Get Updates
Get notified of breaking news, exclusive insights, and must-see stories!

ଆଜି ଶେଷ ରଜ ପାଳୁଛନ୍ତି ରାଜ୍ୟବାସୀ

ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ଆଜି ଶେଷ ରଜକୁ ଧୁମଧାମରେ ପାଳୁଛନ୍ତି ଓଡିଶାବାସୀ । ଏହି ଗଣ ପର୍ବ ପାଇଁ ଉତ୍ସବମୁଖର ହୋଇଛି ଗାଁ ଠାରୁ ସହର ।

ଭୁବନେଶ୍ବର: ଓଡିଶାର ସଂସ୍କୃତି ଓ ପରମ୍ପରାର ପର୍ବ ରଜ। ଆଜି ଶେଷ ରଜକୁ ଧୁମଧାମରେ ପାଳୁଛନ୍ତି ଓଡିଶାବାସୀ । ଏହି ଗଣ ପର୍ବ ପାଇଁ ଉତ୍ସବମୁଖର ହୋଇଛି ଗାଁ ଠାରୁ ସହର । ଚାରିଆଡେ ଉତ୍ସବର ମାହୋଲ। ପିଠାପଣାର ବାସ୍ନାରେ ମହକୁଛି ପ୍ରତିଟି ଓଡିଆ ଘର ।

sesa raja

ରଜ ଏକ କୃଷି ଭିତ୍ତିକ ପର୍ବସମସ୍ତ କୃଷି କାର୍ଯ୍ୟରୁ ବିରତି ନେଇ ଆନନ୍ଦଉଲ୍ଲାସରେ ମାତି ଯାଇଥାନ୍ତି କୃଷକଭାଇ । ଏହି ପର୍ବକୁ ମାଟି ଓ ମୌସୁମୀର ମିଳନ ପର୍ବ ବୋଲି କୁହାଯାଏ । କାରଣ ଏହି ଦିନଠାରୁ ମୌସୁମୀ ଆସିଥାଏ । ବର୍ଷାର ପହିଲି ବୁନ୍ଦାରେ ଭିଜିଥାନ୍ତି ପୃଥିବୀ ମାତା। ସାଧାରଣତଃ କୃଷକମାନେ ରଜ ସଂକ୍ରାନ୍ତି ପୂର୍ବରୁ ଜମିରେ ଧାନ ବୁଣି ବର୍ଷାର ଆଗମନକୁ ଅପେକ୍ଷା କରିଥାନ୍ତି । ଆଷାଢର ପ୍ରଥମ ବର୍ଷା ପୃଥିବୀକୁ ଶୀତଳ କରିଥାଏ । ରଜ ତିନିଦିନ ଧରା ଉପରେ କୌଣିସ କାର୍ଯ୍ୟ କରାଯାଇନଥାଏ ।

ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । ମାଟି ମା' ହୁଏ ରଜସ୍ୱଳା । ମାଟି ମା' ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ମା'ଟିଏ ଯେମିତି ପ୍ରଜନନ ପୂର୍ବରୁ ବିଶ୍ରାମ ଆବଶ୍ୟକ କରେ, ସେମିତି ପ୍ରଜନନକ୍ଷମ ହେବାକୁ ଯାଉଥିବା ମାଟି ମା'କୁ ରଜ ତିନିଦିନ ବିଶ୍ରାମ ଦିଆଯାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି ।

ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ଚଳଚଞ୍ଚଳ ଗାଁରୁ ସହର । ବିଶେଷ କରି ଗ୍ରାମାଞ୍ଚଳରେ ଏହି ପର୍ବ ଅଧିକ ଉତ୍ସାହର ସହ ପାଳନ ହୋଇଥାଏ । କୁଆଁରୀ ଝିଅ ଠାରୁ ନବ ବିବାହିତା ଝିଅମାନେ ବି ଏହି ପର୍ବ ପାଳନ ନେଇ ନିଜର ଶାଶୂ ଘରୁ ନିଜ ଘରକୁ ଆସିଥାନ୍ତି । ମଉଜମଜଲିସ କରି ପୁଣି ସମସ୍ତେ ନିଜ ନିଜ ସ୍ଥାନକୁ ଫେରିଯାଆନ୍ତି । ଏହି ପର୍ବରେ ପ୍ରତିଟି ଓଡିଆ ଜଡିତ । ରାଜ୍ୟ ବାହାରେ ଥିବା ଓଡିଆ ମଧ୍ୟ ଏହି ଦିନଟିକୁ ପାଳନ ପାଇଁ ନିଜର ସମୟ ବାହାର କରି ପିଠାପଣାର ବ୍ୟବସ୍ଥା କରିବା ସହ ଦୋଳି ଖେଳି ମିଠାପାନ ଖାଇଥାନ୍ତି ।

ତେବେ ଆଜି ଶେଷ ରଜ ଏବଂ ଶୁକ୍ରବାର ବସୁମତୀ ସ୍ନାନ । ଏହି ଦିନରେ ମାଟି ମାଆକୁ ପୂଜା କରାଯାଇଥାଏ । ପ୍ରତିଟି ନାରୀଙ୍କୁ ସମ୍ମାନ ଦେବା ଏହି ପର୍ବର ମୁଖ୍ୟ ଉଦ୍ଦେଶ୍ୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+