Get Updates
Get notified of breaking news, exclusive insights, and must-see stories!

ଶ୍ରୀମନ୍ଦିରରେ ପୂଜା ପାଆନ୍ତି ପ୍ରଭୁ ଗଜାନନ, ଜାଣନ୍ତୁ କେତେ ରୂପରେ

ରାତି ପାହିଲେ ଗଣେଶ ପୂଜା । ଏହି ପୂଜାକୁ ଧୁମଧାମରେ ପାଳନ କରିବା ପାଇଁ ସବୁଆଡେ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ପ୍ରଭୁ ଗଜାନନଙ୍କୁ ସ୍ବାଗତ ପାଇଁ ଆରମ୍ଭ ହୋଇଯାଇଛି ସଜବାଜ । ପୂଜା ମଣ୍ଡପ ଗୁଡିକରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ତେବେ ଶ୍ରୀମନ୍ଦିରରେ ମଧ୍ୟ ଦୈନନ୍ଦିନ ପୂଜା ପାଆନ୍ତି ଶ୍ରୀଗଣେଶ । ଶ୍ରୀମନ୍ଦିର ବେଢ଼ାରେ ବିଘ୍ନ ବିନାଶନ ପାଇଁ ବିରାଜିତ ହୋଇଛନ୍ତି ପ୍ରଭୁ ଶ୍ରୀଗଣେଶ । ଗଜପତିମାନେ ବିଭିନ୍ନ ସମୟରେ ଶ୍ରୀଗଣେଶଙ୍କ ବିଗ୍ରହ ଶ୍ରୀମନ୍ଦିରରେ ପ୍ରତିଷ୍ଠା କରିଛନ୍ତି । ସ୍ଥାନ-କାଳମୁତାବକ ଅଗ୍ରପୂଜ୍ୟ ଭିନ୍ନଭିନ୍ନ ନାମରେ ନାମିତ ହୋଇଛନ୍ତି । ବଟ ଗଣେଶ,ଦନ୍ତ ତଥା ନର୍ତ୍ତକଗଣେଶ, କାଞ୍ଚି ଗଣେଶ,ରୋଷଗଣେଶ,ଚର୍ଚ୍ଚା ଗଣେଶ,ସରଘର ଗଣେଶ, ଗୋଦାମ ଗଣେଶ ଭଳିପ୍ରାୟ ୧୦ରୁ ଅଧିକ ବିଘ୍ନରାଜଙ୍କ ଚିତ୍ର ଓ ୨୯ ଶ୍ରୀଗଣେଶ ବିଗ୍ରହ ବିରାଜିତ ରହିଛି । ଶ୍ରୀମନ୍ଦିରରେ ବିରାଜିତ ଶ୍ରୀଗଣେଶଙ୍କ କେତେକ ବିଗ୍ରହଙ୍କର ଏକାଧିକ ନାମ ମଧ୍ୟ ରହିଛି ।

ganesh puja

କାଞ୍ଚି ଗଣେଶ/ନର୍ତକ ଗଣେଶ:(ଅଷ୍ଟଭୁଜରେ ନର୍ତକ ଗଣେଶ)ଶ୍ରୀ ମନ୍ଦିରରେ ବିମଳାଙ୍କ ମନ୍ଦିର ସମ୍ମୁଖ କୂଅ ପାଖରେ ଜଳ କ୍ରୀଡ଼ାମଣ୍ଡପ ପଛ ପାଖରେ ରହିଛି ନର୍ତ୍ତକ ଗଣେଶ ମନ୍ଦିର । ମନ୍ଦିରରେ କଳା ମୁଗୁନି ପଥର ନିର୍ମିତ ଗଣେଶ ମୂର୍ତ୍ତିନୃତ୍ୟ କରୁଥିବା ଭଙ୍ଗୀରେ ଦଣ୍ଡାୟମାନ ରହିଛି । ଏହାକୁ ନାଟୁଆ ଗଣେଶ ଭାବେ ମଧ୍ୟ ଅଭିହିତ କରାଯାଏ । ପ୍ରାୟ ୬ ଫୁଟ ଉଚ୍ଚ ବିଶିଷ୍ଟ ଏହି ଗଣେଶ ଅଷ୍ଟଭୁଜ ବିଶିଷ୍ଟ ଦୁଇ ହାତରେ ସର୍ପ ଧାରଣ କରିଥିବା ବେଳେ ଅନ୍ୟ ହାତରେ ଜପମାଳା,ଦନ୍ତ, ମୁଦ୍ରା, ଅଙ୍କୁଶ ଓ ଲଡୁ ଧାରଣ କରିଥାଆନ୍ତି । ମହାରାଜା ପୁରୁଷୋତ୍ତମ ଗଜପତି ଦେବ ଏହି ନର୍ତ୍ତକ ଗଣେଶ ବିଗ୍ରହଙ୍କୁ କାଞ୍ଚିରୁ ଆଣି ଏଠାରେ ସ୍ଥାପନ କରିଥିବା କିମ୍ବଦନ୍ତୀ ଅଛି । ଗଣେଶ ଚତୁର୍ଥୀ ଦିନ ଶ୍ରୀଜଗନ୍ନାଥଙ୍କ ସନ୍ଧ୍ୟାଧୂପ ପରେ ନର୍ତକ ଗଣେଶଙ୍କ ଭୋଗଲାଗି ଓ ବନ୍ଦାପନା ଆଦି ନୀତି ପୂଜାପଣ୍ଡା ସେବକଙ୍କ ଦ୍ଵାରା ସମ୍ପାଦିତ ହୁଏ ।

