Get Updates
Get notified of breaking news, exclusive insights, and must-see stories!

କୁମାର ପୂର୍ଣ୍ଣିମାରେ ପଡୁଛି ଚନ୍ଦ୍ରଗ୍ରହଣ: ଜାଣନ୍ତୁ କେଉଁ ସମୟରେ କରିବେ ପୂଜା

Chandra Grahan 2023: ଚଳିତ ୨୮ ତାରିଖରେ ଅର୍ଥାତ୍ କୁମାର ପୂର୍ଣ୍ଣିମା ଦିନ ରାହୁଗ୍ରସ୍ତ ଖଣ୍ଡ ଗ୍ରାସ ଚନ୍ଦ୍ର ଗ୍ରହଣ ଲାଗିବା ପାଇଁ ଯାଉଛି । ଏହି ଗ୍ରହଣର ଅବଧି ହେଉଛି ୧ଘଣ୍ଟା ୧୯ମିନିଟ ୭ସେକେଣ୍ଡ । ଗ୍ରହଣର ସ୍ପର୍ଶ ସମୟ ହେଉଛି ରାତ୍ରି ୧ ଘଣ୍ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ ।

ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ୪ ଘଣ୍ଟା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ରାତ୍ର ୨ଟା ୨୪ମିନିଟି ୨ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ । ପାକତ୍ୟାଗ ଅପରହ୍ନ ୪ ଟା ୪ ମିନିଟ୍ ୫୫ ସେକେଣ୍ତରୁ ଆରମ୍ଭ ହୋଇ ରାତି ୨ଟା ୨୪ ମିନିଟ୍ ୨ ସେକେଣ୍ତ ପର୍ଯ୍ୟନ୍ତ ରହିବ ।

Kumar Purnima

ତେବେ କୁମାର ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଚନ୍ଦ୍ରପୂଜା ଏବଂ ଆଞ୍ଜୁଳି ଟେକିବାକୁ ନେଇ ଦ୍ୱନ୍ଦ ଲାଗି ରହିଛି । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଅପରହ୍ନ ୪ ପୂର୍ବରୁ ଚାନ୍ଦ ପୂଜା କରାଯିବ । ସକାଳ ୫ ଟାରୁ ୫.୩୦ ମଧ୍ୟରେ ଆଞ୍ଜୁଳି ଟେକିବା ସମୟ ରହିଛି । ସେହିପରି ଅପରହ୍ନ ୪ ପୂର୍ବରୁ ଚାନ୍ଦ ପୂଜା କରିବାର ମୂହୁର୍ତ୍ତ ରହିଛି ।

ସେହିପରି କୁମାରପୂର୍ଣ୍ଣିମାର ଠିକ୍ ପରଦିନ ହବିଷ୍ୟାଳୀ ମାନେ ବ୍ରତ ସଙ୍କଳ୍ପ କରିବେ ଓ ସେହିଦିନ ଚକ୍ରରାଜ ସୁଦର୍ଶନ ମହାପ୍ରଭୁ ଚାରିଆଶ୍ରମ ବିଜେ କରିବେ । ୬ଟି ରାଶି ପାଇଁ ଏହି ଗ୍ରହଣ ଶୁଭ ଥିବାବେଳେ ୬ଟି ରାଶି ପାଇଁ ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି । ମିଥୁନ, ବିଛା, ଧନୁ , ମକର, କୁମ୍ଭ ଓ ମୀନ ପାଇଁ ଏହି ଗ୍ରହଣ ଶୁଭ ହୋଇଥିବା ବେଳେ ମେଷ, ବୃଷ, କର୍କଟ, ସିଂହ, କନ୍ୟା ଓ ତୁଳା ପାଇଁ ଏହା ଅଶୁଭ ବୋଲି ଜ୍ୟୋତିର୍ବିଦ କହିଛନ୍ତି ।

ଚନ୍ଦ୍ରଗ୍ରହଣ କେବଳ ପୂର୍ଣ୍ଣିମା ଦିନ ଲାଗିଥାଏ, ତେଣୁ ଏହି ଦିନ ଦାନ କରିବା ଉଚିତ୍ । ସେହିପରି କ୍ଷୀର, ଦହି କିମ୍ବା ଧଳା ପୋଷାକ ଆଦି ଧଳା ଜିନିଷ ଦାନ କରାଯିବା ଉଚିତ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+