ଆସନ୍ତୁ ଜାଣିବା: କାର୍ତ୍ତିକ ମାସ ସୋମବାର ବ୍ରତ ପାଳନ କଲେ କଣ ପୂଣ୍ୟ ମିଳେ
କାର୍ତ୍ତିକ ମାସର ସୋମବାର ଅତ୍ୟନ୍ତ ପବିତ୍ର ଅଟେ। କାର୍ତ୍ତିକ ମାସରେ ସୋମବାର ବ୍ରତ ପାଳନ କରିବା ଦ୍ଵାରା ଅତ୍ୟନ୍ତ ପୁଣ୍ୟଫଳ ମିଳେ ବୋଲି କଥିତ ଅଛି। ଆଜି ଆସନ୍ତୁ ଜାଣିବା କାର୍ତ୍ତିକ ମାସ ସୋମବାର ଦିନ କେଉଁ ସବୁ ଉପାୟ କଲେ ଆମର ଚମକି ଉଠିବ ଭାଗ୍ୟ ଓ କ୍ଷୟ ହେବ ସବୁ ପାପ ।

କାର୍ତ୍ତିକ ମାସ ସୋମବାର ଦିନ ଟି ଆମ ହିନ୍ଦୁ ଧର୍ମରେ ଖୁବ୍ ମହତ୍ତ୍ଵ ରହିଛି । ଏହି ମାସରେ ଅନେକ ଲୋକ ହବିଷ କରନ୍ତି , କାରଣ ଏହି ମାସଟି ଗୋଟିଏ ପବିତ୍ର ମାସ ବୋଲି ସ୍କନ୍ଦ ପୁରାଣ ଓ ବିଷ୍ଣୁ ପୁରାଣ ରେ ବର୍ଣ୍ଣିତ ହୋଇଛି । ତେଣୁ ଏହି ମାସରେ ଅନେକ ଧର୍ମ କାର୍ଯ୍ୟ କରିବା ପାଇଁ କୁହାଯାଇ ଥାଏ । ଶୈବ ପୁରାଣ ଅନୁସାରେ କାର୍ତ୍ତିକ ମାସ ସୋମବାର ଦିନ ଶିବ ମନ୍ଦିର ରେ ଜଳ ଅର୍ପଣ କଲେ ସମସ୍ତ ରିଷ୍ଟ ଖଣ୍ଡନ ହୋଇ ଜୀବନରୁ ଶାରିରୀକ ଯନ୍ତ୍ରଣା ଓ ରୋଗ ବୈରାଗ୍ୟ ଦୂରେଇ ଯାଇଥାଏ । ସୋମବାର ଦିନ ମହାଦେବଙ୍କୁ ହଳଦୀ ପାଣି ରେ ସ୍ନାନ କରାଇଲେ ପୁଣ୍ୟ ପ୍ରାପ୍ତି ହୋଇଥାଏ। କାରଣ ହଳଦୀ କୁ ଶୁଭ ସଂକେତ ଭାବରେ ଗ୍ରହଣ କରାଯାଏ । ତା ସହିତ ବିବାହ ବିଳମ୍ବିତ ହେଉ ଥିଲେ ସେଥିରେ ମଧ୍ୟ ସଫଳତା ମିଳିଥାଏ । ଆମ ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଗୁରୁତ୍ଵ ଦିଆଯିବାର କାରଣ ହେଲା, ଏହି ମାସରେ ପୁଣ୍ୟ ଅର୍ଜନ କରି ପାପ କ୍ଷୟ କରାଯାଏ । ତେଣୁ ଏହି ମାସରେ ଋଗ୍ଣ ବ୍ୟକ୍ତିଙ୍କ ସେବା ଶୁଶ୍ରୁଷା କଲେ ସ୍ୱର୍ଗ ପ୍ରାପ୍ତି ହୋଇଥାଏ । ସ୍କନ୍ଦ ପୁରାଣରେ କୁହାଯାଇଛି ଯେ ପିତାମାତା ହେଉଛନ୍ତି ଚଳନ୍ତି ଠାକୁର, ତେଣୁ ଏହି ମାସରେ ପୁଣ୍ୟ ଅର୍ଜନ କରିବା ଲାଗି ପିତାମାତା ଓ ଗୁରୁଜନଙ୍କ ସେବା ଶୁଶ୍ରୁଷା କରିବା ଉଚିତ୍ । କାର୍ତ୍ତିକ ମାସ ରେ ବିଶେଷ ଭାବରେ ଜୀବଜନ୍ତୁ ଙ୍କ ସେବା ଶୁଶ୍ରୁଷା କଲେ ମଣିଷ ର ପାପ କ୍ଷୟ ହୋଇଥାଏ । ନିଜ ଜୀବନରେ ସୁଖ ସମୃଦ୍ଧି ପ୍ରାପ୍ତ କରିବା ପାଇଁ ମାସ ସାରା ଷଣ୍ଢ କୁ ଚାଉଳ ଓ କଦଳୀ ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଜୀବନରୁ ସମସ୍ତ ଅସୁବିଧା ଦୂରେଇ ଯାଇଥାଏ। ବିବାହରେ ବିଳମ୍ବିତ ହେଉଥିଲେ କାର୍ତ୍ତିକ ମାସ ସୋମବାର ଦିନ ଅବିବାହିତା କନ୍ୟା ଓ ପୁରୁଷ ଶିବଙ୍କ ନିକଟରେ ଶିବ ଚାଳିଶା ପାଠ କରନ୍ତୁ ଏବଂ ଶିବଙ୍କୁ ଧ୍ୟାନ କରନ୍ତୁ ।












Click it and Unblock the Notifications