Get Updates
Get notified of breaking news, exclusive insights, and must-see stories!

ଜାଣନ୍ତୁ ଚଳିତ ବର୍ଷ କେଉଁ ତାରିଖରେ ପଡୁଛି ଧନତେରସ

Dhanteras 2023 Date: ଚଳିତ ବର୍ଷ ଅର୍ଥାତ୍ 2023 ମସିହାରେ, 10 ନଭେମ୍ବର 2023 ଶୁକ୍ରବାର ଦିନ ଧନତେରସ ପର୍ବ ପାଳନ କରାଯିବ । ପ୍ରତ୍ୟକ ବର୍ଷ କାର୍ତ୍ତିକ ମାସର କୃଷ୍ଣପକ୍ଷ ତ୍ରୟୋଦଶୀ ତିଥିରେ ପାଳନ କରାଯାଏ । ଏହି ପର୍ବ ଜୀବନରେ ସୁଖ ସମୃଦ୍ଧି ଭରି ଦେଇଥାଏ ।ଏହି ଦିନରେ ଭଗବାନ କୁବେର, ଭଗବାନ ଧନ୍ୱନ୍ତରୀଙ୍କ ସହିତ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରାଯାଏ । ମାନ୍ୟତା ରହିଛି ଏହି ଦିନରେ ସୁନା, ରୂପା, ବାସନ ଏବଂ ଅନ୍ୟାନ୍ୟ ଜିନିଷ କିଣିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ କୃପା ରହିଥାଏ । ଧନତେରସ ପର୍ବର ପୂଜାର୍ଚ୍ଚନା କରିବାର ଶୁଭ ସମୟ ହେଉଛି ସନ୍ଧ୍ୟା 06:20 pm ରୁ 08:20 pm ।

Dhanteras 2023

ଧନତେରସରେ ସୁନା, ରୂପା, ବାସନ କିମ୍ବା କୌଣସି ଘରୋଇ ଜିନିଷ କିଣିବାର ଶୁଭ ସମୟ ହେଉଛି ଦିନ 2:35 ରୁ ଅପରାହ୍ନ 6:40 । ଯଦି ଆପଣ ଏହି ଦିନ କୌଣସି କାରଣ ପାଇଁ କିଣାକିଣି କରିପାରି ନାହାଁନ୍ତି ତେବେ ପରଦିନ ଅର୍ଥାତ୍ 11 ନଭେମ୍ବର ଦିନ 1:57 ପର୍ଯ୍ୟନ୍ତ ସପିଂ କରିପାରିବେ, କାରଣ ଧାନଟେରସ୍ ତାରିଖ ପରଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ରହିଛି ।

ଚାଲନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତି କେଉଁ ସାମଗ୍ରୀ କିଣିବା ଉଚିତ୍

ମେଷ ରାଶି : ମେଷ ରାଶିର ବ୍ୟକ୍ତି ଧନତେରସରେ ସୁନା କିମ୍ବା ରୁପା ଅଳଙ୍କାର କିଣି ପାରିବେ । ଏହା ଶୁଭ ଫଳ ଦେବ ।

ବୃଷ ରାଶି : ବୃଷ ରାଶିର ଲୋକେ ରୁପା, ହୀରା, ଗହଣା, ବାସନକୁସନ, ଲକ୍ଷ୍ମୀ ଏବଂ ଗଣେଶଙ୍କ ପ୍ରତିମା କିଣିବା ଶୁଭ ।

ମିଥୁନ ରାଶି : ଏହି ରାଶିର ବ୍ୟକ୍ତି କଂସା ପାତ୍ର କିମ୍ବା ରୁପା ଗହଣା କିଣି ପାରିବେ ।

କର୍କଟ ରାଶି : ଏହି ରାଶିର ବ୍ୟକ୍ତି ମାନେ ରୂପା କିଣିବା ଶୁଭ ହୋଇଥାଏ ସେହିପରି ଯାନବାହନ ମଧ୍ୟ କିଣିପାରିବେ ।

ସିଂହ ରାଶି : ଏହି ରାଶିର ବ୍ୟକ୍ତି ତମ୍ବା କିମ୍ବା ସୁନା କିଣିପାରିବେ ।

କନ୍ୟା ରାଶି : ଏହି ରାଶିର ଲୋକଙ୍କ ପାଇଁ ରୁପା ଅଳଙ୍କାର ବା ବାସନକୁସନ କିଣିବା ଶୁଭ ହୋଇଥାଏ ।

ତୁଳା ରାଶି : ଏହି ରାଶିର ଲୋକଙ୍କ ପାଇଁ ରୂପା ରେ ତିଆରି ଜିନିଷ କିଣିବା ଶୁଭ ହୋଇଥାଏ |

ବିଛା ରାଶି : ଏହି ରାଶିର ଲୋକଙ୍କ ପାଇଁ ତମ୍ବା ନିର୍ମିତ ବସ୍ତୁ ସହ ଇଲେକ୍ଟ୍ରୋନିକ୍ସ ସାମାଗ୍ରୀ ମଧ୍ୟ କିଣିପାରିବେ ।

ଧନୁ : ପିତ୍ତଳ କିମ୍ବା ସୁନା କିଣିବା ଶୁଭ ହୋଇଥାଏ ।

ମକର ରାଶି : ଷ୍ଟିଲ କିମ୍ବା ସୁନା ଗହଣା କିଣି ପାରିବେ ।

କୁମ୍ଭ ରାଶି : ଏହି ରାଶିର ଲୋକ ଷ୍ଟିଲ ପାତ୍ର କିମ୍ବା ସୁନା ଗହଣା ମଧ୍ୟ କିଣିପାରିବେ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+