Get Updates
Get notified of breaking news, exclusive insights, and must-see stories!

ଆଜି କୁମାରୀଙ୍କ ପାଇଁ ସ୍ବତନ୍ତ୍ର ଦିନଟିଏ

ଆଜି କୁମାରୀ ମାନଙ୍କ ସ୍ବତନ୍ତ୍ର ଦିନ ଟିଏ ରାଜ୍ୟରେ ସବୁ କୁଆଁରୀ ଝିଅ ପାଳୁଛନ୍ତି ଏହି ପର୍ବ । ମହାମାରୀ କରୋନାର ପ୍ରଭାବ ଏହି ପର୍ବରେ ମଧ୍ୟ ପଡିଥିଲା । ଚଳିତ ବର୍ଷ ଧୁମଧାମରେ ଏହି ପର୍ବ ପାଳୁଛନ୍ତି କୁମାରୀ ମାନେ ।

କୁଆଁର ପୁନେଇ ଜହ୍ନ ଗୋ, ଫୁଲ ବଉଳ ବେଣୀ....

ଏହି ଗୀତ ଗାଇ ଅତି ଆନନ୍ଦର ସହିତ ଆଜି କୁମାରୀ ମାନଙ୍କ ସ୍ବତନ୍ତ୍ର ଦିନ ଟିଏ ରାଜ୍ୟରେ ସବୁ କୁଆଁରୀ ଝିଅ ପାଳୁଛନ୍ତି ଏହି ପର୍ବ । ମହାମାରୀ କରୋନାର ପ୍ରଭାବ ଏହି ପର୍ବରେ ମଧ୍ୟ ପଡିଥିଲା । ଗତ ଦୁଇ ବର୍ଷ ହେବ ନିଜ ନିଜ ଘରେ ହିଁ ଏହି ପର୍ବ ପାଳନ କରୁଥିଲେ କୁମାରୀ ମାନେ। କିନ୍ତୁ ଚଳିତ ବର୍ଷ କୁମାର ପୂର୍ଣ୍ଣିମାକୁ ନେଇ ଚଳ ଚଞ୍ଚଳ ପୁରପଲ୍ଲୀ। ଓଡିଶା କଳା ସଂସ୍କତିରେ କୁହାଯାଏ ବାର ମାସରେ ତେର ପର୍ବ ପାଳନ୍ତି ରାଜ୍ୟବାସୀ। ଆଉ ସେଇ ପର୍ବ ଭିତରୁ କୁମାର ପୂର୍ଣ୍ଣିମା ସ୍ବତନ୍ତ୍ର।
ବଡି ଭୋରୁ ଉଠି ସ୍ନାନାଦି କାମ ସାରି ନୂଆ ବସ୍ତ୍ର ପିନ୍ଧି ଆଞ୍ଜୁଳା ଟେକିଥାନ୍ତି କୁମାରୀ । ତେବେ ଏନେଇ ପୂର୍ବ ରାତିରୁ ପ୍ରସ୍ତୁତି ଶେଷ ହୋଇଥାଏ। ନୂଆ କୁଲାରେ ହଳଦୀ, ସିନ୍ଦୁର ଲଗାଇ ଜହ୍ନି, କାକୁଡି, ଖଇ ( ଲିଆ ), ନଡିଆ, କଦଳୀ, ଗୁଆ, ଆଦି ଗୋଟା ଫଳ ସବୁ ରଖି ପୂଜାବିଧିକୁ ଉତ୍ସାହର ସହିତ ସମାପନ କରନ୍ତି କୁମାରୀମାନେ। ଏହାପରେ ଆରମ୍ଭ ହୁଏ କୁଆଁର ପୁନେଇ(ସ୍ଥାନୀୟ ଭାଷା) ବା କୁମାର ପୂର୍ଣ୍ଣିମା । ଆଜି ପ୍ରତ୍ୟେକ ଓଡିଆ ଘରେ ପୂଜା ମାଆ ବୃନ୍ଦାବତୀଙ୍କ ଚଉରାଙ୍କୁ ବି ନୂଆ ଲୁଗା, ଶଙ୍ଖା, ସିନ୍ଦୁର ଲଗେଇ ସଜାଯାଏ ।

