ଓଡିଶାର ୯ ଜଣ ଶିଳ୍ପୀ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇଁ ମନୋନୀତ
୨୦୧୮ ମସିହାର ଜାତୀୟ ହସ୍ତତନ୍ତ ପୁରସ୍କାର ଭରତ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଛି। ଓଡିଶାରୁ ଏହି ପୁରସ୍କାର ପାଇବା ପାଇଁ ୯ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି।
ଭୁବନେଶ୍ବର: ୨୦୧୮ ମସିହାର ଜାତୀୟ ହସ୍ତତନ୍ତ ପୁରସ୍କାର ଭରତ ସରକାରଙ୍କ ଦ୍ଵାରା ଘୋଷଣା କରାଯାଇଛି। ଓଡିଶାରୁ ଏହି ପୁରସ୍କାର ପାଇବା ପାଇଁ ୯ ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ତନ୍ମଧ୍ୟରୁ ୨ ଜଣ ଶିଲ୍ପ ଗୁରୁ, ୫ଜଣ ଜାତୀୟ ହସ୍ତଶିଳ୍ପ ପୁରସ୍କାର ଏବଂ ୨ ଜଣ ଜାତୀୟ ଦକ୍ଷତା ପ୍ରମାଣପତ୍ର ପ୍ରାପ୍ତି ନିମନ୍ତେ ନାମ ପ୍ରକାଶ ପାଇଛି।

ଶିଳ୍ପଗୁରୁ ନିମନ୍ତେ ଖୋର୍ଦ୍ଦାର ବିଜଯ କୁମାର ପରିଡା ଓ ବାଲେଶ୍ଵର ଜିଲ୍ଲାର ମହେଶ୍ଵର ପରିଡା ଯଥାକ୍ରମେ ତାଳପତ୍ର ଖୋଦେଇ ଓ ପଥର ଖୋଦେଇ ନିମନ୍ତେ ମନୋନୀତ ହୋଇଛନ୍ତି। ସେହିପରି ଜାତୀୟ ହସ୍ତଶିଳ୍ପ ପୁରସ୍କାର ନିମନ୍ତେ ସୁନ୍ଦରଗଡ ଜିଲ୍ଲାର ରାଜେନ୍ଦ୍ର କୁମାର ମେହେର ପ୍ରକୃତିକ ତନ୍ତୁ ବା ଟସର କାମରେ, ଢେଙ୍କାନାଳ ଜିଲ୍ଲର କୁନି ପାତ୍ର ନଡା ଶିଳ୍ପରେ, ଯାଜପୁର ଜିଲ୍ଲାର ରଞ୍ଜନ ମହାରଣା ପଥର ଖୋଦେଇ ଶିଳ୍ପରେ ଏବଂ ଖୋର୍ଦ୍ଧା ଜିଲ୍ଲାର ସନ୍ତୋଷ ସେନାପତି ଓ ସଙ୍ଘମିତ୍ରା ମହାରଣା ଯଥାକ୍ରମେ ତାଳପତ୍ର ଖୋଦେଇ ଓ ଟସର କାର୍ଯ୍ୟରେ ମନୋନୀତ ହୋଇଛନ୍ତି। ଏହାଛଡା ଜାତୀୟ ଦକ୍ଷତା ପ୍ରମାଣ ପତ୍ର ପ୍ରାପ୍ତି ନିମନ୍ତେ ଖୋର୍ଦ୍ଧା ଜିଲ୍ଲାର ନରେନ୍ଦ୍ର ଭୋଇ ତାଳପତ୍ର ଖୋଦେଇ ଓ ପ୍ରମୋଦ କୁମାର ମହାରଣା ପଥର ଖୋଦେଇ ଶିଳ୍ପରେ ମନୋନୀତ ହୋଇଛନ୍ତି।












Click it and Unblock the Notifications