିଳନରୁ ସ୍କନ୍ଧ ବା କାର୍ତ୍ତିକେୟ ଜନ୍ମ ହେଲେ ଦେବ ସେନାପତି ଭାବେ ଅସୁର ସଂହାରକରିବେ । ଏଣୁ ସେ କିଶୋରୀ ହେବାପରେ ମହାଦେବଙ୍କୁ ପାଇବା ପାଇଁ ଦେବତାଙ୍କ ପରାମର୍ଶରେ କଠୋର ତପସ୍ୟା ଆରମ୍ଭ କଲେ ମାଆ। ସେପଟେ ମହାଦେବ ବି କଠୋର ତପସ୍ୟାରେ ମଗ୍ନଥାଆନ୍ତି । ଦେବତା ମାନେ କାମଦେବଙ୍କୁ ଶିବଙ୍କର ତପସ୍ୟା ଭଗ୍ନ ନିମନ୍ତେ ପ୍ରେରଣ କଲେ । କାମଦେବ ଏ ଉଦ୍ୟମକରି ଶିବଙ୍କ କ୍ରୋଧାଗ୍ନିରେ ଭସ୍ମୀଭୂତ ହୋଇଗଲେ । ଏଥର ମା' ଉମା ବୁଝିପାରିଲେ ଯେ ଶିବଙ୍କୁ ପାଇବାକୁ ହେଲେ ଅତି କଠୋର ସାଧନା କରିବା ପାଇଁ ପିଡିବ । ପାର୍ବତୀ କଠୋର ତପସ୍ୟା କରିବା ନିମନ୍ତେ ବାହାରିବାରୁ ମାଆ ମେନା ତାଙ୍କୁ ଉ-ମା ଅର୍ଥାତ ଯାଅନାଯାଅନା କହି ବାରଣ କରିଥିଲେ । ଏହି ତପସ୍ୟା ଅବସରରେ ମା'ପାର୍ବତୀ ପତ୍ରଟିଏ ସୁଦ୍ଧା ଭକ୍ଷଣ ନ କରିଥିବାରୁ ତାଙ୍କର ଅନ୍ୟ ନାମ ଅପର୍ଣ୍ଣା । ଧ୍ୟାନ ବଳରେ ଉଭୟଙ୍କ ମଧ୍ୟରେ ମହା ମିଳନ ହେବାରୁ ଜନ୍ମହେଲେ ସ୍କନ୍ଧ,କାର୍ତ୍ତିକେୟ । ସ୍କନ୍ଧମାତା ଅଗ୍ନି ମଣ୍ଡଳରେ ଅବସ୍ଥାନ କରନ୍ତି । ତାଙ୍କର ତିନିଗୋଟି ଭୁଜ,ସେ କୋଳରେ ସ୍କନ୍ଧଙ୍କୁ ଧରିଛନ୍ତି । ମାଙ୍କ ବାହନ ସିଂହ ।

ମାଆଙ୍କ ଗ୍ରହ - ବୁଧ ।
ମନ୍ତ୍ର - ଓଁ ଦେବୀ ସ୍କନ୍ଧ ମାତାଐ ନମଃ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+