ଜାଣନ୍ତୁ ଭାରତ କେଉଁ କେଉଁ ସ୍ଥାନରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ
Lunar eclipse 2023: ୨୮ ଅକ୍ଟୋବର' ୨୦୨୩ ଅର୍ଥାତ୍ ଆଜି ବର୍ଷର ଶେଷ ଚନ୍ଦ୍ରଗ୍ରହଣ ଆଜି ଲାଗିବା ପାଇଁ ଯାଉଛି । ଯାହା ଅନେକ ଦେଶରେ ଦୃଶ୍ୟମାନ ହେବା ପାଇଁ ଯାଉଛି । ଧାର୍ମିକ ଦୃଷ୍ଟିକୋଣରୁ ରାହୁ ପ୍ରତିଶୋଧ ନେବା ସମୟରେ ଚନ୍ଦ୍ରକୁ ଗ୍ରାସ କରିଥାଏ । ତେବେ ଚାଲନ୍ତୁ ଜାଣିବା ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ଭାରତରେ କେଉଁ କେଉଁ ସ୍ଥାନରେ ଦୃଶ୍ୟମାନ ହେବ ।
ଭାରତରେ ଚନ୍ଦ୍ରଗ୍ରହଣ ରାତି 1:06ରେ ଦିଲ୍ଲୀ, ଗୋହାଟୀ, ଜୟପୁର, ଜାମ୍ମୁ, କୋଲହାପୁର, କୋଲକାତା ଏବଂ ଲକ୍ଷ୍ନୌ, ମଦୁରାଇ, ମୁମ୍ବାଇ, ନାଗପୁର, ପାଟନା, ରାୟପୁର, ରାଜକୋଟ, ରାଞ୍ଚି, ଶିମଲା, ସିଲଚର, ଉଦୟପୁର, ଉଜୈନ, ବରୋଦା, ବାରାଣାସୀ,ପ୍ରୟାଗରାଜ, ଚେନ୍ନାଇ, ହରିଦ୍ୱାର, ଦ୍ୱାରକା, ମଥୁରା, ହିସାର, ବରେଲି, କାନପୁର, ଆଗ୍ରା, ରେୱାରୀ, ଅଜମେର, ଅହମ୍ମଦାବାଦ, ଅମୃତସର, ବେଙ୍ଗାଲୁରୁ ଭୋପାଳ, ଭୁବନେଶ୍ୱର, ଚଣ୍ଡିଗଡ଼, ଦେହରାଡୁନ୍, ଲୁଧିଆନା ଭଳି ଅନେକ ସହରରେ ଦୃଶ୍ୟମାନ ହେବା ପାଇଁ ଯାଉଛି ।

କେଉଁଠି ଦେଖି ଚନ୍ଦ୍ରଗ୍ରହଣ ଲାଇଭ୍
ଯଦି ଆପଣ କୌଣସି କାରଣରୁ ଚନ୍ଦ୍ରଗ୍ରହଣ ଦେଖି ପାରୁ ନାହାଁନ୍ତି, ତେବେ ଆପଣ ନିଜ ସ୍ମାର୍ଟଫୋନରେ ଜରିଆରେ ମଧ୍ୟ ଏହି ଦୃଶ୍ୟ ଦେଖିପାରିବେ । ଅର୍ଥାତ୍ ଚନ୍ଦ୍ରଗ୍ରହଣ ଲାଇଭ୍ ଷ୍ଟ୍ରିମିଂ ଆପଣଙ୍କ ଫୋନରେ ଲାଇଭ୍ ଅନଲାଇନରେ ଦେଖାଯାଇପାରିବ । ଏଥିପାଇଁ ଚନ୍ଦ୍ରଗ୍ରହଣର TimeandDate.comରେ ଦେଖିପାରିବେ । ସେହିପରି TimeandDate.com ୟୁଟ୍ୟୁବ୍ ଚ୍ୟାନେଲରେ ଚନ୍ଦ୍ରଗ୍ରହଣ ଲାଇଭ୍ ଦେଖିପାରିବେ ।
ସୂଚନାଥାଉ ଯେ, ଆଜି ରାତି 1 ଟା 4 ମିନିଟ୍ 55 ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରି ରାତି 2 ଟା 24 ମିନିଟ୍ 2 ସେକେଣ୍ଡରେ ଗ୍ରହଣ ଛାଡ଼ିବ । 1 ଘଣ୍ଟା 19 ମିନିଟ୍ 7 ସେକେଣ୍ଡ ପର୍ଯ୍ୟନ୍ତ ଗ୍ରହଣ ଲାଗିବ । ଗ୍ରହଣ ସ୍ପର୍ଶର 9 ଘଣ୍ଟା ପୂର୍ବରୁ ଅର୍ଥାତ ପାକତ୍ୟାଗ ରହିଛି । ପାକତ୍ୟାଗ ଅପରାହ୍ନ 4 ଟା 4ମିନିଟ୍ 55 ସେକେଣ୍ଡରୁ ଆରମ୍ଭ ହୋଇ ରାତି 2 ଟା 24 ମିନିଟ୍ 2 ସେକେଣ୍ଡ ପର୍ଯ୍ୟନ୍ତ ରହିବ ।












Click it and Unblock the Notifications