For Quick Alerts
Turn On Notification  
For Daily Alerts
Oneindia App Download

Lunar Eclipse: ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କରନ୍ତୁ ନାହିଁ ଏହି କାମ

Lunar Eclipse: ଚନ୍ଦ୍ରଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କରନ୍ତୁ ନାହିଁ ଏହି କାମ

|

Lunar Eclipse: ଆଜି ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ଏହା ହେଉଛି ବର୍ଷର ଶେଷ ଚନ୍ଦ୍ରଗ୍ରହଣ । ଏହି ଚନ୍ଦ୍ରଗ୍ରହଣ ସନ୍ଧ୍ୟାରେ ଆରମ୍ଭ ହେବ, ଯାହାର ସୂତାକ ଅବଧି ପ୍ରାୟ ୯ ଘଣ୍ଟା ପୂର୍ବରୁ ଆରମ୍ଭ ହୋଇସାରିଛି । ମାନ୍ୟତା ରହିଛି ଏହି ସମୟରେ କୌଣସି ଶୁଭ କାମ କରିବା ଉଚିତ୍ ନୁହେଁ । ଏପରିକି ଚନ୍ଦ୍ରଗ୍ରହଣ ଶେଷ ହେବା ପର୍ଯ୍ୟନ୍ତ ସମସ୍ତ ମନ୍ଦିରର କବାଟ ବନ୍ଦ ରହିଥାଏ । ତବେ ସୂର୍ଯ୍ୟ ପରାଗ କିମ୍ବା ଚନ୍ଦ୍ରଗ୍ରହଣ ହେଉ, ଏହାକୁ ଦେଖିବା ପାଇଁ ସମସ୍ତଙ୍କର ବହୁତ ଆଗ୍ରହ ରହିଥାଏ ହେଲେ କିଛି ରାଶିର ଲୋକଙ୍କୁ ଏହାକୁ ଦେଖିବା ପାଇଁ ବାରଣ କରାଯାଇଥାଏ । ସେହିପରି ଗର୍ଭବତୀ ମହିଳାମାନେ ଆଜିର ଦିନ ଅର୍ଥାତ୍ ଚନ୍ଦ୍ରଗ୍ରହଣରେ କିଛି ଜିନିଷ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ ଆସନ୍ତୁ ଜାଣିବା ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ କେଉଁ ସମସ୍ତ ଜିନିଷଗୁଡ଼ିକର ଯତ୍ନ ନେବା ଉଚିତ୍ ।

୧- ଗର୍ଭବତୀ ମହିଳାମାନେ ଗ୍ରହଣ ସମୟରେ ଖାଦ୍ୟ ଖାଇବା ଅନୁଚିତ୍ । ଶିଶୁର ସ୍ୱାସ୍ଥ୍ୟକୁ ଧ୍ୟାନରେ ରଖି ଫଳ କିମ୍ବା ଲାଇଟ୍ ଖାଦ୍ୟ ଖାଇପାରିବେ ।

୨-ତୀକ୍ଷ୍ଣ ବସ୍ତୁ ଯେପରିକି କଇଁଚି, ଛୁଞ୍ଚି, ଛୁରୀ ଇତ୍ୟାଦି ବ୍ୟବହାର କରିବା ଠାରୁ ଦୂରେଇ ରହିବା ଉଚିତ୍ । କାରଣ ପିଲା ଉପରେ ଗ୍ରହଣ ଖଣ୍ଡିଆର ପ୍ରଭାବ ପଡିପାରେ । ଛୁଞ୍ଚି ସୂତାରେ ଲୁଗା ସିଲାଇ କରନ୍ତୁ ନାହିଁ ।

Lunar Eclipse 2022

୩-ଗ୍ରହଣ ସମୟରେ ଚନ୍ଦ୍ରକୁ ନ ଦେଖିବା ପାଇଁ କଡା ପରାମର୍ଶ ଦିଆଯାଇଛି କାରଣ ଏଥିରେ କ୍ଷତିକାରକ କିରଣ ରହିଥାଏ ଯାହା ଆଖି ଓ ଶିଶୁ ଉପରେ ପ୍ରଭାବ ପକାଇପାରେ ।

୪- ତେବେ ସୂର୍ଯ୍ୟପରାଗ ପରି ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ସମୟରେ ମଧ୍ୟ ନିଜ ଘର ଭିତରେ ରହିବା ଉଚିତ୍। ମାନ୍ୟତା ରହିଛି ଗର୍ଭବତୀ ମହିଳାମାନଙ୍କୁ ଯଦି କୌଣସି କାରଣରୁ ଘରୁ ବାହାରକୁ ଯିବାକୁ ପଡେ ତେବେ ସେମାନଙ୍କ ପେଟରେ ଗୋବର ଲଗାଇବା ଉଚିତ୍, କିନ୍ତୁ ଯଦି ଆପଣ ଏହା କରିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ପେଟରେ ଟିକା ଲଗାଇପାରିବେ । ଏହା କରିବା ଦ୍ୱାରା
ଶିଶୁର ଉପରେ କୌଣସି ନାକାରତ୍ମକ ପ୍ରଭାବ ପଡିନଥାଏ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Lunar Eclipse: Pregnet woman must be careful during Lunar eclipse
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X