ଚଳିତ ବର୍ଷ ଏହି ତାରିଖରେ ପଡୁଛି ମହାଶିବରାତ୍ରୀ, ଜାଣନ୍ତୁ ପୂଜା ସମୟ
ଭୁବନେଶ୍ୱର: ଫାଲଗୁନ କୃଷ୍ଣ ଚତୁର୍ଦଶୀ ତିଥିରେ ପାଳନ କରାଯାଏ ମହାଶିବରାତ୍ରୀ । ଏହି ଦିନ ସାରା ଦେଶରେ ଭକ୍ତମାନେ ମହାଦେବଙ୍କ ଆରାଧନା କରିଥାନ୍ତି । ଚଳିତ ବର୍ଷ ମହାଶିବତ୍ରୀ 8 ମାର୍ଚ୍ଚ 2024 ରେ ପାଳନ କରାଯିବ। ଏହି ଦିନ ସକାଳରୁ ରାତି ପର୍ଯ୍ୟନ୍ତ ସଜାଗ ରହି ଶିବଙ୍କୁ ପୂଜା କରିବାର ପରମ୍ପରା ରହିଛି। ଦକ୍ଷିଣ ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ, କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ତାରିଖରେ ପାଳନ କରାଯାଏ। ଉତ୍ତର ଭାରତୀୟ କ୍ୟାଲେଣ୍ଡର ଅନୁଯାୟୀ, କୃଷ୍ଣ ଚତୁର୍ଦଶୀ ତିଥିରେ ମହା ଶିବରାତ୍ରୀ ଭାବରେ ପାଳନ କରାଯାଏ।
ମହାଶିବରାତ୍ରୀ ପୂଜା ବିଧି ସୂର୍ଯ୍ୟାଦୟ ପୂର୍ବରୁ ଉଠି ସ୍ନାନ କରି ଶିବଙ୍କ ପାଖରେ ପୂଜା କରି ଉପବାସ ରଖନ୍ତୁ । ନିଷ୍ଠାର ସହିତ ବ୍ରତ ରଖିଲେ ଭଗବାନ ଶଙ୍କରଙ୍କର ଆର୍ଶୀବାଦ ମିଳିଥାଏ । ନିୟମ ଅନୁସାରେ, ସାରା ଦିନ ଏବଂ ରାତି ଉପବାସ ରହିବା ପାଇଁ ପଡିଥାଏ । ତେବେ ଛୋଟ ପିଲା, ବୃଦ୍ଧ, ରୋଗୀମାନେ ଫଳ ଏବଂ ଜଳପାନ କରି ବ୍ରତ ରଖିପାରିବେ । ବ୍ରତ ରଖିବା ସମୟରେ ମହାଦେବ ଏବଂ ମାଆ ପାର୍ବତୀଙ୍କୁ ସ୍ମରଣ କରିବା ପାଇଁ ଭୁଲିବେ ନାହିଁ । ତେବେ ଜାଗର ରାତ୍ରୀକୁ ୪ଟି ପ୍ରହରରେ ବିଭକ୍ତ କରି ଭୋଳାନାଥଙ୍କର ପୂଜାର୍ଚ୍ଚନା କରାଯାଏ । ପର ଦିନ ସୂର୍ଯ୍ୟସ୍ତ ପୂର୍ବରୁ ସ୍ନାନକରି ବ୍ରତ ଉଦଯାପନ କରି ଖାଦ୍ୟ ଖାଇ ପାରିବେ ।

ଶୀବରାତ୍ରୀ ଦିନ ଶଙ୍କର ଭଗବାନଙ୍କୁ ତ୍ରୀଶାଖା ବେଲପତ୍ର, କ୍ଷୀର, ଜଳ, ଧତୁକା ଫୁଲ, କେତକି ଫୁଲ, ଆଦି ଅର୍ପଣ କରନ୍ତୁ । ଦିନର ଯେତେବେଳେ ମଧ୍ୟ ସମୟ ପାଇବେ ସେତେବେଳେ ୧୦୮ଥର 'ଓମ୍ ନମଃ ଶିବାୟଃ' ମନ୍ତ୍ର ଜପ କରନ୍ତୁ । ଯାହା ଦ୍ୱାରା ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ବୃଦ୍ଧି ପାଇବା ସହ ଦୁଃଖ କଷ୍ଟ ଦୂର ହେବ । ଆପଣ ଏହି ଦିନ ଶିବ ଚାଳିସା ମଧ୍ୟ ଗାନ କରିପାରିବେ କିମ୍ବା ଶୁଣିଲେ ମଧ୍ୟ ମନ ପବିତ୍ର ରହିଥାଏ ।
ଏଥର ଶିବରାତ୍ରୀର ପ୍ରଥମ ପ୍ରହର ପୂଜା ସମୟ ୮ ମାର୍ଚ୍ଚ ରାତି ୯.୫୭ ମିନିଟରୁ ଆରମ୍ଭ ହୋଇ ପରଦିନ ଅର୍ଥାତ୍ ମାର୍ଚ୍ଚ ୯ ତାରିଖରେ ସନ୍ଧ୍ୟା ୬.୧୭ ମିନିଟରେ ଶେଷ ହେବ । ମାନ୍ୟତା ରହିଛି ଏହି ସମୟ ମଧ୍ୟରେ ପୂଜାର୍ଚ୍ଚନା କରିବା ଦ୍ୱାରା ଶୁଭ ଫଳ ପ୍ରାପ୍ତି ହୋଇଥାଏ ଏହା ସହ ଜୀବନର ସମସ୍ତ ସମସ୍ୟା ମଧ୍ୟ ଦୂର ହୋଇଥାଏ ।












Click it and Unblock the Notifications