Lunar Eclipse 2023: ଚନ୍ଦ୍ରଗ୍ରହଣ ସମୟରେ କରନ୍ତୁ ଏହି ୨ଟି ସାମଗ୍ରୀର ଦାନ: ମିଳିବ ପ୍ରଚୁର ଧନ
Chandra Grahan 2023: ଆସନ୍ତାକାଲି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ଏହା ବିଶେଷ ମହତ୍ତ୍ୱ ରହିଛି । ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଅକ୍ଟୋବର ୨୮ ମଧ୍ୟରାତ୍ରିରେ ଘଟିବ ।
ଅକ୍ଟୋବର ୨୮ରେ ଲାଗିବା ପାଇଁ ଯାଉଥିବା ଚନ୍ଦ୍ରଗ୍ରହଣ ଭାରତର ଅନେକ ସ୍ଥାନରେ ଦୃଶ୍ୟମାନ ହେବ । ଚନ୍ଦ୍ରଗ୍ରହଣ ସମୟରେ କିଛି କାମ କରିବା ନିଷେଧ । ସେହିପରି ମାନ୍ୟତା ରହିଛି ଯେ ଏହି ସମୟରେ କିଛି ଜିନିଷ ଦାନ କରିବା ଦ୍ୱାରା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ ।

ମାନ୍ୟତା ରହିଛି ଯେ, ଚନ୍ଦ୍ରଗ୍ରହଣ ସମୟରେ କିଛି ଜିନିଷ ଦାନ କରିବା ଦ୍ୱାରା ମା'ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା ଚନ୍ଦ୍ରଗ୍ରହଣ ସମୟରେ କେଉଁ କେଉଁ ଜିନିଷ ଜାନ କରିବା ଦ୍ୱରା ଧନ ଏବଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଚନ୍ଦ୍ର ଗ୍ରହଣ ସମୟରେ କରନ୍ତୁ ଦାନ
ବିଶ୍ୱାସ ରହିଛି ଯେ, ଚନ୍ଦ୍ରଗ୍ରହଣ ସମୟରେ କିଛି ଧଳା ସାମଗ୍ରୀର ଜିନିଷ ଦାନ କରିବା ଦ୍ୱାରା ମା'ଲକ୍ଷ୍ମୀଙ୍କର କୃପା ମିଳିଥାଏ । ସେହିପରି ଗ୍ରହଣ ସମୟରେ ଚାଳଉ, କ୍ଷୀର, ଦହି, ମିଠା, ବସ୍ତ୍ର ମଧ୍ୟ ଦାନ କରିବା ଦ୍ୱାରା ଶୁଭଫଳ ମିଳିଥାଏ । ସେହିପରି ଚନ୍ଦ୍ରଗ୍ରହଣ ସମୟରେ ଭଗବାନଙ୍କ ନାମ ନେବା ଉଚିତ୍, ଫଳରେ ନକାରାତ୍ମକତା ଦୂର ରହିବ ।
ଚନ୍ଦ୍ରଗ୍ରହଣର ପ୍ରଭାବ ଏହି ସମୟରେ ହେବ ?
ଗ୍ରହଣର ସ୍ପର୍ଶ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରି ୧ ଟା ୪ ମିନିଟ୍ ୫୫ସେକେଣ୍ଡ । ଗ୍ରହଣ ସର୍ବମୋକ୍ଷ ସମୟ ହେଉଛି ଅକ୍ଟୋବର ୨୯ ତାରିଖ ରାତ୍ରୀ ୨ଟା ୨୪ମିନିଟ୍ ୨ ସେକେଣ୍ଡ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଦିବା ଅକ୍ଟୋବର ୨୮ ତାରିଖ ଅପରାହ୍ନ ୪ ଘଟିକା ୪ ମିନିଟ୍ ୫୫ ସେକେଣ୍ଡ ଠାରୁ ୨୯ ତାରିଖ ରାତ୍ର ୨ଟା ୨୪ମିନିଟି ୨ ସେକେଣ୍ଡ ପର୍ଯ୍ୟନ୍ତ ପାକତ୍ୟାଗ ଓ ଦେବନୀତି ନିଷିଦ୍ଧ ରହିବ ।












Click it and Unblock the Notifications