ଆଜି ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା'

ଆଜି ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା' .

Navaratri 2022: ଆଜି ଶାହରଦୀୟ ଦୁର୍ଗାପୂଜାର ତୃତୀୟ ଦିନ । ମାଆ ଆଜି ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି । ମାନ୍ୟତା ରହିଛି ଯେ ମାଆଙ୍କ ଘଣ୍ଟ ଧ୍ୱନିରେ ଦାନବ, ଦୈତ୍ୟ, ଅତ୍ୟାଚାରୀ ଭୟଭୀତ ହୋଇଥାନ୍ତି । ସିଂହ ବାହନରେ ବିରାଜମାନ କରନ୍ତି ମା' । ମା'ଙ୍କର ଏହି ରୂପରେ ମସ୍ତକରେ ଅର୍ଦ୍ଧଚତ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ନବରାତ୍ରୀର ତୃତୀୟ ଦିନରେ ସିନ୍ଦୁର, ଅକ୍ଷତ, ଗନ୍ଧ, ଧୂପ ଏବଂ ପୁଷ୍ପ ଅର୍ପଣ କରି ମାଆଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ । ଆଜିର ଦିନରେ ଦୁର୍ଗା ଚାଳିସା ପାଠ କରି ମାଆଙ୍କର ଆଳତୀ ମଧ୍ୟ କରାଯାଏ । ଅପରାଜିତା ଫୁଲ ଦେଇ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କରନ୍ତୁ । କୁହାଯାଏ ଏହା ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ । ଅର୍ଥର ଅଭାବ ରହିନଥାଏ ।

Navaratri 2022

ଯା ଦେବୀ ସର୍ବଭୂତେଷୁ ମା' ଚନ୍ଦ୍ରଘଣ୍ଟା ରୂପେଣ ସଂସ୍ଥିତା।
ନମସ୍ତସ୍ୟୈ, ନମସ୍ତସ୍ୟୈ, ନମସ୍ତସ୍ୟୈ, ନମୋ ନମଃ ।।

ମା ଚନ୍ଦ୍ରଗାନ୍ତଙ୍କ କାହାଣୀ
କିମ୍ବଦନ୍ତୀ ଅନୁଯାୟୀ, ଅସୁରମାନଙ୍କ ପ୍ରଭୁ ମହିଷାସୁର ଇନ୍ଦ୍ରଙ୍କ ସିଂହାସନ ପାଇବା ପାଇଁ ଇନ୍ଦ୍ରାଲୋକ ଏବଂ ସ୍ୱର୍ଗଲୋକରେ ପହଁଚି ଦେବତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ଅନେକ ଦିନ ଧରି ଅସୁର ଏବଂ ଦେବତାଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା । ଯୁଦ୍ଧରେ ନିଜକୁ ପରାସ୍ତ ହେଉଥିବାର ଦେଖି ସମସ୍ତ ଦେବତା ତ୍ରିମୂର୍ତ୍ତି ଯଥା ପ୍ରଭୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ନିକଟରେ ପହଞ୍ଚିଥିଲେ । ତିନି ଜଣଙ୍କ କ୍ରୋଧରୁ ମାତା ଚନ୍ଦ୍ରଘଣ୍ଟା ଜନ୍ମିଥିଲେ ।

ଏହିପରି ହୋଇଥିଲା ମା' ଚନ୍ଦ୍ରଘଣ୍ଟାଙ୍କ ଜନ୍ମ

ଅସୁରମାନଙ୍କ ହତ୍ୟା କରିବା ପାଇଁ ଭଗବାନ ଶିବ ତ୍ରିଶୁଳ, ବିଷ୍ଣୁ ଚକ୍ର ପ୍ରଦାନ କରିଥିଲେ । ଅନ୍ୟ ଦେବତା ମଧ୍ୟ ମାଆଙ୍କ ହାତରେ ଅସ୍ତ୍ରଶସ୍ତ୍ର ମାନ ଦେଇଥିଲେ । ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ । ସେହିପରି ସୂର୍ଯ୍ୟ ମାଙ୍କ ହାତରେ ଖଣ୍ତା ଓ ଯାତ୍ରା ପାଇଁ ସିଂହ ବାହନ ରୂପେ ପ୍ରଦାନ କରିଥିଲେ । ଦେବୀ ଚନ୍ଦ୍ରଘଣ୍ଟା ନବରାତ୍ରୀର ଶେଷ ଦିନରେ ମହିଷାସୁରାର ହତ୍ୟା କରି ଧର୍ମ ଜଗତକୁ ସୁରକ୍ଷା ଦେଇଥିଲେ।

ଦେବୀଙ୍କ ଗ୍ରହ ଶୁକ୍ର, ମନ୍ତ୍ର - ଓଁ ଦେବୀ ଚନ୍ଦ୍ରଘଣ୍ଟାଐ ନମଃ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+