କେବେଠୁ ଆରମ୍ଭ ହେବ ପିତୃପକ୍ଷ, ଘରେ କେବେ ପକାଇବେ ଶ୍ରାଦ୍ଧ ?

ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ କାଳ ବା ପକ୍ଷକୁ ପିତୃପକ୍ଷ କୁହାଯାଏ । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ "ପିତୃପର୍ବ" ମଧ୍ୟ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । କୁହାଯାଏ ଯେ, ଏହି ସମୟରେ ପିତୃଲୋକର ସବୁ ଅତୃପ୍ତ ପ୍ରେତ ପ୍ରେତତ୍ତ୍ୱରୁ ମୁକ୍ତି ପାଇଥାନ୍ତି । ସୂର୍ଯ୍ୟ କନ୍ୟା ରାଶିରେ ଥିବାବେଳେ ଯେଉଁ ଅମାବାସ୍ୟା ପଡ଼େ ତାହା ମହାଳୟା ଅମାବାସ୍ୟା । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।

ହିନ୍ଦୁ ଧର୍ମରେ ପିତୃ ପକ୍ଷର ଅନେକ ମହତ୍ୱ ରହିଛି, ପିତୃ ପକ୍ଷରେ ପିତୃ ପୁରୁଷ ଙ୍କ ଆତ୍ମାର ଶାନ୍ତି ପାଇଁ ଶ୍ରାଦ୍ଧ ତର୍ପଣ କରାଯାଇ ଥାଏ l ପିତୃ ପୁରୁଷ ଙ୍କୁ ପିତୃ ପକ୍ଷରେ ଶ୍ରାଦ୍ଧ ଅର୍ପଣ କରିବାକୁ ଖୁବ ଉତ୍ତମ କୁହାଯାଇ ଥାଏ l ପିତୃପକ୍ଷ ରେ ଆମ ପିତୃ ପୁରୁଷ ପୃଥିବୀ ପୃଷ୍ଠକୁ ଆସି ଥାଆନ୍ତି l ସେଥିପାଇଁ ପିତୃପକ୍ଷରେ ଶ୍ରାଦ୍ଧ ଅର୍ପଣ ଓ ପିଣ୍ଡଦାନ କରାଯାଇ ଥାଏ l ମାନ୍ୟତା ରହିଛି ଯେ ପିତୃ ପକ୍ଷରେ ପିତୃ ପୁରୁଷ ଙ୍କୁ ପିଣ୍ଡଦାନ କରିବା ଦ୍ୱାରା ମୋକ୍ଷ ପ୍ରାପ୍ତି ହୋଇଥାଏ l

mahalaya amabasya

ଚଳିତବର୍ଷ ପିତୃପକ୍ଷ ସେପ୍ଟେମ୍ବର ୧୭ ତାରିଖରୁ ଆରମ୍ଭ ହେଉଛି ଏବଂ ଅକ୍ଟୋବର ୨ତାରିଖ ରେ ସମାପ୍ତ ହେବ l ଓଡିଆ ମାସ ଅନୁଯାୟୀ ଏହା ଭାଦ୍ରବ ମାସ ପୂର୍ଣ୍ଣିମା ତିଥିରୁ ଆରମ୍ଭ ହୋଇ ଆଶ୍ୱୀନ ମାସ ଅମାବାସ୍ୟା ପର୍ୟ୍ୟନ୍ତ ରହିବ । କିନ୍ତୁ ଏତିକି ଦିନ ମଧ୍ୟରେ କେବଳ ସେପ୍ଟେମ୍ବର ୨୮ ତାରିଖରେ ଶ୍ରାଦ୍ଧ ଦିଆଯିବ ନାହିଁ l କାରଣ ଏହିଦିନ ତ୍ରୟୋଦଶୀ ପଡୁଛି l ଏହି ୧୪ ଦିନ ଭିତରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+