ଆସନ୍ତୁ ଜାଣିବା ଜାନୁୟାରୀ ମାସର ମହତ୍ଵ: କଣ ରହିଛ ପର୍ବ ଏବଂ କେଉଁ ମହାପୁରୁଷଙ୍କ ଜୟନ୍ତୀ
ଭୁବନେଶ୍ବର: ଜାନୁୟାରୀ ମାସର ପ୍ରଥମ ଦିନରୁ ଇଂରାଜୀ ନୂତନ ବର୍ଷ ଆରମ୍ଭ ହେଉଥିଲେ ମଧ୍ୟ ଏହା ଭାରତୀୟ ପରମ୍ପରା ଅନୁସାରେ ନୂତନ ବର୍ଷ ନୁହେଁ। ତେବେ ଜାନୁୟାରୀରେ ପଡୁଥିବା ମକର ସଙ୍କ୍ରାନ୍ତି ଅନେକ ନୂତନତାର ପ୍ରତୀକ ଅଟେ ଏହିଦିନ ସୂର୍ୟ ଦକ୍ଷିଣାୟନରୁ ଉତ୍ତରାୟଣ ହୋଇଥାନ୍ତି। ଅର୍ଥାତ ମକରକ୍ରାନ୍ତିକୁ ସୂର୍ୟଙ୍କ ଆଗମନ ହୋଇଥାଏ। ଏହାକୁ ଦକ୍ଷିଣ ଭାରତ ସମେତ ଅନେକ ସ୍ଥାନରେ ନୂତନ ବର୍ଷ ଭାବରେ ପାଳନ କରାଯାଏ।

ଜାନୁୟାରୀ ମାସରେ ପବିତ୍ର ମକର ସଙ୍କ୍ରାନ୍ତି ତଥା ପୋଙ୍ଗଲ, ପୌଷ ପୁର୍ଣିମା, ଗଙ୍ଗା ସାଗର ମେଳା, ସଫଳ ଏକାଦଶୀ, ପ୍ରଦୋଷ ବ୍ରତ, ଦୁର୍ଗଷ୍ଟମୀ ବ୍ରତ ଇତ୍ୟାଦି ଗୁରୁତ୍ବପୂର୍ଣ ଦିନ ପଡୁଛି। ସେହିପରି ଏହି ମାସରେ ବିଶ୍ଵ ଦରବାରରେ ଭାରତ ବର୍ଷର ମହାନ ଦର୍ଶନ ତତ୍ଵକୁ ଉପସ୍ଥାପନ କରିଥିବା ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ତିଥି ମଧ୍ୟ ପଡୁଛି। ଜାନୁୟାରୀ 12 ତାରିଖ ସ୍ଵାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସ ଭାବରେ ପାଳନ କରାଯାଏ। ସେହିପରି 30 ଜାନୁୟାରୀରେ ମହାତ୍ମା ଗାନ୍ଧିଙ୍କ ପୂଣ୍ୟ ତିଥି ପଡୁଛି। ଜାନୁୟାରୀ 21 ତାରିଖରେ ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ ପାଳନ କରାଯିବ। ମାସର ଶେଷ ଦିନ ଅର୍ଥାତ 31 ଜାନୁୟାରୀ ଦିନ ପଡୁଛି ସଙ୍କଷ୍ଟି ଗଣେଶ ଚତୁର୍ଥୀ।












Click it and Unblock the Notifications