Get Updates
Get notified of breaking news, exclusive insights, and must-see stories!

Holi 2024: ଚଳିତ ବର୍ଷ ଏହି ତାରିଖରେ ପାଳନ କରାଯିବ ରଙ୍ଗର ପର୍ବ ହୋଲି

Holi 2024 Date: ଦୀପାବଳି ପରି ହୋଲି ମଧ୍ୟ ହିନ୍ଦୁ ଧର୍ମରେ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ । ହୋଲି ହେଉଛି ହିନ୍ଦୁମାନଙ୍କର ଏକ ବଡ଼ ପର୍ବ । ସମସ୍ତେ ଉତ୍ସାହର ସହିତ ଏହି ପର୍ବକୁ ଅପେକ୍ଷା କରିଥାନ୍ତି । ଏହି ପର୍ବ ପାରସ୍ପରିକ ପ୍ରେମ, ଆନନ୍ଦ, ସୁଖ ଏବଂ ଉତ୍ସାହର ଅଟେ । କୁହାଯାଏ ଯେ ହୋଲି ଦିନ ଜଣେ ବ୍ୟକ୍ତି ସମସ୍ତ ମାନ ଅଭିମାନ ଦୂର କରି ପରସ୍ପରକୁ ରଙ୍ଗ ବୋଳିଥାନ୍ତି । ଏପରିକି ମନର ଘୃଣା ଏବଂ ଶତ୍ରୁତାକୁ ହୋଲିକା ଦହନର ନିଆଁରେ ବଳି ଦିଆଯାଏ ।

ପଞ୍ଚାଙ୍ଗ ଅନୁଯାୟୀ, ଫାଲଗୁନ୍ ମାସର ଶୁକ୍ଲ ପକ୍ଷ ପୂର୍ଣ୍ଣିମା ତିଥିରେ ହୋଲି ପାଳନ କରାଯାଏ । ଚଳିତ ବର୍ଷ ମାର୍ଚ୍ଚ ୨୪ ତାରିଖରେ ହୋଲିକା ଦାହ, ଏହା ରବିବାର ପଡୁଛି । ତେବେ ହୋଲି ରଙ୍ଗର ପର୍ବ ହୋଲିକା ଦହନ ପରଦିନ ପାଳନ କରାଯାଏ । ତେଣୁ ୨୫ ମାର୍ଚ୍ଚ ୨୦୨୪ ସୋମବାର ଏଥର ହୋଲି ପର୍ବ ପାଳନ କରାଯିବ ।

Holi 2024 Date
ହୋଲି ଦିନ ଲୋକେ ପରସ୍ପରର ଗାଲରେ ଅବୀର ଲଗାଇବା ସେଲିବ୍ରିଟେ କରିଥାନ୍ତି । ମାନ୍ୟତା ରହିଛି ହୋଲି ପର୍ବ ରାଧା- କୃଷ୍ଣଙ୍କ ପ୍ରେମ ସହିତ ଜଡିତ । ତେଣୁ ଏହି ପର୍ବକୁ ଆମେ ପ୍ରେମ, ସ୍ନେହ ଶ୍ରଦ୍ଧାରେ ପାଳନ କରିଥାଉ ।

ସେହିପରି ବାସ୍ତୁ ଅନୁସାରେ, ଘରର ପ୍ରବେଶ ଦ୍ୱାର ତଥା ଅଗଣାରେ ରଙ୍ଗୋଲି ପକାନ୍ତୁ । ରଙ୍ଗୋଲିରେ ଲାଲ, ହଳଦିଆ, ସବୁଜ, ଗୋଲାପି ଆଦି ରଙ୍ଗ ବ୍ୟବହାର କରନ୍ତୁ । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିବା ସହ ମା'ଲକ୍ଷ୍ମୀଙ୍କ ବିଶେଷ କୃପା ମିଳିଥାଏ । ବାସ୍ତୁ ଦୋଷ ଦୂର ପାଇଁ ସକରାତ୍ମକ ଶକ୍ତି ପ୍ରବେଶ ପାଇଁ ଘରର ବଗିଚାରେ କିମ୍ବା ଅନ୍ୟ ସ୍ଥାନରେ ଗଛ ଲଗାନ୍ତୁ । ଏପରି କରିବା ଦ୍ୱାରା ଘରେ ସୁଖଶାନ୍ତି ପ୍ରବେଶ କରିଥାଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+