ଶୋଇବା ଘରେ ରଖୁଛନ୍ତି ହନୁମାନଙ୍କ ଫଟୋ ଚିତ୍ର, ତେବେ ଜାଣି ରଖନ୍ତୁ ଏହି କଥା
କିଛି ଘରେ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଅନେକ ସମୟରେ କଳି ଝଗଡ଼ା ଲାଗି ରୁହେ। ଦାମ୍ପତ୍ୟ ଜୀବନରେ ଲାଗି ରହୁଥିବା ଏହି କଳି ଝଗଡ଼ା କାରଣ ନିଜ ବେଡ ରୁମ୍ ବି ହୋଇପାରେ। କାରଣ ବେଡ୍ ରୁମରେ ବାସ୍ତଦୋଷ ଥିଲେ ବା କିଛି ଜିନିଷ ଶୟନ କକ୍ଷରେ ରଖିବା ଦ୍ୱାରା ଏପରି ସମସ୍ୟା ଉପୁଜି ଥାଏ। ତାହାହେଲେ ଆସନ୍ତୁ ଜାଣିବା ଶୟନ କକ୍ଷରେ କ'ଣ ରଖିଲେ ଓ କେଉଁ ଫଟୋ ଲଗାଇଲେ ଘରେ ଆଶନ୍ତି ଲାଗି ରହେ। ଆସନ୍ତୁ ଜାଣିବା ସେ ବିଷୟରେ।

ଆକ୍ୱାରିୟମ: ଶୟନ କକ୍ଷରେ ଆକ୍ୱାରିୟମ ରଖିବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାମୀସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇ ହୋଇଥିଲା। ଏହାସହ ଅଧିକାଂଶ ସମୟରେ ସ୍ୱାମୀସ୍ତ୍ରୀଙ୍କ ଦେହ ମଧ୍ୟ ଖରାପ ହୋଇଥାଏ। ଆକ୍ୱାରିୟମ ସର୍ବଦା ଘରର ପ୍ରବେଶ ଦ୍ୱାରର ବାମ ପାଖେ ରଖିବା ଉଚିତ। ଏହା ଦ୍ୱାରା ଶୁଭଫଳ ମିଳିଥାଏ।
ହନୁମାନଙ୍କ ଫଟୋ: ଘର ହନୁମାନଙ୍କ ଫଟୋ ଲଗାଇବା ବେଳେ ଧ୍ୟାନ ଦେବା ଉଚିତ। ବିଶେଷ କରି ଶୟନ କକ୍ଷରେ ହନୁମାନଙ୍କ ଫଟୋ ଲଗାନ୍ତୁ ନାହିଁ। ଏହାଦ୍ୱାରା ଦମ୍ପତ୍ୟ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ। କାହିଁକି ନା ହନୁମାନ ବାଳ ବ୍ରହ୍ମଚାରୀ ହୋଇଥିବାରୁ ତାଙ୍କ ଫଟୋକୁ କେବେ ଶୋଇବା ଘରେ ବା ଶୟନ କକ୍ଷରେ ଲଗାନ୍ତୁ ନାହିଁ।












Click it and Unblock the Notifications