Mahashivratri 2025 ; ଋତୁସ୍ରାବ ହେଲେ ମହାଶିବରାତ୍ରିରେ ଉପବାସ କରିବେ କି ନାହିଁ ? ଜାଣନ୍ତୁ କଣ କହୁଛି ନିୟମ
ଭୋଳାବାବାଙ୍କ ଭକ୍ତମାନେ ମହାଶିବରାତ୍ରି ପାଇଁ ଉତ୍ସାହର ସହିତ ଅପେକ୍ଷା କରନ୍ତି। ମହାଶିବରାତ୍ରିର ଆକ୍ଷରିକ ଅର୍ଥ 'ଶିବଙ୍କ ମହାନ ରାତ୍ରି'। ଶିବରାତ୍ରି ପାଳନ କରିବା ଦ୍ୱାରା, ଅବିବାହିତ ଝିଅମାନେ ସେମାନଙ୍କର ମନ ମୁତାବକ ବର ପାଆନ୍ତି ଏବଂ ବିବାହିତ ମହିଳାମାନେ ଅଖଣ୍ଡ ସୌଭାଗ୍ୟ ପାଆନ୍ତି । ମହାଶିବରାତ୍ରୀ ଚଳିତ ବର୍ଷ ଫେବୃଆରୀ ୬ ତାରିଖରେ ପଡୁଛି। ତେବେ ଆପଣଙ୍କର ଯଦି ଋତୁସ୍ରାବ ଏହା ଦିନ ପୂର୍ବରୁ କିମ୍ବା ସେହିଦିନ ହେଲେ ଆପଣ କଣ କରିବେ। କେମିତି ପୂଜିବେ ଏବଂ ବ୍ରତ ରଖିବେ କି ନାହିଁ। ଆସନ୍ତୁ ଜାଣିବା..

ସାଧାରଣତଃ ପୂଜାର୍ଚ୍ଚନାକୁ ପିରିୟଡ୍ସ ସମୟରେ ବାରଣ କରାଯାଇଥାଏ। ଦେବାଦେବୀଙ୍କ ମନ୍ଦିରକୁ ଯିବାକୁ ମନା କାରଯାଇଥାଏ।
ଧାର୍ମିକ କାରଣ: ମାନ୍ୟତା ଅନୁଯାୟୀ, ମାସିକ ଧର୍ମ ବେଳେ ମହିଳାଙ୍କ ଶରୀରରେ ଅନେକ ଶକ୍ତି ବାସ କରିଥାଏ। ସେଥିପାଇଁ ଏମାନେ ଏହି ସମୟରେ ମାଆ ତୁଳସୀଙ୍କୁ ଛୁଇଁଲେ ସେହି ଗଛ ଶୁଖିଯାଇଥାଏ।
ଏହି କାରଣ ପାଇଁ କୁହାଯାଏ ଯେ, ମହିଳାଙ୍କ ଶକ୍ତି ଏବଂ ଈଶ୍ୱରଙ୍କ ଶକ୍ତି ମାଡ଼ ହୋଇଥାଏ।
କେମିତି କରିବେ ପୂଜା:
ଶିବରାତ୍ରୀ ଦିନ ଯଦି ଋତୁସ୍ରାବ ହୁଏ ତେବେ ମହିଳାମାନେ ଏହି ବ୍ରତକୁ ଭାଙ୍ଗିବା ଆବଶ୍ୟକତା ନୁହେଁ। ଏହି ବ୍ରତକୁ ଅଖଣ୍ଡ ରଖିବା ଆବଶ୍ୟକ। ଏହି ସମୟରେ ଈଶ୍ୱରଙ୍କ ଉପରୁ ବିଶ୍ୱାସ କମ ହେବା କଥା ନୁହେଁ। ଶିବ ଭକ୍ତି ପାଇଁ ଶୁଦ୍ଧତା ନିହାତି ଆବଶ୍ୟକ।
ଯଦି ଏହା ପୂର୍ବରୁ ହୋଇଥାଏ ଅର୍ଥାତ ଶିବରାତ୍ରୀରେ ବି ଆପଣଙ୍କ ପିରିୟଡ୍ସ ଚାଲୁରହିଛି ତେବେ ଆପଣ ବ୍ରତ ରଖନ୍ତୁ ନାହିଁ। ଏଥିରେ ଆପଣଙ୍କ ଶରୀର ଉପରେ କୁପ୍ରଭାବ ପଡିଥାଏ। ଏହି ସମୟରେ ଆପଣ ଉପବାସ କଲେ ଏହା ଆପଣଙ୍କୁ ଶାରୀରିକ ଶକ୍ତିକୁ ହ୍ରାସ କରିଦେଇଥାଏ।
ପିରିୟଡ୍ସ ସମୟରେ ଆପଣ ମନ୍ଦିରକୁ ଅନ୍ୟ କାହା ହାତରେ ଭୋଗ ସାମଗ୍ରୀ ପୂଜା କରିବାକୁ ଦେଇପାରିବେ। ହେଲେ ଆପଣ ଏହି ଭୋଗକୁ ନ ଛୁଇଁବା ଆବଶ୍ୟକ।
ଏହି ସମୟରେ ଆପଣ ମନରେ ଶିବଙ୍କୁ ସ୍ମରଣ କରନ୍ତୁ। ଶିବ ଚାଳିସା ଏବଂ ମହାଦେବଙ୍କ ମନ୍ତ୍ର ଜପ କରନ୍ତୁ।
ଆପଣ ଶିବ ମନ୍ଦିର ଯାଆନ୍ତୁନି, ବ୍ରତକୁ ପୂରଣ କରି ମନ୍ତ୍ରର ପାଠ ମନେ ମନେ କରିବା ଆବଶ୍ୟକ।












Click it and Unblock the Notifications