ମଙ୍ଗଳ ଚାହୁଁ ଥିଲେ ଭୁଲରେ ବି, ଘର ମୁଖ୍ୟ ଦ୍ଵାର କେବେ ଅନ୍ଧାର ରଖନ୍ତୁ ନାହିଁ; ନଚେତ୍...

ସାମାନ୍ୟ ବାସ୍ତୁ ଦୋଷ ପାଇଁ ଭୋଗିବାକୁ ପଡ଼ିପାରେ ସାଂଘାତିକ ପରିଣାମ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବା ସହ ମାଡ଼ି ଆସେ ଦାରିଦ୍ରତା। ଘରୁ ସୁଖଶାନ୍ତି ହଜିଯିବା ପରେ ଅଶାନ୍ତିରେ ଅଣନିଶ୍ୱାସ ହୋଇପଡ଼ନ୍ତି ଘର ଲୋକେ। ଆଜି ଆସନ୍ତୁ ଜାଣିବା, ଏଥିରୁ ମୁକୁଳିବାର କିଛି ଛୋଟ ଛୋଟ ଟିପ୍ସ ।

vastu tips

ଘରର ମୁଖ୍ୟ ଦ୍ୱାରକୁ କେବେ ବି ଅନ୍ଧାରୁଆ ରଖନ୍ତୁ ନାହିଁ। ଏହାକୁ ସବୁବେଳେ ଆଲୋକିତ ରଖିବାକୁ ଚେଷ୍ଟା କରନ୍ତୁ। କାରଣ ଘରର ମୁଖ୍ୟ ଦ୍ୱାର ଅନ୍ଧାରରେ ବୁଡ଼ି ରହିଲେ ହେଉଥିବା କାମ ଅଟକି ଯାଏ। ବହୁତ ପରିଶ୍ରମ ପରେ ବି ଆଶାନୁରୂପ ସଫଳତା ମିଳି ନ ଥାଏ ।
ଘରେ କେବେ ବି ଫଟା ଫଟୋଚିତ୍ର ରଖନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ। ସବୁବେଳେ ମନୋମାଳିନ୍ୟ ଲାଗି ରହିଥାଏ। ତେଣୁ ଘରେ ଥିବା ଫଟା ଫଟୋଚିତ୍ରକୁ ତୁରନ୍ତ ବାହାରେ ଫୋପାଡ଼ନ୍ତୁ।
ଘରେ ଥିବା ସମସ୍ତ ସାମଗ୍ରୀକୁ ବ୍ୟବସ୍ଥିତ କରି ରଖିବାକୁ ଚେଷ୍ଟା କରନ୍ତୁ। ଏହାକୁ ଏଣେତେଣେ ଫୋପାଡ଼ିଲେ ମା' ଲକ୍ଷ୍ମୀଙ୍କ କୋପର ଶିକାର ହେବାକୁ ପଡ଼ିପାରେ । ଏହାଦ୍ୱାରା ଆପଣଙ୍କ ଘରେ ଅର୍ଥାଭାବ ପରିଲକ୍ଷିତ ହେବ ।
ଘରର କବାଟ, ଝରକାକୁ କେବେ ବି ପୂରା ଖୋଲନ୍ତୁ ନାହିଁ। ଏପରି ହେଲେ ବାହାରର ନକରାତ୍ମକ ଶକ୍ତି ଘର ଭିତରେ ପ୍ରବେଶ କରି ଯାଆନ୍ତି ବୋଲି ବିଶ୍ୱାସ ରହିଛି।
ଘରେ ଥିବା ପାଣି ଟ୍ୟାପକୁ ଭଲ ଭାବେ ବନ୍ଦ କରନ୍ତୁ। କାରଣ ସେଥିରୁ ଟୋପା ଟୋପା ପାଣି ପଡ଼ିଲେ ସ୍ୱାସ୍ଥ୍ୟ ସମ୍ବନ୍ଧିତ ସମସ୍ୟାର ସାମନା କରିବାକୁ ପଡ଼ିପାରେ। ଏଥିସହ ଆପଣ ମାନସିକ ରୂପେ ବି ଦୁର୍ବଳ ହୋଇଯିବେ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରାତିରେ ପରଫ୍ୟୁମ ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ପ୍ରଖର ସୁଗନ୍ଧ ଦ୍ୱାରା ଘରେ ନକରାତ୍ମକ ଉର୍ଜ୍ଜା ପ୍ରବେଶ କରିଥାଏ।
ବାସ୍ତୁ ଶାସ୍ତ୍ର ଅନୁଯାୟୀ, ରୋଷେଇ ଘର କବାଟ ଏପରି ଦିଗରେ କରନ୍ତୁ ଯେପରି କବାଟ ସମ୍ମୁଖରେ ଗ୍ୟାସ ଚୁଲା ରହିବ ନାହିଁ। ନଚେତ ଆପଣଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ବାଥରୁମ୍‌ ଏପରି ଜାଗାରେ କରନ୍ତୁ ଯେପରି ତାହା ରୋଷେଇ ଘର ସାମନାରେ କି ପାର୍ଶ୍ୱରେ ନ ରହିବ । ଏଥିସହ ଏହା ଦକ୍ଷିଣ, ଦକ୍ଷିଣ ପୂର୍ବ କିମ୍ବା ଦକ୍ଷିଣ ପଶ୍ଚିମ ଦିଗରେ ବି ରହିବା ଉଚିତ ନୁହେଁ।
ଅଚଳ ଘଣ୍ଟାକୁ କେବେ ବି ଘରେ ରଖନ୍ତୁ ନାହିଁ। ବାସ୍ତୁ ଅନୁଯାୟୀ, ଏଥିଯୋଗୁ ଆପଣଙ୍କ ଆର୍ଥିକ ସ୍ଥିତି ବିଗିଡ଼ିଯିବ ଆଉ ଆପଣ ଖରାପ ସମୟର ସାମନା କରିବାକୁ ବାଧ୍ୟ ହେବେ। ତେଣୁ ତୁରନ୍ତ ଏପରି ଘଣ୍ଟାକୁ ଘରୁ ବାହାର କରି ‍ଫୋପାଡ଼ି ଦିଅନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+