ଜାଣନ୍ତୁ କାହିଁକି ପାଳନ କରାଯାଏ ଆଲୋକର ପର୍ବ ଦୀପାବଳି

Diwali 2024: ଆଲୋକର ପର୍ବ ହେଉଛି ଦୀପାବଳି । ଦୀପାବଳି ଭାରତ, ନେପାଳ, ଶ୍ରୀଲଙ୍କା, ମିଆଁମାର, ମରିସସ, ଗୁଏନା, ତ୍ରିନିଦାଦ ଓ ଟବାଗୋ, ସୁରିନେମ, ମାଲେସିଆ, ସିଙ୍ଗାପୁର, ଓ ଫିଜିରେ ଏକ ସରକାରୀ ଛୁଟିଦିନ ଭାବରେ ଘୋଷଣା କରାଯାଇଛି । ଭାରତରେ ବେଶ୍ ଧୂମଧାମରେ ଆଲୋକର ପର୍ବ ପାଳନ କରାଯାଏ ।

ହସ ଓ ଉଲ୍ଲାସର ସହ ଏହି ପର୍ବ ପ୍ରତି ଘରେ ପାଳିତ ହୁଏ । କାର୍ତ୍ତିକ ମାସର ଅମାବାସ୍ୟାରେ ଏହି ପର୍ବ ପାଳିତ ହୋଇଥାଏ । ଦୀପାବଳି ପୁରପଲ୍ଲୀ, ସହର ବଜାର ସବୁଠାରେ ଖୁବ୍‌ ଧୁମ୍‌ଧାମରେ ପାଳନ କରାଯାଇଥାଏ । ଓଡ଼ିଶାରେ ଏହିଦିନ ପିତୃପୁରୁଷଙ୍କୁ କାଉଁରିଆ କାଠି ଜଳାଇ ମନେପକାଯାଇଥାଏ । ଏହି ଦିନ ମା' କାଳୀଙ୍କୁ ଆରାଧନା କରାଯାଏ । ଦୋକାନ ପତ୍ର, ଘର ଦୁଆର ଆଦି ପୂଜା ହୋଇଥାଏ ।

ପଶ୍ଚିମବଙ୍ଗ, ଆସାମ, ଓଡ଼ିଶା ଓ ବିହାରରେ ଦୀପାବଳୀରେ ମା କାଳୀଙ୍କ ପୂଜା କରାଯାଏ । କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ମଧ୍ୟ ରାତ୍ରୀରୁ ତାନ୍ତ୍ରିକ ଓ ଶାକ୍ତ ମତରେ ଦେବୀଙ୍କର ପୂଜା ହୁଏ । ମାଟିରେ ତିଆରି ମୂର୍ତ୍ତି ସହ ବିଭିନ୍ନ ଶକ୍ତି ପୀଠରେ ଏହା ପାଳିତ ହୁଏ । ହେଲେ ଏହାର ବିଭିନ୍ନ ଶାସ୍ତ୍ରୀୟ କିମ୍ବଦନ୍ତୀ ରହିଛି । ଉତ୍ତର ଭାରତରେ ମହାଲକ୍ଷ୍ମୀଙ୍କ ରୂପରେ ଦେବୀଙ୍କ ଆରାଧନା କରାଯାଏ । ଏହା ଏହି ସବୁ ଅଞ୍ଚଳରେ ଦୀପାବଳୀଏକ ମୁଖ୍ୟ ପର୍ବ ରୂପେ ପାଳିତ ହୁଏ । ମିଥିଳା ଓ ନେପାଳରେ ଏହି ପର୍ବରେ ମହାନିଶାଙ୍କ ପୂଜା କରାଯାଏ ।

