Kanwar Yatra 2024: ବୋଲ୍ବମ୍ ଯାତ୍ରା କରୁଥିବା ଭକ୍ତମାନଙ୍କୁ ଏହି ୭ ନିୟମ ମାନିବାକୁ ପଡେ, ନହେଲେ...
ସବୁଠାରୁ ପବିତ୍ର ମାସ ହଉଚି ଶ୍ରାବଣ ମାସ କାରଣ ଏହା ହେଉଛି ଭଗବାନ ଶିବଙ୍କ ପ୍ରିୟ ମାସ । ଶ୍ରାବଣ ମାସରେ ବହୁ ସଂଖ୍ୟାରେ ଶିବ ଭକ୍ତ କାଉଡ଼ି ବା ବୋଲ୍ବମ୍ ଯାତ୍ରା କରିଥା'ନ୍ତି। କାଉଡ଼ିଆମାନେ ବିଭିନ୍ନ ନଦୀରୁ ପାଣି ନେଇ ଶିବଙ୍କୁ ଜଳାଭିଷେକ କରିଥା'ନ୍ତି ।
ଶ୍ରାବଣ ମାସରେ ଶିବଙ୍କୁ ଜଳାଭିଷେକ କରିବାର ଏକ ବିଶେଷ ମହତ୍ତ୍ୱ ରହିଛି । ଜଳାଭିଷେକ ଦ୍ୱାରା ଭଗବାନ ଶିବ ତାଙ୍କ ଭକ୍ତମାନଙ୍କ ଉପରେ ପ୍ରସନ୍ନ ହୋଇ ସେମାନଙ୍କ ମନୋସ୍କାମନା ପୂର୍ଣ୍ଣ କରିଥା'ନ୍ତି ବୋଲି ବିଶ୍ୱାସ ରହିଛି ।
ମାତ୍ର ବୋଲ୍ବମ୍ ଯାତ୍ରା କରୁଥିବା ଭକ୍ତମାନଙ୍କ ବହୁତ ଗୁଡ଼ାଏ ବିଶେଷ ନିୟମ ରହିଛି। ଏହି ନିୟମ ଅନୁସାରେ ଯାତ୍ରା କଲେ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଧାର୍ମିକ ବିଶ୍ୱାସ ରହିଛି। ତାହାଲେ ଆସନ୍ତୁ ସେ ସବୁ ନିୟମ ବିଷୟରେ ଜାଣିବା...

୧. ମନେ ରଖନ୍ତୁ ଯାତ୍ରା ସମୟରେ ନିଜର ଜଳ ପାତ୍ରକୁ ଅନ୍ୟ କାହାକୁ ଦିଅନ୍ତୁ ନାହିଁ। ଭଗବାନ ଶିବଙ୍କୁ ଜଳ ଅର୍ପଣ ନ କରିବା ପର୍ଯ୍ୟନ୍ତ ଯାତ୍ରା ସମୟରେ ସାଥିରେ ନେଉଥିବା ବାହୁଙ୍ଗାକୁ ତଳେ ରଖନ୍ତୁ ନାହିଁ।
୨. କାଉଡ଼ିଆମାନେ ନଦୀରୁ ପାଣି ନେଇ ଯାତ୍ରା କରନ୍ତି। ଯଦି ଆପଣଙ୍କ ପାତ୍ରଟି ମାଟିର, ତେବେ ଧ୍ୟାନ ଦେବେ ଯେମିତି ତାହା ଫାଟି ନଥିବ। ତେଣୁ କିଣିଲା ବେଳୁ ହିଁ ତାକୁ ପରୀକ୍ଷା କରି ନେଇଥିବେ।
୩. ଜଳ ନେଉଥିବା ପାତ୍ରକୁ ରେଶମ ସୂତାରେ ବାନ୍ଧନ୍ତୁ ଏବଂ ଯେଉଁ ବାଉଁଶକୁ ବାହୁଙ୍ଗା କରୁଛନ୍ତି, ତାହାକୁ ଭଲ ଭାବରେ ପରିଷ୍କାର କରନ୍ତୁ। ଏପରି କରିବା ଦ୍ୱାରା ବାହୁଙ୍ଗା ଦୋଷମୁକ୍ତ ହୋଇଥାଏ ବୋଲି କୁହାଯାଏ।
୫. ଯାତ୍ରା ସମୟରେ ଭଗବାନ ଶିବଙ୍କ ନାମ ଜପନ୍ତୁ। ଏହି ଯାତ୍ରାକୁ ସୂର୍ଯ୍ୟୋଦୟର ଦୁଇ ଘଣ୍ଟା ପୂର୍ବରୁ ଆରମ୍ଭ କରି ସୂର୍ଯ୍ୟାସ୍ତର ଦୁଇ ଘଣ୍ଟା ପରେ ଶେଷ କରନ୍ତୁ।
୭. ଯଦି କୌଣସି ବ୍ୟକ୍ତି ସନ୍ତାନ ସୁଖ, ମାନସିକ ପ୍ରସନ୍ନତା, ରୋଗ ନିବାରଣ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ କାଉଡି ଯାତ୍ରା ଉତ୍ତମ ବୋଲି ଶାସ୍ତ୍ରରେ ମତ ରହିଛି।












Click it and Unblock the Notifications