ଆଜି ପବିତ୍ର ଧନ୍ଵନ୍ତରୀ ଜୟନ୍ତୀ: ଜାଣନ୍ତୁ ଏହାର ମହତ୍ଵ

ଭୁବନେଶ୍ବର: ଆଜି କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ। ଆଜିର ତିଥିରେ ପାଳନ ହୋଇଥାଏ ଧନତେରାସ୍‌। ଆୟୁର୍ବେଦର ରଚୟିତା ଭଗବାନ ଧନ୍ଵନ୍ତରୀଙ୍କୁ ଆଜି ପୂଜା କରାଯାଏ। ହିନ୍ଦୁ ଧର୍ମରେ ଏହି ପବିତ୍ର ଦିନକୁ ସୌଭାଗ୍ୟ ବା ଧନର ଦିବସ ବୋଲି କୁହାଯାଏ। ଧନତେରାସ୍‌ ଅବସରରେ ଭଗବାନ ଧନ୍ବନ୍ତରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ଜୀବନରେ ସୁଖ ସମୃଦ୍ଧି ବୃଦ୍ଧି ପାଇଁ ଏହାକୁ ପାଳନ କରାଯାଏ । ଏହି ଦିନ ଘରକୁ ପରିଷ୍କାର କରିବା ସହ କିଛି ନୂଆ ଜିନିଷ କିଣାଯାଏ । ଗୃହର ମୁଖ୍ୟ ଦ୍ବାରକୁ ସୁସଜ୍ଜିତ କରି ମାଙ୍କୁ ସ୍ବାଗତ କରାଯାଏ । ଏଥି ସହିତ ବିଶ୍ବାସ ଅନୁଯାୟୀ ଏହି ଦିନରେ ସୁନା ଅଳଙ୍କାର କିଣିଲେ ମା' ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆଶୀର୍ବାଦ କରିଥାନ୍ତି। ଏଥି ସହିତ ପରିବାରର ସୁଖ ସମୃଦ୍ଧି ଆସିଥାଏ। ଏହି ଦିନ ଲୋକମାନେ ସୁନା ଗହଣା ସହିତ ମାଆ ଲକ୍ଷ୍ମୀଙ୍କ ପ୍ରତିମା ଥିବା ରୁପା କଏନ୍ ଏବଂ ସୁନା କଏନ୍ କିଣିଥାନ୍ତି । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଗହଣା ଦୋକାନରେ ବିଭିନ୍ନ ଅଫର ପ୍ରଦାନ କରାଯାଉଛି ।

dhanwantari Puja

ତେବେ ସୁନା କିଣିବା ପୂର୍ବରୁ ଗ୍ରାହକଙ୍କୁ ଶୁଭ ମୁହୂର୍ତ୍ତ ବିଷୟରେ ଧାରଣା ରହିବା ଦରକାର। କାରଣ ଶୁଭ ମୁହୂର୍ତ୍ତରେ ସୁନା-ରୁପା ଅଳଙ୍କାର କିଣିଲେ ମା' ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି। ଧନତେରାସ ନଭେମ୍ବର ୨ ତାରିଖ ସକାଳ ୫ଟା ୩୭ ମିନିଟରୁ ରାତି ୮ଟା ୧୧ ପର୍ୟ୍ୟନ୍ତ ଶୁଭ ମୁହୂର୍ତ୍ତ ଅଛି। ବୃଷଭ କାଳ ସନ୍ଧ୍ୟା ୬ଟା ୧୮ ମିନିଟରୁ ୮ଟା ୧୪ ଯାଏଁ ରହିବ। ଧନତେରସ ପାଇଁ ପୂଜାର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୬ଟା ୧୮ରୁ ରାତି ୮ଟା ୧୪ ଯାଏଁ ରହିଛି। ତେବେ ଆପଣ ବି ଯଦି ଆଜି ସୁନା କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏ ସବୁ ଦିଗ ପ୍ରତି ଧ୍ୟାନ ନିଶ୍ଚୟ ଦିଅନ୍ତୁ। ନହେଲେ ଠାକାମିର ଶିକାର ହୋଇ ପାରନ୍ତି । ସୁନା କିଣିବା ପୂର୍ବରୁ ସୁନାର ଶୁଦ୍ଧତା ମୁଖ୍ୟତଃ କ୍ୟାରେଟରେ ମପା ଯାଇଥାଏ । ୨୪ କ୍ୟାରେଟ୍‌ ଗୋଲ୍ଡକୁ ୯୯.୦୯ ପ୍ରତିଶତ ଶୁଦ୍ଧ ମାନୁଥିବାବେଳେ ୨୨ କ୍ୟାରେଟକୁ ୯୨ ପ୍ରତିଶତ ଶୁଦ୍ଧ ସୁନା ବୋଲି ଗଣାଯାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+