Diwali 2024

ପୌରାଣିକ ମାନ୍ୟତା ଅନୁସାରେ, ପ୍ରଭୁ ରାମଚନ୍ଦ୍ର ଲଙ୍କପତି ରାବଣକୁ ମାରି ମା' ସୀତାଙ୍କୁ ଉଦ୍ଧାର କରି ଅଯୋଧ୍ୟା ଫେରିଥିଲେ । ଅଯୋଧ୍ୟାର ସମସ୍ତ ନରନାରୀ ଶ୍ରୀରାମଙ୍କ ଅସତ୍ୟ ଉପରେ ସତ୍ୟର ବିଜୟ ନିମନ୍ତେ ଆନନ୍ଦରେ ବିଭିନ୍ନ ପ୍ରକାର ଆଲୋକ ଜଳେଇଥିଲେ । ସେହି ଦିନରୁ ଏହି ଉତ୍ସବ ପାଳନ କରାଯାଉଛି । ଉତ୍ତର ଭାରତରେ ଏହିଦିନ ଟିକୁ ବହୁ ଯାକଜମକରେ ପାଳନ କରନ୍ତି । ସେବେଠାରୁ ଦୀପାବଳୀ ପାଳନ କରାଯାଉଛି।

ସେହିପରି ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ । ଦ୍ୱାପରଯୁଗରେ ଶ୍ରୀକୃଷ୍ଣ ରାକ୍ଷସ ନରକାସୁରକୁ ମାରି ଚଉଷଠିସହସ୍ର ରାଜକନ୍ୟାଙ୍କୁ ଉଦ୍ଧାରକଲା ପରେ ଇନ୍ଦ୍ରମାତାଙ୍କୁ ନରକାଦ୍ୱାରା ଅପହୃତ ମଣିକୁଣ୍ଡଳକୁ ଫେରାଇବାକୁ ସତ୍ୟଭାମାଙ୍କୁ ନେଇ ସ୍ୱର୍ଗକୁ ଯାଇଥିଲେ ।

ସେପଟେ ପଶ୍ଚିମ ଭାରତରେ ଏହି ଉତ୍ସବ ଭଗବାନ ବିଷ୍ଣୁ ଓ ରାଜା ବଳିଙ୍କ କାହାଣୀ ଉପରେ ଆଧାରିତ । ବଳିଙ୍କ ଅପାର ଶକ୍ତି ଦେବତାମାନଙ୍କ ପାଇଁ ବିପଦ ପାଲଟିଥିଲା । ତେଣୁ ବିଷ୍ଣୁ ତାଙ୍କୁ ଏହି କାର୍ତ୍ତିକ ଅମବାସ୍ୟା ଦିନ ପାତାଳି କରିଥିଲେ । ଦୈତ୍ୟରାଜ ବଳି ମହାଦାନୀ ଥିଲେ । ସେ ଏପରି ଦାନ କଲେ ଯେ ସ୍ୱର୍ଗରେଭାଳେଣି ପଡ଼ିଗଲା , କାରଣ ତାଙ୍କର ପୂଣ୍ୟ ହେତୁ ସେ ସ୍ୱର୍ଗପୁରର ଅଧିକାରୀ ହେଇପାରନ୍ତି ।

ଏହା ପରେ ଭଗବାନ ବିଷ୍ଣୁ ବାମନ ଅବତାର ଗ୍ରହଣ କରି ବଳିରାଜଙ୍କ ପାଖରେ ପହଞ୍ଚି ତାଙ୍କୁ ତିନିପାଦ ଭୂମି ମାଗିଥିଲେ । ଗୋଟିଏ ପାଦରେ ପୃଥିବୀ, ଗୋଟିଏ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦରେ ବଳିଙ୍କୁ ପାତାଳକୁ ଚାପିଦେଲେ । ତେଣୁ ସେ ପାତାଳ ପୁରକୁ ଚାଲିଗଲେ । ବର୍ଷକରେ ଥରେ ମର୍ତ୍ତ୍ୟପୁରକୁ ଆସି ପ୍ରଜାମାନଙ୍କୁ ଦେଖିବାକୁ ବଳି ବର ମାଗିଥିଲେ । ବିଷ୍ଣୁ ଏଥିରେ ସମ୍ମତି ଜଣାଇ କାର୍ତ୍ତିକ ଶୁକ୍ଲ୍ଲ ପ୍ରତିପଦା ଦିନ ଦିନ ବଳି ମର୍ତ୍ତ୍ୟକୁ ଆସିବାକୁ ତଥାସ୍ତୁ କହିଲେ । ତେଣୁ ସେ ଦିନକୁ ମର୍ତ୍ତ୍ୟବାସୀ ଆନନ୍ଦର ଦୀପ ଜାଳି ଆଲୋକିତ କରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+