Get Updates
Get notified of breaking news, exclusive insights, and must-see stories!

Lunar Eclipse 2022: ଭାରତରେ ଏହି ସମୟରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ

Lunar Eclipse 2022: ଭାରତରେ କେଉଁ ସମୟରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ

ଭୁବନେଶ୍ୱର: ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମାରେ ଚଳିତ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ହେବା ପାଇଁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ରାହୁଗ୍ରସ୍ତ ଚନ୍ଦ୍ରଗ୍ରହଣ । ଦେଶରେ ପ୍ରଥମେ ଅରୁଣାଚଳ ପ୍ରଦେଶରେ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ଦେଶର ଉତ୍ତର-ପୂର୍ବ ରାଜ୍ୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ ଏବଂ ଆଂଶିକ ଚନ୍ଦ୍ରଗ୍ରହଣ ଅନ୍ୟ ସ୍ଥାନରେ ଦୃଶ୍ୟମାନ ହେବ । ଚନ୍ଦ୍ର ଗ୍ରହଣ ଦିବା ୨ଟା ୩୯ ମିନିଟ ସ୍ପର୍ଶ ହେଇଥିବାରୁ ୯ ଘଣ୍ଟା ପୂର୍ବରୁ ଅର୍ଥାତ୍ ଆସନ୍ତାକାଲି ( ୮ ତାରିଖ ମଙ୍ଗଳ ବାର) ସକାଳ ୫ଟା ୩୯ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହେବ ଦେବନୀତି ଓ ଡଙ୍ଗା ଭସାଣ ଭୋର ୫ଟା ୫୪ ପୂର୍ବରୁ କରିବାକୁ ପରାମାର୍ଶ ଦିଆଯାଇଛି । ସେହିପରି ଗ୍ରହଣ ସର୍ବମୋକ୍ଷ ସଂଧ୍ୟା ୬ଟା ୧୮ ମିନିଟ ୪୭ ସେକେଣ୍ଡରେ ହେବ । ଅକ୍ଟୋବର ୨୫ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଦୃଶ୍ୟମାନ ହୋଇଥିଲା ଏହାର ୧୫ ଦିନ ବ୍ୟବଧାନରେ ଏହା ଦ୍ୱିତୀୟ ଚନ୍ଦ୍ରଗ୍ରହଣ ହେବା ପାଇଁ ଯାଇଛି । ଭାରତର ଉତ୍ତର-ପୂର୍ବ ରାଜ୍ୟରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ। ଭାରତ ବ୍ୟତୀତ ନଭେମ୍ବର ୦୮ରେ ଆମେରିକା, ଅଷ୍ଟ୍ରେଲିଆ, ଏସିଆ ଓ ନ୍ୟୁଜିଲାଣ୍ତରେ ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ । ଦୀର୍ଘ ୧ ଘଣ୍ଟା ୨୫ ମିନିଟ୍ ଧରି ଦୃଶ୍ୟମାନ ହେବ ।

Lunar Eclipse 2022

ଭାରତରେ କେଉଁ ସମୟରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ
ଚନ୍ଦ୍ରଗ୍ରହଣର ତାରିଖ: ୦୮ ନଭେମ୍ବର, ସୋମବାର ୨୦୨୨
ଚନ୍ଦ୍ରଗ୍ରହଣ ସମୟ: ୦୪ଟା ୨୩ ରୁ ୦୬.୧୮ ଅପରାହ୍ନ ।

ଭାରତର କେଉଁ କେଉଁ ସ୍ଥାନରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ
ଦୀପାବଳିରେ ସୂର୍ଯ୍ୟପରାଗ ଲାଗିସାରିଛି ଏବଂ ଏବେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି । ଭାରତରେ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବାକୁ ମିଳିବ । ଦେଶର କେତେକ ଭାଗରେ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ମିଳିବ ହେଲେ ଅଧିକାଂଶ ସ୍ଥାନରେ ଆଂଶିକ ଚନ୍ଦ୍ରଗ୍ରହଣ ଦେଖାଯିବ । ଉତ୍ତର-ପୂର୍ବ ବ୍ୟତୀତ ଭାରତର ଅଧିକାଂଶ ଭାଗରେ ଆଂଶିକ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ । ପ୍ରଥମେ ଏହି ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଉତ୍ତର-ପୂର୍ବ ଦିଗରେ ଦୃଶ୍ୟମାନ ହେବ ଏବଂ ଅରୁଣାଚଳ ପ୍ରଦେଶରେ ପ୍ରଥମ ଚନ୍ଦ୍ରଗ୍ରହଣ ଦୃଶ୍ୟମାନ ହେବ ।

ଚନ୍ଦ୍ରଗ୍ରହଣ ସମୟରେ କରନ୍ତୁ ନାହିଁ ଏହି ସବୁ କାର୍ଯ୍ୟ
ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ କିମ୍ବା ଦେବାଦେବୀଙ୍କ ପୂଜା କରିବା ଉଚିତ୍ ନୁହେଁ । ଚନ୍ଦ୍ରଗ୍ରହଣ ସମୟରେ ଖାଦ୍ୟ ରାନ୍ଧିବା, ଖାଇବା କି ପାଣି ପିଇବା ଉଚିତ୍ ନୁହେଁ । ଗର୍ଭବତୀ ମହିଳାମାନେ ଚନ୍ଦ୍ରଗ୍ରହଣ ଦେଖିବା ଅନୁଚିତ୍ ଏପରିକି ଘରୁ ବାହାରିବା ପାଇଁ ମଧ୍ୟ ବାରଣ କରାଯାଇଥାଏ । ଚନ୍ଦ୍ରଗ୍ରହଣ ଲାଗିବା ସମୟରେ ତୁଳସୀ ସମେତ ଅନ୍ୟାନ୍ୟ ଗଛକୁ ଛୁଇଁବା ଅନୁଚିତ୍ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+