Get Updates
Get notified of breaking news, exclusive insights, and must-see stories!

ଆଜି ପୂଜା ପାଉଛନ୍ତି ମା'କୁଷ୍ମାଣ୍ଡା, ଜାଣନ୍ତୁ ପୂଜାବିଧି

ଆଜି ପୂଜା ପାଉଛନ୍ତି ମା'କୁଷ୍ମାଣ୍ଡା, ଜାଣନ୍ତୁ ପୂଜାବିଧି,

ଭୁବନେଶ୍ୱର: କୁତ୍ସିତ ତାପର ନାମ କୁଷ୍ମା । ସଂସାର ତ୍ରିବିଧ ତାପରେ ଜର୍ଜରିତ । ଦେବୀ ଏହି ତ୍ରିତାପକୁ ନିଜ ଉଦରରେ ବହନ କରିଥିବାରୁ ସେ କୁଷ୍ମାଣ୍ଡା । ସିଂହ ବାହିନୀ ଦେବୀ ଅଷ୍ଟ ଭୁଜା । ସାତ ହସ୍ତରେ ଆୟୁଧ ଦକ୍ଷିଣ ହସ୍ତରେ ଜପାମାଳି । ଯିଏ ମାଆର ଅଭୟ ଚରଣାଶ୍ରିତ ନୁହେଁ ସେ ତ୍ରିତାପରେ ଦଗ୍ଧ ହେଉଥାଏ । ମାଆ କୁଷ୍ମାଣ୍ଡା ସନ୍ତାନ ତାପହାରିଣୀ କଲ୍ୟାଣମୟୀ ଜନ୍ମ ଦାତ୍ରୀ, ଜନନୀ । ଦେବୀଙ୍କ ଗ୍ରହ ସୂର୍ଯ୍ୟ ।

Durgapuja 2022

କେଉଁ ତିଥିରେ କରାଯାଏ ମା'କୁଷ୍ମାଣ୍ଡାଙ୍କର ପୂଜା
ଆଶ୍ୱିନ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥୀରେ କରାଯାଏ ମା'କୁଷ୍ମାଣ୍ଡାଙ୍କର ପୂଜା । ଆଜି ଶାରଦୀୟ ନବରାତ୍ରୀର ଚତୁର୍ଥ ଦିନ। ମା'କୁଷ୍ମାଣ୍ଡାଙ୍କୁ ନବବ୍ରତୀର ଚତୁର୍ଥ ଦିନରେ ପୂଜା କରାଯାଏ । ମାନ୍ୟତା ରହିଛି ଯେ ଭକ୍ତ ଆଜିର ଦିନରେ ମା'ଙ୍କର ଏହି ରୂପକୁ ପୂଜା କରିବା ଦ୍ୱାରା ବ୍ୟକ୍ତି ଜୀବନରେ କୌଣସି ଅସୁବିଧା ରହିନଥାଏ । ସନ୍ତାନ ଶୁଖ ମିଳିଥାଏ । ମାତାଙ୍କର ଉପାସନାରେ ତାଙ୍କର ମନ୍ତ୍ର ଗୁଡ଼ିକର ବିଶେଷ ଗୁରୁତ୍ୱ ରହିଛି । ଏହି ମନ୍ତ୍ର ଦ୍ୱାରା, ଜୀବନରେ ସୁସ୍ଥ ରହିବା ଏବଂ ଶିଶୁ ସୁଖ ପାଇବାର ଆଶୀର୍ବାଦ ପ୍ରାପ୍ତ ହୁଏ । ମା ମା'କୁଷ୍ମାଣ୍ଡାଙ୍କ ମନ୍ତ୍ର :

.ଓମ ଦେବୀ କୁଶମଣ୍ଡାୟେ ନାମଃ

ୟଯାଦେବୀ ସର୍ବଭୁତେଷୁ ମା' କୁଷ୍ମାଣ୍ଡା ରୁପେଣ ସଂସ୍ଥିତା।
ନମଃସ୍ତସୈ ନମଃସ୍ତସୈ ନମଃସ୍ତସୈ ନମୋ ନମଃ ।।

ମା ମା'କୁଷ୍ମାଣ୍ଡାଙ୍କ ପୂଜା ବିଧି
ନବରାତ୍ରୀର ଚତୁର୍ଥ ଦିନରେ ପ୍ରଥମେ ସ୍ନାନ କରି ହଳିଦିଆ କିମ୍ବା ଲାଲି ରଙ୍ଗର ପୋଷାକ ପରିଧାନ କରନ୍ତି । ନବରାତ୍ରୀ ପାଇଁ ସ୍ଥାପନ କରିଥିବା କଳସକୁ ପୂଜା କରି ମା' କୁଷ୍ମାଣ୍ଡାଙ୍କୁ ଆବାହନ କରନ୍ତୁ । ମା କୁଷ୍ମାଣ୍ଡାଙ୍କୁ ଜଳ ପୁଷ୍ପ ଅର୍ପଣ କରି ଦେବୀମାଆଙ୍କୁ ଲାଲ କିମ୍ବା ହଳଦିଆ ଚୁନରୀ ଚଢାଇ ସିନ୍ଦୁର, କାଜଲ, ଚୁଡି, ବିନ୍ଦି, ମୁଦି ,କାନଫୁଲ ଓ ହାରରେ ସଜାଇ ଦିଅନ୍ତୁ । ହଳଦିଆ ରଙ୍ଗର ଫୁଲ ଯେପରି ହଳଦିଆ ରଙ୍ଗର ମନ୍ଦାର, କୁସୁମ ଫୁଲ କିମ୍ବା କୌଣସି ହଳଦିଆ ଫୁଲ ଚଢାନ୍ତୁ । ଧୂପ-ଦୀପ ଲଗାଇ ଦୁର୍ଗା ଚାଳିଶା ପାଠ କରିବେ ଓ ମା'ଙ୍କ ଆଳତୀ କରନ୍ତୁ । ଯାହା ଦ୍ୱାରା ମାତା ପ୍ରସନ୍ନ ହୋଇ ଭକ୍ତମାନଙ୍କୁ ଉନ୍ନତ ସ୍ୱାସ୍ଥ୍ୟର ସୁଫଳ ଦିଅନ୍ତି । ପୂଜାରେ ନାଲି ରଙ୍ଗର ଫୁଲ ମଧ୍ୟ ବ୍ୟବହାର କରିପାରିବେ । ଶେଷରେ ମା'ଙ୍କ ପାଖରେ ଫଳମୂଳ କିମ୍ବା ହାଲୱା ଭୋଗ ଲାଗି କରନ୍ତୁ । ମାଆ କୁଷ୍ମାଣ୍ଡାଙ୍କ ପ୍ରିୟ ମାଲପୁଆ ଭୋଗ ଲାଗି କରନ୍ତୁ ।ବ୍ରତଧାରୀମାନେ ଏପରି ଭାବେ ମା'ଙ୍କ ଆରାଧନା କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+