ଦୀପାବଳି ଦିନ ଆଲମିରାରେ ରଖନ୍ତୁ ଏହି ସାମଗ୍ରୀ, ହେବ ଧନର ବର୍ଷା
Diwali 2024: ଆଜି ଅର୍ଥାତ୍ 31 ଅକ୍ଟୋବର 2024ରେ ସାରା ଦେଶରେ ଦୀପାବଳି ବା ଆଲୋକର ପର୍ବ ପାଳନ କରାଯାଉଛି । ଏହି ଦିନ ମାତା ଲକ୍ଷ୍ମୀଙ୍କର ପୂଜାର୍ଚ୍ଚନା କରାଯାଏ । ଧନ ପ୍ରାପ୍ତି ପାଇଁ ଏହି ଦିନ ଅନେକ ବିଶେଷ ପଦକ୍ଷେପ ମଧ୍ୟ ନିଆଯାଏ । ଆଜି ଏହି ଶୁଭ ଦିନରେ, କିଛି ଏପକି ଜିନିଷ ଅଛି ଯାହା ରଖିବା ଦ୍ୱାରା ଆପଣଙ୍କ ଜୀବନରେ କେବେ ଅର୍ଥର ଅଭାବ ରହି ନଥାଏ।
ଦୀପାବଳି ଦିନ ସନ୍ଧ୍ୟାରେ ସମସ୍ତ ଦେବୀ ଲକ୍ଷ୍ମୀଙ୍କୁ ପୂଜାର୍ଚ୍ଚନା କରନ୍ତି ଏବଂ ଘରର ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରନ୍ତି । ମାତା ଲକ୍ଷ୍ମୀଙ୍କୁ ଧନ ଏବଂ ସମୃଦ୍ଧିର ଦେବୀ କୁହାଯାଏ | ତେଣୁ ଆର୍ଥିକ ସମସ୍ୟା ଦୂର କରିବା ପାଇଁ ମାତାଙ୍କୁ ପୂଜା କରାଯାଏ । ଘରେ ଆଲମିରାର ସମ୍ପର୍କ ଧନ ସହିତ ଜଡିତ । ଏଥିରେ ଟଙ୍କା ଅଳଙ୍କାର କିମ୍ବା ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖା ଯାଏ ।
ଆଜି, ଦୀପାବଳି ଦିନ ଦେବୀ ଲକ୍ଷ୍ମୀଙ୍କୁ ପୂଜା କରିବା ସହିତ ଆପଣ କିଛି ବିଶେଷ ଜିନିଷକୁ ସୁରକ୍ଷିତ ନିଜ ଆଲମିରାରେ ରଖିବା ଉଚିତ୍ । ଯାହା ଆର୍ଥିକ ସମସ୍ୟାର ସମାଧାନ କରିବ । ବିଶ୍ୱାସ କରାଯାଏ ଯେ ଆଲମିରାରେ ଏହି ଜିନିଷଗୁଡ଼ିକ ରଖିବା ଦ୍ୱାରା ଆପଣଙ୍କ ଜୀବନରେ କେବେ ଟଙ୍କାର ଅଭାବ ରହି ନଥାଏ ।

ପୂଜା ପରେ ଦେବୀ ଲକ୍ଷ୍ମୀଙ୍କ ପାଖରେ ରଖି ପୂଜା କରିଥିବା ଗୁଆକୁ ନେଇ ସୁରକ୍ଷିତ ଆଲମିରାରେ ରଖିବା ଉଚିତ୍ ଏପରି କରିବା ଦ୍ୱାରା ଘରୁ ଅଭାବ ଦୂର ହୋଇଥାଏ ।ଗୁଆକୁ ଏକ ନାଲି କନାରେ ରଖି ପୂଜା କରନ୍ତୁ । ପୂଜା ପରେ ଏହାକୁ ନେଇ ଆଲମିରାରେ ରଖନ୍ତୁ ।ଏପରି କରିବା ଦ୍ୱାରା ଦେବୀ ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ ।
ଆଲମିରା ବା ଗଡରେଜରେ ଦଶ ଟଙ୍କିଆ ନୋଟ୍ ରଖିବା ମଧ୍ୟ ଶୁଭ ମନେ କରାଯାଏ । ଯଦି ଆପଣ 10 ଟଙ୍କା ବଣ୍ଡଲ ରଖିପାରିବେ ନାହିଁ, ତେବେ ଆପଣ ଏକ ପିତ୍ତଳ, ତମ୍ବା କିମ୍ବା ରୂପା ମୁଦ୍ରା ମଧ୍ୟ ରଖିପାରିବେ । ଆଲୁମିନିୟମ ମୁଦ୍ରାକୁ ଆପଣ ନିଜ ଆଲମିରାରେ ରଖନ୍ତୁ ନାହିଁ ।
ସେହିପରି କଉଡିକୁ ମଧ୍ୟ ଆଲମିରାରେ ରଖିବା ଉଚିତ୍ । ଏହା ଧନ ବୃଦ୍ଧି ପ୍ରାପ୍ତି ପାଇଁ ୫ଟି କଉଡିକୁ ଏକ ହଳିଦିଆ କପଡାରେ ବାନ୍ଧି ପୂଜା କରିବା ପରେ ନିଜ ଆଲମିରାରେ ରଖନ୍ତୁ ।












Click it and Unblock the Notifications