ଘରେ ସୁଖ ଓ ଶାନ୍ତି ପାଇଁ ପୂଜା ଘରେ ରଖନ୍ତୁ ଏହି ଦୁଇଟି ଜିନିଷ, ନଚେତ୍ ମାଡ଼ି ଆସିବ ବିପଦ

ପୂଜା ଘରେ ଆମେମାନେ ଠାକୁରଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିଥିବା ବେଳେ ତାହାର ପୂଜା ନିମନ୍ତେ ଧୂପ, ଦୀପଠୁ ଆରମ୍ଭ କରି ବିଭିନ୍ନ ଜିନିଷ ରଖିଥାଉ। ପୂଜା ଘରେ ପ୍ରବେଶ କଲେ ମନ ପବିତ୍ରତାରେ ଭରିଯାଏ। ଆଧ୍ୟାତ୍ମକ ପରିବେଶରେ ଖୁବ୍‌ ଶାନ୍ତି ଅନୁଭୂତ ହୋଇଥାଏ। ତେବେ ଜାଣିଛନ୍ତି କି ପୂଜା ଘରେ ଏହି ଦୁଇଟି ଜିନିଷ ଠିକ୍‌ ଭାବେ ନ ଥିଲେ ଆପଣ ଭୋଗି ପାରନ୍ତି ବହୁ ସମସ୍ୟା। ପାରିବାରିକ ସମସ୍ୟା ସାଙ୍ଗକୁ ଆର୍ଥିକ ଦୁର୍ଗତି ବି ପିଛା ଛାଡ଼େନି। ତେବେ ଆସନ୍ତୁ ଜାଣିବା କ'ଣ ଏହି ଦୁଇଟି ଜିନିଷ ଓ କିପରି ଏହାକୁ ରଖିବା ଉଚିତ ।

Pooja House

ପୂଜା ଘରେ ଶଙ୍ଖ ତଥା ଜଳ ପାତ୍ର ନ ଥିଲେ ପୂଜାକୁ ସମ୍ପୂର୍ଣ୍ଣ ବୋଲି ବିବେଚନା କରାଯାଏନି। ଏପରିକି ଏହାଦ୍ୱାରା ଆପଣଙ୍କୁ ଆଶନୁରୂପ ଫଳପ୍ରାପ୍ତି ମଧ୍ୟ ହୋଇ ନ ଥାଏ।

ପୂଜା ଘରେ ଶଙ୍ଖ ରଖିବାକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଶଙ୍ଖକୁ ନିଜ ପୂଜା ଘରେ ରଖିଲେ ଘରେ ସକରାତ୍ମକ ଏନର୍ଜୀ ଭରି ରହିଥାଏ। ଏହାଦ୍ୱାରା ଘରର ବାସ୍ତୁ ଦୋଷ ଦୂର ହୋଇ ଯାଇଥାଏ। ପରିବର ସଦସ୍ୟଙ୍କ ମଧ୍ୟରେ ମତାନ୍ତର ଦୂରେଇ ଯିବା ସହ ସବୁବେଳେ ହସଖୁସିର ବାତାବରଣ ବଜାୟ ରହେ ।

ହିନ୍ଦୁ ଶାସ୍ତ୍ର ଅନୁଯାୟୀ, ଶଙ୍ଖ ମା' ଲକ୍ଷ୍ମୀ ଓ ବିଷ୍ଣୁଙ୍କ ଅତି ପ୍ରିୟ ଅଟେ। ତେଣୁ ଘରେ ଶଙ୍ଖ ଥିଲେ ସୁଖ ସମୃଦ୍ଧି ପରିବାରର ପିଛା ଛାଡ଼େନି । ଏହାଦ୍ୱାରା ଘରୁ ଆର୍ଥିକ ସମସ୍ୟା ଦୂରେଇ ଯାଇଥାଏ ଓ ପରିବାର ସଦସ୍ୟଙ୍କ ଆୟ ବଢ଼ିଥାଏ।

ଏଥିସହ ପୂଜା ଘରେ ଥିବା ଜଳ ପାତ୍ର କେତେବେଳେ ଖାଲି ରହିବା ଉଚିତ ନୁହେଁ। ପୂଜା ଘର ଜଳପାତ୍ର ଖାଲି ଥିଲେ ବିନା କାରଣରେ ବିଭିନ୍ନ ସମସ୍ୟା ସୃଷ୍ଟି ହୋଇଥାଏ। ଏହାଦ୍ୱାରା ଆର୍ଥିକ ସଙ୍କଟ ପିଛା ଛାଡ଼ି ନ ଥାଏ।

ତେଣୁ ଏହି ପାତ୍ରକୁ ସବୁବେଳେ ପାଣିରେ ଭର୍ତ୍ତି କରିବା ସହ ତା' ଉପରେ ତୁଳସୀ ପତ୍ର ଓ ଫୁଲ ରଖିବା ଆବଶ୍ୟକ । ଏଥିସହ ଏହି ପାତ୍ରରେ ସାମାନ୍ୟ ଗଙ୍ଗା ଜଳ ଛିଞ୍ଚି ପାରିଲେ ଆପଣଙ୍କ ଘରୁ ଦୁଃଖ ଦୂର ହୋଇଯିବ । ଆପଣଙ୍କ ଘର ସବୁବେଳେ ହସଖୁସିରେ ପୂରି ଉଠିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+