ଆସନ୍ତୁ ଜାଣିବା ଦଶହରାର ମହତ୍ଵ ସମ୍ପର୍କରେ
ଭାରତୀୟ ପରମ୍ପରାରେ ଦଶହରାର ଅନେକ ସ୍ଵତନ୍ତ୍ରତା ରହିଛି। ପ୍ରତି ରାଜ୍ୟରେ ଏହାକୁ ବିଭିନ୍ନ ବିଭିନ୍ନ ପାରମ୍ପରିକ ରୀତି-ନୀତିରେ ଏହି ପର୍ବକୁ ପାଳିବାର ପ୍ରଥା ଅଛି । ଦଶହରା ନଅ ଦିନ ଠାରୁ ଜାରି ଦୁର୍ଗା ପୂଜା ଉତ୍ସବର ସମାପ୍ତିର ପ୍ରତୀକ ଅଟେ । ଦକ୍ଷିଣ ଭାରତରେ ଏହି ଅବସରରେ ଦେବୀ ଦୁର୍ଗା ଓ ଦେବୀ ଚାମୁଣ୍ଡେଶ୍ୱରୀଙ୍କର ପୂଜା କରାଯାଏ ।

ଯିଏ ଲୋକଙ୍କ ରକ୍ଷା ପାଇଁ ଅସୁରଙ୍କର ସେନା ସହ ଚାମୁଣ୍ଡା ପାହାଡରେ ଯୁଦ୍ଧ କରି ପରାଜିତ କରିଥିଲେ । ଏହି ସମୟରେ ଦେବୀ ଦୁର୍ଗାଙ୍କ ସହ ଦେବୀ ଲକ୍ଷ୍ମୀ, ଦେବୀ ସରସ୍ୱତୀ, ଭଗବାନ ଗଣେଶ ଓ କାର୍ତ୍ତିକେୟଙ୍କର ପୂଜା ମଧ୍ୟ କରାଯାଏ । ଆଉ ମଧ୍ୟ ଦଶହରା ଦିନ ଲୋକେ ମା' ଦୁର୍ଗାଙ୍କର ମୂର୍ତ୍ତିଗୁଡିକର ବିଧି-ବିଧାନର ସହ ବିସର୍ଜନ ମଧ୍ୟ କରିଥାନ୍ତି ।
ଭଗବାନ ଶ୍ରୀରାମଙ୍କ ସହ ଯୋଡି ହୋଇଥିବା କଥାବସ୍ତୁ

ଭଗବାନ ରାମଙ୍କ ସହ ଯୋଡି ହୋଇ ରହିଛି ଦଶହରାର ପୌରଣିକ କଥା। କଥିତ ଅଛି ଯେ, ୧୪ବର୍ଷର ବନବାସରେ ରାବଣ ଦ୍ୱାରା ସୀତା ଙ୍କର ହରଣ ହୋଇଥିଲା । ମା' ସୀତାଙ୍କୁ ଉଦ୍ଧାର କରିବା ପାଇଁ ଏବଂ ଅଧର୍ମୀ ରାବଣକୁ ବିନାଶ କରିବା ପାଇଁ ଭଗବାନ ରାମ ରାବଣ ସାଥିରେ ଅନେକ ଦିନଧରି ଯୁଦ୍ଧ କରିଥିଲେ । ଶାରଦୀୟ ନବରାତ୍ରି ଦିନରେ ଭଗବାନ ରାମ ଶକ୍ତିର ଦେବୀ ଦୁର୍ଗା ଙ୍କର ଆରାଧନା ନଅଦିନ ଧରି କରିଥିଲେ ।

ଏହାପରେ ମା' ଦୁର୍ଗାଙ୍କର ବରଦାନ ହୋଇଥିଲା । ଏହାପରେ ମା' ଦୁର୍ଗ ଙ୍କର ସହଯୋଗରେ ରାମ ଯୁଦ୍ଧର ଦଶମ ଦିନରେ ରାବଣର ବଧ କରି ତା'ର ଅତ୍ୟାଚାରରୁ ସମସ୍ତଙ୍କୁ ରକ୍ଷା କରିଥିଲେ । ଏହି ପରମ୍ପରା ଅନୁସାରେ , ପ୍ରତିବର୍ଷ ରାବଣ , ମେଘନାଦ ଓ କୁମ୍ଭକର୍ଣ୍ଣକୁ ଅଧର୍ମର ପ୍ରତୀକ ମାନି ଏମାନଙ୍କର ପୁତ୍ତଳିକା ଦଶହରା ଦିନ ଜଳାଯାଏ ।
ମହିଷାସୁର ଓ ଅସୁରମାନଙ୍କ ସହିତ ମା'ଦୂର୍ଗାଙ୍କ ଯୁଦ୍ଧ
ପୈାରାଣିକ ମାନ୍ୟତା ଅନୁସାରେ ନଅ ଦିନ ଧରି ମହିଷାସୁର ଓ ଅସୁରମାନଙ୍କ ସେନା ସହିତ ମା' ଦୁର୍ଗା ଯୁଦ୍ଧ କରିଥିଲେ । ଏବଂ ଶେଷରେ ଦଶମ ଦିନରେ ମହିଷାସୁରର ବଧ କରି ବିଜୟ ପ୍ରାପ୍ତ ହୋଇଥିଲେ । ଏହି ଉତ୍ସବକୁ ମନ୍ଦ ଉପରେ ଭଲର ପ୍ରତୀକ ଭାବେ ବିଶ୍ୱାସ କରାଯାଏ। ଦଶହରା ଏକ ହସ ଖୁସିର ପର୍ବ ଅଟେ । ଶାରଦୀୟ ନବରାତ୍ରିର ସ୍ଥାପନା କଳସ ଓ ମୂର୍ତ୍ତି ର ବିସର୍ଜନ ଏହି ଦିନ କରାଯାଏ । ଏମିତି ଭାବେ ଦଶହରା ଏକ ପ୍ରତୀକ ପର୍ବ ଅଟେ।












Click it and Unblock the Notifications