kumar purnima

ସାରା ଦିନ ସାରା ବିଭିନ୍ନ ରକମର ପିଠା, ଖିରିରେ ,ହସଖୁସିରେ , ବୁଲାବୁଲି, ସାଙ୍ଗସଖା,ଗୀତ, ନାଚ ,ଫଟୋ ଉଠା, ଭାବ ଦିଆନିଆରେ ବିତିଯାଏ । ଆଉ ସଂଧ୍ୟାରେ ବୃନ୍ଦାବତୀଙ୍କ ଠାରେ ଯିଏ ଯାହାର ଚାନ୍ଦ ଚକଟି ଜହ୍ନ ଆକୃତିରେ ଥାଳିରେ କଦଳୀ ପତ୍ର ଉପରେ ପୂର୍ଣ୍ଣ ଚାନ୍ଦ ଆଉ ଅର୍ଦ୍ଧ ଚାନ୍ଦ ଗଢିଥାନ୍ତି ସକାଳର ଆଞୁଳା ସାମଗ୍ରୀରେ । ଜହ୍ନ ଭଳି ସୁନ୍ଦର ସ୍ବାମୀ ପାଇବା ପାଇଁ ପୂଜା କରିଥାନ୍ତି ।

ତେବେ ଏହି ପର୍ବଟି କୁମାରୀ ମାନେ ସୁନ୍ଦର ଜୀବନ ସାଥୀ ଟିଏ ପାଇବା ପାଇଁ କାହିଁ କେଉଁ କାଳରୁ ଓଡିଶାରେ ପାଳନ ହୋଇ ଆସୁଛି । ଦେବୀ ପାର୍ବତୀ ପୁତ୍ର କୁମାର କାର୍ତ୍ତିକେୟଙ୍କ ପରି ଅନିନ୍ଦ ସୁନ୍ଦର ଓ ଦିବ୍ୟ ଜୀବନ ସାଥୀଟିଏ ପ୍ରାପ୍ତିର ଅଭିପ୍ସା କରି ଏହି ବ୍ରତ କରିଥିବା ବିଶ୍ବାସ କରାଯାଏ। ସେହି ହିସାବରେ ଯଦି କୁମାରୀମାନେ ଏହି ବ୍ରତ କରନ୍ତି ତେବେ ଜୀବନରେ ସୁନ୍ଦର ସାଥୀଟିଏ ନିଶ୍ଚୟ ପାଇବେ ବୋଲି କୁହାଯାଏ।

ଓଡିଶାର ପରମ୍ପରା ଅନୁସାରେ ଗ୍ରାମାଞ୍ଚଳରେ ସାହି ସାରା କଉଡି ଖେଳ ,ତାସ୍ ପାଲି , ଲୁଡୋ ଖେଳିଥାନ୍ତି ଗୁରୁଜନ ମାନେ। ପୁଚି ଓ ଚକା ଚକା ଭଉଁରୀ ଖେଳରେ ମାତିଥାନ୍ତି ଘର ଛୋଟ ବଡ ଝିଅ । କୁମାର ପୂର୍ଣ୍ଣିମା ରାତିସାରା ଉଜାଗର ରହେ ଗାଁ । କୁହାଯାଏ କାଳେ ମହାପ୍ରଭୁ ଓ ମହାଲକ୍ଷ୍ମୀ ମଧ୍ୟ ଆଜି ରାତି ସାରା ବସି କଉଡି ଖେଳନ୍ତି । ସେଇ ପରମ୍ପରା ଅନୁସାରେ ଲୋକେ ବି ଖେଳିଥାନ୍ତି । ଏଥିସହ ଆୟୋଜିତ ହୁଏ ସାଂସ୍କୃତିକ କାର୍ଯ୍ୟକ୍ରମ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+