Navaratri Day 3: ଆଜି ନବରାତ୍ରୀର ତୃତୀୟ ଦିନରେ ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଉଛନ୍ତି ମା', ଏପରି କରନ୍ତୁ ପୂଜର୍ଚ୍ଚନା
Navaratri 2023: ଆଜି ନବରାତ୍ରୀର ତୃତୀୟ ଦିନ । ଚନ୍ଦ୍ରଘଣ୍ଟା ରୂପରେ ମା'ଙ୍କୁ କରାଯାଉଛି ପୂଜାର୍ଚ୍ଚନା । ବିଶ୍ୱାସ ରହିଛି ଯେ ମାଆଙ୍କ ଘଣ୍ଟ ଧ୍ୱନିରେ ଦାନବ, ଦୈତ୍ୟ, ଅତ୍ୟାଚାରୀ ଭୟଭୀତ ହୋଇଥାନ୍ତି । ସିଂହ ବାହନରେ ବିରାଜମାନ କରନ୍ତି ମା' ।
ମା'ଙ୍କର ଏହି ରୂପରେ ମସ୍ତକରେ ଅର୍ଦ୍ଧଚତ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଏ । ନବରାତ୍ରୀର ତୃତୀୟ ଦିନରେ ସିନ୍ଦୁର, ଅକ୍ଷତ, ଗନ୍ଧ, ଧୂପ ଏବଂ ପୁଷ୍ପ ଅର୍ପଣ କରି ମାଆଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ । ଆଜିର ଦିନରେ ଦୁର୍ଗା ଚାଳିସା ପାଠ କରି ମାଆଙ୍କର ଆଳତୀ ମଧ୍ୟ କରାଯାଏ । ଅପରାଜିତା ଫୁଲ ଦେଇ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କରନ୍ତୁ । କୁହାଯାଏ ଏହା ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ । ଅର୍ଥର ଅଭାବ ରହିନଥାଏ ।

ତେବେ ଚନ୍ଦ୍ରଘଣ୍ଟାଙ୍କ ଜନ୍ମ ଅସୁରମାନଙ୍କ ହତ୍ୟା କରିବା ପାଇଁ ହୋଇଥିଲା । ଭଗବାନ ଶିବ ତ୍ରିଶୁଳ, ବିଷ୍ଣୁ ନିଜ ଚକ୍ର ମା'ଙ୍କୁ ପ୍ରଦାନ କରିଥିଲେ । ଅନ୍ୟ ଦେବତା ମଧ୍ୟ ମାଆଙ୍କ ହାତରେ ଅସ୍ତ୍ରଶସ୍ତ୍ର ମାନ ଦେଇଥିଲେ । ଦେବରାଜ ଇନ୍ଦ୍ର ଦେବୀଙ୍କୁ ଏକ ଘଣ୍ଟା ଦେଇଥିଲେ । ସେହିପରି ସୂର୍ଯ୍ୟ ମାଙ୍କ ହାତରେ ଖଣ୍ତା ଓ ଯାତ୍ରା ପାଇଁ ସିଂହ ବାହନ ରୂପେ ପ୍ରଦାନ କରିଥିଲେ ।
କିମ୍ବଦନ୍ତୀ ଅନୁଯାୟୀ, ଅସୁରମାନଙ୍କ ପ୍ରଭୁ ମହିଷାସୁର ଇନ୍ଦ୍ରଙ୍କ ସିଂହାସନ ପାଇବା ପାଇଁ ଇନ୍ଦ୍ରାଲୋକ ଏବଂ ସ୍ୱର୍ଗଲୋକରେ ପହଁଚି ଦେବତାମାନଙ୍କ ଉପରେ ଆକ୍ରମଣ କରିଥିଲେ। ଅନେକ ଦିନ ଧରି ଅସୁର ଏବଂ ଦେବତାଙ୍କ ମଧ୍ୟରେ ଯୁଦ୍ଧ ଲାଗି ରହିଥିଲା । ଯୁଦ୍ଧରେ ନିଜକୁ ପରାସ୍ତ ହେଉଥିବାର ଦେଖି ସମସ୍ତ ଦେବତା ତ୍ରିମୂର୍ତ୍ତି ଯଥା ପ୍ରଭୁ ବ୍ରହ୍ମା, ବିଷ୍ଣୁ ଏବଂ ମହେଶ୍ୱରଙ୍କ ନିକଟରେ ପହଞ୍ଚିଥିଲେ । ତିନି ଜଣଙ୍କ କ୍ରୋଧରୁ ମାତା ଚନ୍ଦ୍ରଘଣ୍ଟା ଜନ୍ମିଥିଲେ ।
ଏପରି କରନ୍ତୁ ମାଆଙ୍କ ପୂଜର୍ଚ୍ଚନା
ନବରାତ୍ରୀର ତୃତୀୟ ଦିନରେ ସିନ୍ଦୁର, ଅକ୍ଷତ, ଗନ୍ଧ, ଧୂପ ଏବଂ ପୁଷ୍ପ ଅର୍ପଣ କରି ମାଆଙ୍କୁ ବିଧି ବିଧାନ ଅନୁଯାୟୀ ପୂଜା କରାଯାଏ । ଆଜିର ଦିନରେ ଦୁର୍ଗା ଚାଳିସା ପାଠ କରି ମାଆଙ୍କର ଆଳତୀ ମଧ୍ୟ କରାଯାଏ । ଅପରାଜିତା ଫୁଲ ଦେଇ ଦେବୀ ଚନ୍ଦ୍ରଘଣ୍ଟାଙ୍କ ପୂଜା କଲେ ଶୁଭ ଫଳ ମିଳିଥାଏ ।ମା'ଙ୍କ ପୂଜର୍ଚ୍ଚନା କରିବା ଦ୍ୱାରା ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ । ଅର୍ଥର ଅଭାବ ଦୂର ହୋଇଥାଏ ।












Click it and Unblock the Notifications