ଧନତେରସ ଏହି ତିନୋଟି ଜିନିଷ ନିଶ୍ଚୟ କିଣନ୍ତୁ, ଘରେ ରହିବ ନାହିଁ ଆଭାବ
Dhanteras 2024: ଧନତେରସ ଦିନ କିଣାକିଣି କରିବାର ପରମ୍ପରା କାହିଁ କେଉଁ କାଳରୁ ରହିଛି । ହିନ୍ଦୁ ଧର୍ମରେ ଏହି ପର୍ବର ମହତ୍ତ୍ୱ ରହିଛି । ଏହି ଦିନ ଧନ ଏବଂ ସମୃଦ୍ଧିର ଦେବତା ଭଗବାନଙ୍କର ପୂଜାର୍ଚ୍ଚନା କରାଯାଏ । ଏହି ଦିନ, ଅଧିକାଂଶ ଲୋକ ସୁନା ଏବଂ ରୂପା ଅଳଙ୍କାର କିମ୍ବା ଅନ୍ୟ କୌଣସି ଜିନିଷ କିଣିବାକୁ ପ୍ରାଧାନ୍ୟ ଦିଅନ୍ତି, କିନ୍ତୁ ଏହା ବ୍ୟତୀତ କିଛି ଜିନିଷ ଅଛି ଯାହା ଆପଣ ଏହି ଦିନ କିଣିପାରିବେ ।
ବିଶ୍ୱାସ ରହିଛି ଯେ, ଏହି ଜିନିଷ କିଣିବା ଦ୍ୱାରା ଘରେ ସୁଖ ଶାନ୍ତି ରହିଥାଏ । ତେବେ ଧନତେରଶ ଦିନ ତିନୋଟି ଏପରି ଜିନିଷ ଅଛି ଯାହା କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।

ନୂଆ ବାସନ
ଧନତେରସଦିନ ନୂଆ ବାସନ କିଣିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ । ଏହା ଘରକୁ ସମୃଦ୍ଧତା ଏବଂ ଶୁଭଫଳ ଆଣିଥାଏ ।ଏହି ଦିନ ଆପଣ ରୂପା, ପିତ୍ତଳ କିମ୍ବା ତମ୍ବାରେ ନିର୍ମିତ ବାସନ ମଧ୍ୟ କିଣି ପାରିବେ ।
ସୁନା କିମ୍ବା ରୂପା ଅଳଙ୍କାର
ଧନତେରସ ଦିନ ସୁନା କିମ୍ବା ରୂପା ଅଳଙ୍କାର କିଣିବା ମଧ୍ୟ ବହୁତ ଶୁଭ ବୋଲି ବିବେଚନା କରାଯାଏ ।ଏପରି କରିବା ଦ୍ୱାରା ଜୀବନରେ କେବେ ଧନର ଅଭାବ ରହି ନଥାଏ । ଉଭୟ ଜିନିଷ ମଧ୍ୟ ଭଲ ବିନିଯୋଗ ଭାବରେ ବିବେଚନା କରାଯାଏ ।ଅଳଙ୍କାର ବ୍ୟତୀତ, ଆପଣ ଏହି ଦିନ ସୁନା କଏନ ମଧ୍ୟ କିଣିପାରିବେ ।
ପିତ୍ତଳ ବାସନ
ଅନେକ ଲୋକ ଧନତେରସ ଦିନରେ ପିତ୍ତଳ ବାସନ କିଣନ୍ତି ।ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ ।ଏହା ଘରେ ସୁଖ-ଶାନ୍ତି ଆଣିଥାଏ ।












Click it and Unblock the Notifications