ବିଷ୍ଣୁଙ୍କ ପ୍ରିୟ ମାସ କାର୍ତ୍ତିକ ମାସ: ପୂର୍ଣ୍ଣିମା ଦିନ ଏହି ସମୟରେ କରନ୍ତୁ ସ୍ନାନ ଓ ଦାନ
Kartik Purnima 2024: କାର୍ତ୍ତିକ ମାସ ହେଉଛି ବିଷ୍ଣୁଙ୍କ ପ୍ରିୟ ମାସ । ହିନ୍ଦୁ ଧର୍ମରେ ଏହାର ଖାସ୍ ମହତ୍ତ୍ୱ ରହିଛି । ଏହି ମାସରେ ପଡୁଥିବା ପୂର୍ଣ୍ଣିମାକୁ କାର୍ତ୍ତିକ ପୂର୍ଣ୍ଣିମା ବୋଲି କୁହାଯାଏ । ଏହି ପୂର୍ଣ୍ଣିମାର ହିନ୍ଦୁ ଧର୍ମରେ ବହୁତ ବଡ଼ ମହତ୍ତ୍ୱ ରହିଛି । କାର୍ତ୍ତିକ ମାସରେ ପଡୁଥିବା ପୂର୍ଣ୍ଣିମା ଦିନ ସ୍ନାନ ଏବଂ ଦାନର ବିଶେଷ ମହତ୍ୱ ରହିଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ ପବିତ୍ର ନଦୀରେ ଗାଧୋଇବାର ପରମ୍ପରା ରହିଛି । ଏହି ଦିନ ଗଙ୍ଗାରେ ସ୍ନାନ କରିବା ଦ୍ୱାରା ବ୍ୟକ୍ତିକୁ ପାପରୁ ମୁକ୍ତି ମିଳିଥାଏ । ନଦୀରେ ବୁ଼ଡ଼ ପକାଇ ଡଙ୍ଗା ଭସାଇବାର ମାନ୍ୟତା ରହିଛି ।
ପୂର୍ଣ୍ଣିମା ତିଥି 15 ନଭେମ୍ବର 2024 ରେ ସକାଳ 6.19 ରେ ଆରମ୍ଭ ହୋଇ 16 ନଭେମ୍ବରରେ ଦିନ 2.58 ରେ ଶେଷ ହେବ । କାର୍ତ୍ତିକ ପୂର୍ଣ୍ଣିମା 2024ରେ ସ୍ନାନ ଏବଂ ଦାନ ପାଇଁ ଶୁଭ ସମୟ ସକାଳ 04.45 ରୁ 5.51 ପର୍ଯ୍ୟନ୍ତ ରହିଛି । ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ - ସନ୍ଧ୍ୟା 5.51 ରେ ହେବ ।

ଏହି ଦିନ, ବ୍ରହ୍ମା ମୁହୂର୍ତ୍ତରେ ସ୍ନାନ କରିବା ଅତ୍ୟନ୍ତ ଶୁଭ ବୋଲ ବିବେଚନା କରାଯାଏ । ଏହି ସମୟ ମଧ୍ୟରେ ସ୍ନାନ କରିବା ପରେ, ନିଜ ସାମର୍ଥ୍ୟ ଅନୁଯାୟୀ ଜିନିଷ ଦାନ କରନ୍ତୁ । ଯଦି ଆପଣ କୌଣସି ପବିତ୍ର ନଦୀରେ ସ୍ନାନ କରନ୍ତି ତେବେ ଏହା ଅତ୍ୟନ୍ତ ଶୁଭ ନତେଚ୍ ଘରେ ଗାଧୋଇବା ପାଣିରେ ଗଙ୍ଗା ଜଳ ମିଶାଇ ମଧ୍ୟ ଗୋଧୋଇ ପାରିବେ ।
ଏହି ଦିନ, ଆପଣ ଫଳ, ଖାଦ୍ୟ, ଅତ୍ୟାବଶ୍ୟକ ସାମଗ୍ରୀ, ପୋଷାକ ଇତ୍ୟାଦି ଦାନ କରିପାରିବେ । ଏହି ଦିନ ଧଳା ଜିନିଷ ଦାନ କରିବା ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ବୋଲି ବିବେଚନା କରାଯାଏ । କ୍ଷୀର, ଚିନି ଏବଂ ରୂପା ଦାନ କରିପାରିବେ।












Click it and Unblock the Notifications