ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ମନ ମୋହୁଛି ରାଜସ୍ଥାନୀ ସଂସ୍କୃତି
ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ୟୁନିଟ୍-୧ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଗତ ୧୩ ତାରିଖରୁ ଆରମ୍ଭ ହୋଇ ଯାଇଛି ।

ଭୁବନେଶ୍ୱର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଆନୁକୂଲ୍ୟରେ ୟୁନିଟ୍-୧ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଗତ ୧୩ ତାରିଖରୁ ଆରମ୍ଭ ହୋଇ ଯାଇଛି । ଏହି କଳାବସ୍ତୁ ପ୍ରଦର୍ଶନୀରେ ହାତରେ ତିଆରି ଅତି ସୁନ୍ଦର କଳାବସ୍ତୁ ବିକ୍ରୟ ହେଉଛି ।
ଏଠାରେ ଦେଖିବାକୁ ମିଳୁଛି ପିଲାଙ୍କ ଖେଳଣା । ଖୁବ୍ ସରଳ ତିଆରି କୌଶଳ । କିନ୍ତୁ ଅତ୍ୟନ୍ତ ଆକର୍ଷଣୀୟ । ହୁଇସିଲର ଦାମ୍ ମାତ୍ର ୩୦ ଟଙ୍କା । ତିନୋଟି ଛୋଟ ବାଉଁଶ ଖଣ୍ଡରେ ତିଆରି ୨ ଇଞ୍ଚ ଭିତରେ । ମାତ୍ର ତା'ର ନିର୍ମାଣ କୌଶଳ ଖୁବ୍ ସୁନ୍ଦର । ଏହି ପରି ଅନେକ ଖେଳଣା ଓ ବୈଠକ ଘର ସାଜସଜ୍ଜା ସାମଗ୍ରୀରେ ପରି ପୂର୍ଣ୍ଣ ମହାରାଷ୍ଟ୍ର ଷ୍ଟଲ । ଆଦିବାସୀ ପଡ଼ିଆରେ ଚାଲୁଥିବା ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀରେ ବିଭିନ୍ନ ରାଜ୍ୟରୁ ଆସିଥିବା ଜନଜାତିଙ୍କ ହାତତିଆରି ସାମଗ୍ରୀକୁ ଦେଖିଲେ ଆଖି ଖୋସି ହୋଇଯାଉଛି ।
ସେହିପରି ପରମ୍ପରା ଓ ପ୍ରଗତିର ଏକ ସୁନ୍ଦର ଝଲକ ରାଜସ୍ଥାନର ଦୁଇଟି ଚିତ୍ରକଳା ଷ୍ଟଲରେ ଦେଖିବାକୁ ମିଳୁଛି । ଗୋଟିଏ ପାରମ୍ପାରିକ ଚିତ୍ରକଳାର ଷ୍ଟଲ ହୋଇଥିବା ବେଳେ ଚିତ୍ରଶିଳ୍ପୀଙ୍କ ତୂଳିରେ ଗ୍ରାମୀଣ ରାଜସ୍ଥାନର ନିଚ୍ଛକ ଚିତ୍ରର ସମ୍ଭାର ନେଇ ଖୋଲିଛି ଆଉ ଗୋଟିଏ ଷ୍ଟଲ । ୱାଟର କଲରରେ ଏତେ ସୁନ୍ଦର ଏବଂ ଜୀବନ୍ତ ଚିତ୍ର ଯେ ଫୁଟି ଉଠେ, ନ ଦେଖିଲେ ଜାଣିହୁଏ ନାହିଁ । ମେୱାଡ଼ି ସଂସ୍କୃତିର ସଂପୂର୍ଣ୍ଣ ପ୍ରତିଫଳନ ନେଇ ରାଜସ୍ଥାନ ଆସିଛି ଓଡ଼ିଶାକୁ । କଳାବସ୍ତୁ ସାମଗ୍ରୀର ସମସ୍ତ ଷ୍ଟଲ ସେଇ ରାଜ୍ୟର ପାରମ୍ପାରିକ ସଂସ୍କୃତିକୁ ଦର୍ଶାଉଛି ଏବଂ ଦକ୍ଷତା ବିକାଶ ପାଇଁ ଜନଜାତି କଳାକାରଙ୍କୁ ମାର୍ଗ ପ୍ରଦର୍ଶନ କରୁଛି । ଜାତୀୟ ଜନଜାତି କଳାବସ୍ତୁ ପ୍ରଦର୍ଶନୀ ଅ ପରାହ ୩ଟାରୁ ରାତି ୯ଟା ପର୍ଯ୍ୟନ୍ତ ଖୋଲା ରହୁଛି ।
ଓଡିଶା ସମେତ ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଗୁଜୁରାଟ, ଝାରଖଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ଉତର ପ୍ରଦେଶ, ଛତିଶଗଡ଼, ତାମିଲନାଡୁ, କେରଳ, ତେଲେଙ୍ଗାନା ଓ ଉତ୍ତରାଖଣ୍ଡ ଆଦି ରାଜ୍ୟର ଜନଜାତି କଳାକାରମାନେ ଅଂଶଗ୍ରହଣ କରୁଛନ୍ତି । ଏହି ମେଳାରେ ଲାଖ, ବାଉଁଶ, ସବାଇ, ଶିଆଳି, ଧାନ, କାଠ, ପଥର, ଲୁହା ଇତ୍ୟାଦିରୁ ପ୍ରସ୍ତୁତ କଳାବସ୍ତୁ ପ୍ରଦର୍ଶିତ ହେଉଛି ।












Click it and Unblock the Notifications