କାଞ୍ଚି ଗଣେଶଙ୍କ ବିଶେଷତ୍ବ:କିମ୍ବଦନ୍ତୀ ରହିଛି କାଞ୍ଚି ରାଜାଙ୍କୁ ହରାଇ ଗଣେଶଙ୍କୁ ଆଣିଥିବାରୁ ଶ୍ରୀମନ୍ଦିର ପୂଜା ପାଉଛନ୍ତି କାଞ୍ଚି ଗଣେଶ । ଶ୍ରୀମନ୍ଦିର ବେଢ଼ାରେ ସାକ୍ଷୀଗୋପାଳ ମନ୍ଦିର ନିକଟରେ କାଞ୍ଚି ଗଣେଶ ବିରାଜିତ । କଳା ମୁଗୁନିପଥରରେ ନିର୍ମିତ ଚତୁର୍ଭୁଜ ବିଶିଷ୍ଟ ଗଣେଶ ବିଗ୍ରହ ଏହି ମନ୍ଦିରରେ ବିଦ୍ୟମାନ । ଗଜପତି ପୁରୁଷୋତ୍ତମ ଦେବ ୧୪୭୪ ଖ୍ରୀଷ୍ଟାବ୍ଦରେ କାଞ୍ଚି ରାଜାଙ୍କୁ ଯୁଦ୍ଧରେ ପରାସ୍ତ କରି କାଞ୍ଚିରୁ ଏହି ଗଣେଶ ବିଗ୍ରହଙ୍କୁ ଆଣି ଏଠାରେ ସ୍ଥାପନ କରିଥିଲେ । ତେଣୁ ଗଣେଶଙ୍କ ବିଗ୍ରହକୁ କାଞ୍ଚି ଗଣେଶ ନାମରେ ବିଦିତ ।

ବଟ ଗଣେଶ:ଶ୍ରୀମନ୍ଦିର ବେଢ଼ାରେ କଳ୍ପବଟ ମୂଳରେ ପୂଜା ପାଉଛନ୍ତି ବଟ ଗଣେଶ । ଶ୍ରୀମନ୍ଦିର ଭିତର ବେଢ଼ାରେ କଳ୍ପବଟ ମୂଳରେ ବଟ ଗଣେଶ ବିରାଜିତ ଅଛନ୍ତି । ଗଜପତି କପିଳେନ୍ଦ୍ର ଦେବ ପଞ୍ଚଦଶ ଶତାବ୍ଦୀର ମଧ୍ୟ ଭାଗରେ ଏହି ଦକ୍ଷିଣାଭିମୁଖୀ ମନ୍ଦିର ନିର୍ମିତ ହୋଇଥିବା ଗବେଷକ ମାନେ ମତ ଦିଅନ୍ତି । ଏହି ବିଗ୍ରହ ଶ୍ଵେତ ବର୍ଣର ହୋଇଥିବାରୁ ଭକ୍ତମାନେ ଶ୍ଵେତ ଗଣେଶ ବୋଲି ମଧ୍ୟ ଉଚ୍ଚାରଣ କରନ୍ତି । କାମନା ସିଦ୍ଧି ପାଇଁ କାମନା ସିଦ୍ଧକାରୀ ଚିନ୍ତାମଣି ଗଣେଶ ନାମରେ ବି ଅଭିହିତ ।

ଶ୍ରୀମନ୍ଦିରରେ ଗଣେଶଙ୍କ କେତୋଟି ବିଗ୍ରହ ଓ ଚିତ୍ରପଟ ରହିଛି:ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ନରେଶଚନ୍ଦ୍ର ଦାଶ କହିଛନ୍ତି," ଅତିବଡ଼ୀ ଜଗନ୍ନାଥ ଦାସ ବଟ ଗଣେଶଙ୍କ ନିକଟରେ ଭାଗବତ ପାଠ କରୁଥିଲେ । ଗଣେଶ ଚତୁର୍ଥୀ ଅବସରରେ ଏଠାରେ ବିନାୟକ ଚତୁର୍ଥୀ ମହାବ୍ରତ ଅନୁଷ୍ଠିତ ହୋଇଥାଏ । ଶ୍ରୀମନ୍ଦିର ଖୁଣ୍ଟିଆ ସେବକମାନେ ସେବା ନୀତି ନିର୍ବାହ କରନ୍ତି । ଶ୍ରୀମନ୍ଦିରରେ ପ୍ରଭୁ ଗଣେଶଙ୍କର ମୋଟ 39ଟି ବିଗ୍ରହ ଓ ଚିତ୍ର ପୂଜା ପାଆନ୍ତି ।"

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+