ଆଜିଠୁ ମହାକାର୍ତ୍ତିକ ବ୍ରତ: ଏଥର ବି ହବିଷ୍ୟାଳିଙ୍କୁ ପୁରୀ ମନା
ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ। ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ମଧ୍ୟ ହବିଷ୍ୟାଳିଙ୍କୁ ପୁରୀ ଯିବାକୁ ବାରଣ କରାଯାଇଛି ।
ପୁରୀ: ଆଜିଠୁ ଆରମ୍ଭ ହୋଇଛି ମହାକାର୍ତ୍ତିକ ବ୍ରତ। ତେବେ କରୋନା କଟକଣା ପାଇଁ ଚଳିତ ବର୍ଷ ମଧ୍ୟ ହବିଷ୍ୟାଳିଙ୍କୁ ପୁରୀ ଯିବାକୁ ବାରଣ କରାଯାଇଛି । ମଠବାଡି, ହୋଟେଲ, ଲଜିଂରେ ହବିଷ୍ୟାଳିଙ୍କୁ ନରଖିବା ପାଇଁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ହବିଷ୍ୟାଳି ଓ ଭକ୍ତମାନେ କେମିତି ସୁରୁଖୁରୁରେ ମହାପ୍ରସାଦ ପାଇପାରିବେ ସେନେଇ ସେବାୟତଙ୍କ ସହ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ ।

ସବୁ ବର୍ଷ କାର୍ତ୍ତିକ ଆରମ୍ଭରୁ ହବିଷ୍ୟାଳିଙ୍କ କୋଳାହଳରେ ଫାଟି ପଡ଼ୁଥିବା ବଡ଼ଦାଣ୍ଡ ଏଥର କିନ୍ତୁ ଖାଁ ଖାଁ। ତଥାପି ଶ୍ରୀଜିଉଙ୍କ ପ୍ରତି ଭକ୍ତିଭାବେ କିଛି ହବିଷ୍ୟାଳିଙ୍କୁ ଟାଣି ଆଣିଛି ଶ୍ରୀକ୍ଷେତ୍ର ପୁରୀକୁ। କିଏ ବନ୍ଧୁ ବାନ୍ଧବଙ୍କ ଘରେ ରହୁଛନ୍ତି ତ କିଏ ଘର ଭଡ଼ା ନେଇଛନ୍ତି । ସାଙ୍ଗରେ ଆଣିଛନ୍ତି ଟିକାର ଡବଲ ଡୋଜ୍ ପ୍ରମାଣ ପତ୍ର । ଆଶା ରଖିଛନ୍ତି ହବିଷ ପାଳନ ସହ ମାସକ ଯାକ ଶ୍ରୀଜିଉଙ୍କ ଦର୍ଶନ କରିବେ ଏବଂ ମହାପ୍ରସାଦ ପାଇବେ ।
ତେବେ କାର୍ତ୍ତିକରେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତି ଓ ଦର୍ଶନ ବ୍ୟବସ୍ଥା ସହିତ ନୀତି ର୍ନିଘଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି । ଯେଉଁ ଦିନ ଅଧିକ ଗହଳି ହେବାର ସମ୍ଭାବନା ଅଛି, ସେହି ଦିନ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ରହିବ ବୋଲି କହିଛନ୍ତି ଜିଲ୍ଲାପାଳ ।












Click it and Unblock the Notifications